Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା: ଏପର୍ଯ୍ୟନ୍ତ ଧରାପଡ଼ିନି ମୁଖ୍ୟ ଅଭିଯୁକ୍ତ

Ritu Das
Browse all articles by Ritu Das
·1 year ago
ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା: ଏପର୍ଯ୍ୟନ୍ତ ଧରାପଡ଼ିନି ମୁଖ୍ୟ ଅଭିଯୁକ୍ତ

ଅର୍ଗସ ବ୍ୟୁରୋ: ବରଗଡ଼ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା। ଏପର୍ଯ୍ୟନ୍ତ ଧରାପଡ଼ିନି ମୁଖ୍ୟ ଅଭିଯୁକ୍ତ। ଯୁବତୀଙ୍କୁ ନ୍ୟାୟ ଦାବିରେ ବରଗଡ଼ ଭଟଲି ରାସ୍ତା ଅବରୋଧ କରିଥିଲେ ପରିବାର ଓ ଗ୍ରାମବାସୀ। 48 ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫର ପ୍ରତିଶ୍ରୁତି ଦେଇଛି ପୋଲିସ ପ୍ରଶାସନ। ଲିଖିତ ପ୍ରତିଶ୍ରୁତି ପରେ ରାସ୍ତାରୁ ହଟିଛନ୍ତି ଗ୍ରାମବାସୀ। ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିଲେ ଯୁବତୀ। 48 ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଡ଼ କୁର୍ଲା ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଥିଲେ ଯୁବତୀ ।


ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତାଙ୍କୁ ଭୀମସାରରେ ଭର୍ତ୍ତି କରାଯାଇଛି । ତେବେ ଯୁବତୀଙ୍କର ଏକ ଫଟୋ ଏବେ ଭାଇରାଲ ହେଉଛି । ସେ ଅଭିଯୁକ୍ତ ସହ ଯାଉଥିବାର ଏକ ଫଟୋ ସିସିଟିଭିରେ କଏଦ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Young woman rescued from forest in a pool of blood: Main accused not caught yet | Argus News