Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Young Tiger Dies / ମାତ୍ର ଅଢେଇ ବର୍ଷରେ ଫାସରେ ପଡ଼ି ବାଘର ଗଲା ଜୀବନ

Bikash Mohanty
Browse all articles by Bikash Mohanty
·1 week ago·2 min read
ମାତ୍ର ଅଢେଇ ବର୍ଷରେ ଫାସରେ ପଡ଼ି ବାଘର ଗଲା ଜୀବନ
Tiger

Key Points

ଗଛରୁ ବାଘର ମୃତଦେହ ମିଳିବା ଘଟଣା
ଚମକାଇ ଦେଲା ପୋଷ୍ଟମର୍ଟମ ରିପୋର୍ଟ
ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଡାକ୍ତର
ମୃତ ବାଘ ଦେହରେ ପୂର୍ବରୁ କୌଣସି ରୋଗ ନଥିଲା
ବ୍ରହ୍ମପୁର,୦୮/୦୭: ନିମ୍ବ ଗଛରୁ କଲରାପତରିଆର ମୃତଦେହ ମିଳିବା ଘଟଣା। ଚମକାଇ ଦେଲା ପୋଷ୍ଟମର୍ଟମ ରିପୋର୍ଟ। ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଡାକ୍ତର। । ଅର୍ଗସକୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇଛନ୍ତି ବାଘର ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଶୁଭକାନ୍ତ ଆଚାର୍ଯ୍ୟ। ସମ୍ପୂର୍ଣ୍ଣ ଯୁବ ବୟସରେ ବାରହା ଫାଶରେ ପଡ଼ି ବାଘଟି ଜୀବନ ହାରିଛି। ଆହୁରି ୩୦ ବର୍ଷ ଥିଲା ବାଘର ଆୟୁଷ। ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଡାକ୍ତର। ବାଘଟିର ବୟସ ମାତ୍ର ଦୁଇରୁ ଅଢେଇବର୍ଷ ହେବ। ଜୀବନ ବିକଳରେ ଛଟପଟ ହୋଇ ୭ ଫୁଟ ଗଛ ଉପରକୁ ଚଢ଼ିଗଲା। ଫଳରେ ଗଛ ଉପରେ ହିଁ ତାର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ଡାକ୍ତର। ମୃତ ବାଘ ଦେହରେ ପୂର୍ବରୁ କୌଣସି ରୋଗ ନଥିବଲା। ଏକଦମ ସୁସ୍ଥ ସବଳ ବାଘ ଥିଲା। ୪ ଜଣିଆ ଡାକ୍ତରୀ ଟିମ୍ ବାଘର ଶବ ବ୍ୟବଚ୍ଛେଦ କରିଥିବା ସୂଚନା ମିଳିଛି।

ବାଘର ଅନ୍ୟ ପ୍ରଜାତି ମଧ୍ୟରେ କଲରାପତରିଆ ବାଘ ଏକ କୁଶଳ ଗଛଚଢ଼ାଳି ଅଟେ। ଏଭଳି ସ୍ଥିତିରେ ଆଜି ଚକିତ କରିବା ଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ଏକ କଲରାପତରିଆ ବାଘର ମୃତଦେହକୁ ଗଛ ଉପରୁ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେଞ୍ଜ୍‌ ଅଧୀନ କବିସୂର୍ଯ୍ୟନଗର ବ୍ଲକ ଜରଡ଼ ଛକ କ୍ରସର ନିକଟ ଏକ ନିମ୍ବଗଛ ଉପରୁ ଏକ କଲରାପତରିଆ ବାଘର ମୃତ ଦେହ ଉଦ୍ଧାର କରାଯାଇଥିଲା।  ବାଘ ଦେ‌ହରେ ଦଉଡ଼ି ସହ ପଥରଟି ବନ୍ଧା ହୋଇ ରହିଥିଲା।  ଏଥିରୁ ଶିକାରୀ ଫାସରେ ପଡ଼ିବା ପରେ କୌଣସି ପ୍ରକାରେ ଖସିଆସିବା ପରେ ବାଘଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ପଢନ୍ତୁ ଏହି ଖବର: ବାଘ ଅଭୟାରଣ୍ୟ ଜଗିବେ ସାମରିକ ଓ ଅର୍ଦ୍ଧସାମରିକ ବଳ

କ୍ରସର ନିକଟରେ ରହୁଥିବା ବୁଲାକୁକୁରମାନେ ଗଛକୁ ଦେଖି ଭୁକିଥିଲେ। ଏହାପରେ ସ୍ଥାନୀୟ ଲୋକ ଗଛ ଉପରେ ବାଘ ରହିଥିବା ଦେଖିବାକୁ ପାଇ ବନ ବିଭାଗକୁ ସୂଚିତ କରିଥିଲେ। ଖବର ପ୍ରସାରିତ ହେବା ପରେ ବାଘଟିକୁ ଦେଖିବାକୁ ଆଖପାଖର ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ଖବରପାଇ ଖଲ୍ଲିକୋଟ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶେଷରେ ଅଗ୍ନିଶମ ବାହିନୀ ଦ୍ୱାରା ଗଛରୁ ବାହାର କରାଯାଇଥିଲା।

ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି, ବନ୍ୟଜନ୍ତୁ ଶିକାର କରିବାକୁ ଶିକାରୀ ଫାସ ପକାଇଥିଲେ। ଏଥିରେ ଗାଡ଼ିର ଶକ୍ତ କ୍ଲଚ୍‌ ତାର ସହ ପଥର ସଂଯୋଗ କରାଯାଇଥିଲା। ତେବେ ବାଘଟି କୌଣସି ପ୍ରକାରେ ଉକ୍ତ ଫାସରୁ ଖସିଯିବା ପରେ ଜୀବନ ବିକଳରେ ଗଛଉପରକୁ ଚଢ଼ିଯାଇଥିଲା। ସେଠାରେ ଆଘାତଜନିତ ଚାପରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Young Tiger Dies After Getting Trapped in Snare | Wildlife News | Argus News