Videos
|
Odisha

ଥାନାରେ ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

Ritu Das
Browse all articles by Ritu Das
·1 year ago·1 min read
ଥାନାରେ ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

Key Points

ଥାନାରେ ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଯୁବତୀଙ୍କ ପ୍ରେମିକ ତାଙ୍କୁ ଦୁଷ୍କର୍ମ କରି ଧୋକା ଦେଇଥିବା ଅଭିଯୋଗ

ତ୍ବରିତ ନ୍ୟାୟ ଦାବିରେ ଯୁବତୀ ଜଣକ ବିଷ ପିଇ ଦେଇଥିଲେ

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପରିସରରେ ବିଷ ପିଇ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛି। ଏଭଳି ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ଯୁବତୀଙ୍କ ପ୍ରେମିକ ତାଙ୍କୁ ଦୁଷ୍କର୍ମ କରି ଧୋକା ଦେଇଥିବା ଅଭିଯୋଗ ହୋଇଥିଲା l ଏ ନେଇ ସେ ଇଟାମାଟି ଥାନାରେ କିଛି ଦିନ ପୂର୍ବେ ଅଭିଯୋଗ ପରେ ସମ୍ପୃକ୍ତ ପ୍ରେମିକ ଗିରଫ ହୋଇଥିଲେ l ତାଙ୍କୁ ବିବାହ କରିବାକୁ ଜିଦରେ ଅଟଳ ଥିଲେ ପ୍ରେମିକା କିନ୍ତୁ ପ୍ରେମିକ ଜଣକ ରାଜି ନ ହେବାରୁ ଥାନା ପରିସରରେ ବିଷ ପିଇ ଆତ୍ମହତ୍ୟା କରିଥିଲେ ଯୁବତୀ। 


ଗତକାଲି ଏହି ଘଟଣାକୁ ନେଇ ୨ ପରିବାର ମଧ୍ୟରେ ଝଗଡ଼ା ହେବାରୁ ୨ଟି ମାମଲା ରୁଜୁ କରିଥିଲା ପୋଲିସ l ତେବେ କାହିଁକି ନ୍ୟାୟ ମିଳିଲାନି ବୋଲି ପ୍ରଶ୍ନ କରି ଥାନା ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ସଙ୍ଗେ ସଙ୍ଗେ ପୋଲିସ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
young-woman-attempts-suicide-by-consuming-poison-at-police-station | Argus News