Videos
|
Odisha

ମୃତ୍ୟୁ କେବେ ବି କେଉଁ ସମୟରେ ବି ଆସିପାରେ...

Smruti Parija
Browse all articles by Smruti Parija
·1 year ago·1 min read
ମୃତ୍ୟୁ କେବେ ବି କେଉଁ ସମୟରେ ବି ଆସିପାରେ...

Key Points

ବଡ଼ଭାଇର ଶୁଦ୍ଧିକ୍ରିୟାରେ ସାନଭାଇ ମୃତ । ଭଦ୍ରକ ଜିଲ୍ଲା ଧାମନଗର ଜୟନଗର ୩ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା ।

ଭଦ୍ରକ: ବଡ଼ଭାଇର ଶୁଦ୍ଧିକ୍ରିୟାରେ ସାନଭାଇ ମୃତ । ଭଦ୍ରକ ଜିଲ୍ଲା ଧାମନଗର ଜୟନଗର ୩ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ବଡଭାଇର ସୁଦ୍ଧିକ୍ରିୟା ପାଇଁ ସମସ୍ତେ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ଯାଇ ସାନଭାଇର ମୃତ୍ୟୁ ହୋଇଛି ।


ମୃତକ ଜଣଙ୍କ ହେଉଛନ୍ତି ଅନିରୁଦ୍ଧ ସ୍ବାଇଁ । ନିଜ ସମ୍ପର୍କୀୟ ମାମୁଁଙ୍କ ବଡ଼ ପୁଅର ଶୁଦ୍ଧିକ୍ରିୟା ପାଇଁ ସେ ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇଥିଲେ । ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ସମ୍ପର୍କୀୟମାନେ ଉଦ୍ଧାର କରି ଧାମନଗର ମେଡ଼ିକାଲର ଆଣିଥିଲେ । ଧାମନଗର ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି । ଗୋଟିଏ ଦୁଃଖ ନଯାଉଣୁ ପରିବାର ଉପରେ ଆଉ ଗୋଟିଏ ଦୁଃଖ ପୁରା ପରିବାରର ମନୋବଳ ଭାଙ୍ଗିଦେଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: