ଗେମ୍ ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ

Key Points
କାଳ ସାଜୁଛି ଫ୍ରି ଫାୟାର
ଫ୍ରି ଫାୟାର ପାଇଁ ଜୀବନ ହାରିଲେ ଯୁବକ
ଗେମ୍ ଖେଳିବାକୁ ବାରଣ କରିବାରୁ ଯୁବକଙ୍କ ଆତ୍ମହତ୍ୟା
ଫ୍ରି ଫାୟାର ଗେମ୍ ଖେଳିବାକୁ ମନାକରି ମୋବାଇଲ ଛଡ଼ାଇ ନେଇଥିଲେ ମାଆ
ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ପୁଅ କାଳ ସାଜୁଛି ଫ୍ରି ଫାୟାର । ଗେମ୍ ଖେଳିବାକୁ ବାରଣ କରିବାରୁ ଯୁବକଙ୍କ ଆତ୍ମହତ୍ୟା । ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳୁଥିବା ବେଳେ ମାଆ ମୋବାଇଲ ଛଡ଼ାଇ ନେବାରୁ ଘର ଆଗରେ ଥିବା ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ପୁଅ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନାରାୟଣମହାନ୍ତି ପଡ଼ିଆ ଗ୍ରାମପଞ୍ଚାୟତର କୀର୍ତନିଆ ଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଘଟଣା ।
ଗାଁର ପୂର୍ଣ୍ଣଚନ୍ଦ୍ର ମିର୍ଦ୍ଧାଙ୍କର ପୁଅ ଆନନ୍ଦ ମିର୍ଦ୍ଧା ଘରେ ବସି ମୋବାଇଲରେ ଫ୍ରି ଫାୟାର ଗେମ ଖେଳୁଥିଲେ । ମା' ସବିତା ମିର୍ଦ୍ଧା ପୁଅକୁ ମୋବାଇଲରେ ଏଭଳି ଖେଳ ଖେଳିବାକୁ ମନା କରି ପୁଅ ନିକଟରୁ ମୋବାଇଲ ଛଡ଼ାଇ ଆଣିଥିଲେ । ଆନନ୍ଦ ମାଆ ଉପରେ ରାଗିଯାଇ ଘରଠାରୁ ଅଳ୍ପ ଦୂର ଥିବା ଏକ ଗଛରେ ଫାଶି ଲଗାଇ ଝୁଲି ପଡ଼ିଥିଲେ I ଏ ନେଇ ପରିବାର ପକ୍ଷରୁ ଲକ୍ଷ୍ମୀପାଟଣା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ମୃତ ଆନନ୍ଦର ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।