ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଅଟକ

ମାଲକାନଗିରି ଥାନା ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ମିଳିବା ଘଟଣା । ଗର୍ଭପାତ ନ କରିବାରୁ ପଥରରେ ଛେଚି ହତ୍ୟା କରିଥିଲା ପ୍ରେମିକ । ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କଲା ମାଲକାନଗିରି ପୋଲିସ । ତେବେ ସୀମାନ୍ତ ପାଣ୍ଡୁମ ଗାଁର ଉମେଶ ନାଗଙ୍କର ମର୍ତ୍ତୃଣ୍ଡା ଗାଁର ମଙ୍ଗଳ ଦେଇ ନାଗଙ୍କ ସହ ବର୍ଷେ ହେଲା ପ୍ରେମ ସଂପର୍କ ରହିଆସିଥିଲା । ପରେ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଥିଲେ । ଏହା ଜାଣିବା ପରେ ଯୁବକ ଜଣକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରିବା ସହ ଗର୍ଭ ନଷ୍ଟ ପାଇଁ ଯୁବତୀଙ୍କୁ କହିଥିଲେ ।
ଯୁବତୀ ଜଣକ ଗର୍ଭନଷ୍ଟ ନକରି ବାହା ହେବାକୁ ଜିଦ ଧରିବା ପରେ ଯୁବକ ଜଣକ ତାଙ୍କୁ ମାଲକାନଗିରି ସୀମାନ୍ତ ଚାଲାଣ ଗୁଡା ଗାଁ ନିକଟ ପଥରରେ ଛେଚି ହତ୍ୟା କରି ରେଙ୍ଗାବନ୍ଧ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ପୋଲିସ ଏହି ଘଟଣାରେ ଅଧିକ ଖୋଳତାଡ କରୁଛି। ପ୍ରଥମେ ପ୍ରେମରେ ଫସାଉଛନ୍ତି, ପରେ ହତ୍ୟା ପରି ଘଟଣା ଭିଆଉଛନ୍ତି।