ଆତ୍ମହତ୍ୟା ସ୍ପଟ୍ ପାଲଟିଲାଣି ତ୍ରିଶୁଳିଆ ବ୍ରିଜ୍
·2 years ago·1 min read

କଟକ: ଆତ୍ମହତ୍ୟା ସ୍ପଟ୍ ପାଲଟିଲାଣି ତ୍ରିଶୁଳିଆ ବ୍ରିଜ୍ । ଦିନକ ପୂର୍ବରୁ ଜଣେ ମହିଳା ସ୍କୁଟି ରଖି ତ୍ରିଶୁଳିଆ ବ୍ରିଜ୍ କୁ ଡେଇଁ ପଡିଥିଲେ । ଏବେ ପୁଣି ଜଣେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନଲାଇନ ଟ୍ରେଡିଂରେ କ୍ଷତି ହେବାରୁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ କରାଯାଉଛି । ବ୍ରିଜ ଉପରେ ଚପଲ ଥିବାବେଳେ ପାର୍କିଂ ହୋଇଛି କାର୍ ।
ସେ ନିଖୋଜ କି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବାରଙ୍ଗ ଥାନାରେ ଏତଲା ଦେଇଛନ୍ତି ପତ୍ନୀ । ନିଖୋଜ ଯୁବକ ଜଣକ ହେଲେ ଭୁବନେଶ୍ବରରେ ରହୁଥିବା ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ। ସୂଚନା ମୁତାବକ ତୁଷାର ଗତ ବୁଧବାର ଦିନ ୨ଟା ବେଳେ ଘରୁ ବାହାରି ଆଉ ଫେରିନଥିଲେ। ଏନେଇ ଛାନଭିନ୍ ଆରମ୍ଭ କରିଛି ବାରଙ୍ଗ ପୋଲିସ ।...ସମାନ ଭାବେ ବୁଧବାର କଟକ ଓଡିଆ ବଜାର ଅଞ୍ଚଳର ମମତା ସାହୁ ମଧ୍ୟ ସମାନ ଭାବରେ ସ୍କୁଟି ଥୋଇ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରି ଖୋଜାଖୋଜି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: