Videos
|
Odisha

ଯୁବକଙ୍କ ନିଆରା ଉଦ୍ୟମ: ନିଜେ ଆପ୍‌ ତିଆରି କରି ଆଣିଲେ ସୁଯୋଗ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଯୁବକଙ୍କ ନିଆରା ଉଦ୍ୟମ: ନିଜେ ଆପ୍‌ ତିଆରି କରି ଆଣିଲେ ସୁଯୋଗ

ସହର ଭଳି ଗାଁରେ ମିଳୁଛି ହୋମ୍ ଡେଲିଭରି ସୁବିଧା। ଖାଦ୍ୟ ଠାରୁ ନେଇ ଗ୍ରୋସରୀ ପର୍ଯ୍ୟନ୍ତ। ମୋବାଇଲ୍‌ ଆପରେ ଅର୍ଡର କଲେ ସବୁ ଆସି ପହଞ୍ଚୁଛି ଘରେ। ଏକଥା ପଢିବା ପରେ ଆପଣ ଏବେ ଭାବୁଥିବେ, ଏ କେଉଁ ନୂଆ କଥା କି ?


ସ୍ବିଗି, ଜୋମାଟୋ ଭଳି କମ୍ପାନୀ ଏମିତି ସୁବିଧା କାହିଁ କେତେ ବର୍ଷ ପୂର୍ବରୁ ଦେଇ ଆସୁଛନ୍ତି। ହେଲେ ଏ ଉଦ୍ୟମ କୌଣସି କମ୍ପାନୀର ନୁହେଁ। ଏ ଉଦ୍ୟମ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଙ୍ଗରର ଜଣେ ଯୁବକଙ୍କର। ନିଜ ଜାଗା ନାମରେ ଏକ ଡେଲିଭରି ଆପ୍ କରି ସେ ନିଜ ଅଞ୍ଚଳରେ ହୋମ୍ ଡେଲିଭରି କରୁଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ ନେଇ ଆଇଟି ଚାକିରି ଛାଡି ସୁଦୂର ଦିଲ୍ଲୀରୁ ନିଜ ଜନ୍ମମାଟିକୁ ଫେରି ଆସି ଦିବ୍ୟ ସୁନ୍ଦର ସାହୁ ଆରମ୍ଭ କରିଛନ୍ତି ଏମିତି ନିଆରା ବ୍ୟବସାୟ। ମୋବାଇଲ ଆପ ଗୋଟେ ଜାଗା ମାଧ୍ୟ୍ୟମରେ ସହର ପରି ଗ୍ରାମାଞ୍ଚଳ ଲୋକଙ୍କ ହାତ ପାହାନ୍ତାରେ ଖାଦ୍ୟଦ୍ରବ୍ୟ ଠୁ ଆରମ୍ଭ କରି ସମସ୍ତ ଜିନିଷ ଯୋଗାଇ ଦେବାକୁ ରଖିଛନ୍ତି ଲକ୍ଷ୍ୟ । ଗୋଟିଏ ଆପରେ ଉପଲବ୍ଧ ଅଛି ସବୁ ପ୍ରକାର ସେବା । ସେ ଗ୍ରୋସରୀ ହେଉ ବା ଖାଦ୍ୟଦ୍ରବ୍ୟ କିମ୍ବା ଘରକରଣା ଜିନିଷ ସବୁ ଗୋଟିଏ ଆପ୍ପରେ ସହଜରେ ମିଳୁଛି ।


ଦିବ୍ୟଙ୍କ କହିବା କଥା, ଆପ ମାଧ୍ୟମରେ ଗ୍ରାମବାସୀଙ୍କୁ ସବୁ ଜିନିଷ ସୁବିଧାରେ ହାତ ପାହାନ୍ତାରେ ଦେବା ସହିତ ଅଂଚଳବାସୀଙ୍କୁ ଆତ୍ମନିର୍ଭରଶୀଳ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି କିପରି ବ୍ୟବସାୟ କରି ନିଜେ ଅର୍ଥ ରୋଜଗାର କରିବା ସହିତ ଅଞ୍ଚଳ ବାସୀଙ୍କ ପାଖରେ ସହର ଭଳି ସବୁ ସୁବିଧା ମିଳିପାରିବ ସେଥିପାଇଁ ସେ ତିଆରି କରିଥିବା ଆପ୍‌ କାମ କରୁଛି। ବେଗୁନିଆ ବୋଲଗଡ଼ ଅଞ୍ଚଳରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ଅଂଚଳର ୨୦ ରୁ ଅଧିକ ପିଲାଙ୍କୁ ଡେଲିଭେରୀ ପାଇଁ ନିଯୁକ୍ତି ଦେଇ ମାଗଣା ଖାଦ୍ୟ ଡେଲିଭରି କରୁଛନ୍ତି । ଏହି ଗୋଟେ ଜାଗା ଆପରେ ଖାଦ୍ୟ, ଚାକିରି, ବିବାହ, ଟ୍ରାଭେଲ, କୋଚିଂ ଭଳି ଅନେକ ସୁବିଧା ହାତ ପାହାନ୍ତାରେ ମିଳିବ । ଗ୍ରାମାଞ୍ଚଳରେ ଏହା ପ୍ରଥମ ଥର ହୋଇଥିବାରୁ ଗ୍ରାହକଙ୍କ ପସନ୍ଦ ଆସୁଛି ।