କ'ଣ ଆପଣ ଜାଣନ୍ତି ଆପଣଙ୍କ ଡିସ୍ ୱାସ୍ ଟଏଲେଟ୍ ସିଟ୍ ଠାରୁ ବି ଅଧିକ ଗନ୍ଧିଆ ?

ଅର୍ଗସ ବ୍ୟୁରୋ: ରୋଷେଇ ଘର ...ଯେଉଁଠି ଘରର ମହିଳାମାନେ ସବୁଠୁ ଅଧିକ ସମୟ ବିତାଇଥାନ୍ତି । ସୁଆଦିଆ ଖାଇବା ବନାଇ ପୁରା ପରିବାରର ଯତ୍ନ ନିଅନ୍ତି । ହେଲେ ଜାଣି ରଖିବା ଦରକାର ଆପଣଙ୍କ ରୋଷେଇ ଘର ଯେତେ କ୍ଲିନ୍ ରହିବ ଆପଣ ସେତେ ସୁସ୍ଥ ରହିବେ ।
ଦିନକୁ ପାଖାପାଖି 4 ରୁ 5 ଥର ମହିଳାମାନେ ରୋଷେଇ କରିଥାନ୍ତି । ଏହାସହ କିଚେନ୍ କାଉଣ୍ଟର୍ କୁ ସଫା ରଖିଥାନ୍ତି । ଆଉ ପର୍ବ ପର୍ବାଣୀ ସମୟରେ ତ ଟିକେ ଅଧିକ ସଫା ସୁତୁରା କରାଯାଏ । ଡବା ଧୁଆଯାଏ । ହେଲେ କେହି ବି ବାସନ ସଫା କରୁଥିବା ବାସନ ମଜା ବା ଷ୍କଚ୍ ବ୍ରାଇଟ୍ ଉପରେ ଧ୍ୟାନ ଦିଅନ୍ତି ନାହିଁ । ବାସନ ସହ, ପୁରା ରୋଷେଇ ସ୍ଲାବ୍ ସେହି ବାସନ ମଜାରେ ସଫା କରିଥାନ୍ତି । ଯେଉଁଥିରେ ପୁରା ରୋଷେଇ ଘର ସଫା ହୁଏ ତାହାକୁ ହିଁ ପୁରା ପୁରି ଭୂଲି ଯାଆନ୍ତି ଲୋକେ ।
📱 Get Argus News App
✨ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଡିସ୍ ୱାସ୍ ବା ବାସନ ମଜା ଆପଣଙ୍କ ଟଏଲେଟ୍ ସିଟ୍ ଠାରୁ ବି ଅଧିକ ଅସନା । ଯାହା ଆପଣଙ୍କ ଶରୀରକୁ ରୋଗର ଘର ବନାଇଥାଏ । ରୋଷେଇ ଘରେ ଥିବା ସ୍ପଞ୍ଜ୍ ଓ ସ୍କ୍ରବ୍ ରେ ଲକ୍ଷ ଲକ୍ଷ ବ୍ୟାକ୍ଟେରିଆ ଜମା ହୋଇ ରହିଥାଏ । ଯାହା ଆପଣଙ୍କ ଦେହ ଖରାପ କରିବା ସହ ସ୍କିନ୍ କୁ ବି ନଷ୍ଟ କରିଦେବ ।
ପୋଷଣ ବିଶେଷଜ୍ଞଙ୍କ କହିବାନୁଯାୟୀ ବାସନ ସଫା କରୁଥିବା ସ୍କ୍ରବ୍ ରୁ ସବୁଠୁ ଅଧିକ ମାତ୍ରାରେ ଇ.କୋଲି ଭଳି ବ୍ୟାକ୍ଟେରିଆ ମିଳିଥାଏ । ଘରେ ମହିଳାମାନେ ଗୋଟିଏ ବ୍ରସ୍ କୁ ପାଖାପାଖି 5 ରୁ 6 ମାସ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ଫଳରେ ସିଧାସଳଖ ବ୍ୟାକ୍ଟେରିଆ ଗୁଡିକ ଆପଣଙ୍କ ପେଟକୁ ଯାଇଥାଏ । ଶରୀରରେ ଥିବା ଅନ୍ତପିତୁଳାକୁ ତାଙ୍କ ଘର ବନେଇ ଦିଅନ୍ତି । ଫଳରେ ପେଟ ରୋଗର ସମସ୍ୟା ଦେଖାଦିଏ । ଯାହା ଚର୍ମ ସଂକ୍ରଣର ସବୁଠୁ ବଡ କାରଣ ।
ଯଦି ଆପଣ ନିଜ ସ୍ୱସ୍ଥ୍ୟା ପ୍ରତି ଧ୍ୟାନ ଦେବାକୁ ଚାହୁଁଛନ୍ତି ତେବେ ପ୍ରତି ଦୁଇ ସପ୍ତାହକୁ ଥରେ ସ୍ପଞ୍ଜ୍ ଓ ସ୍କ୍ରବ୍ ବଦଳାନ୍ତୁ । ଏହାକୁ ବ୍ୟବହାର କରିବା ପରେ ଭଲ ଭାବରେ ସଫା କରନ୍ତୁ । ଧୋଇଲା ପରେ ଖରାରେ ଭଲ ଭାବରେ ଶୁଖାନ୍ତୁ । ଯଦି ଘରେ ମାଇକ୍ରୋୱେଭ୍ ଅଛି ତେବେ ସେଥିରେ ମଧ୍ୟ ଆପଣ ଦୁଇ ରୁ 5 ମିନିଟ୍ ରଖିପାରିବେ । ଫଳରେ ସେଥିରେ ଥିବା ବ୍ୟାକ୍ଟେରିଆ ମରିଯିବେ ।
ତେବେ ବ୍ୟବହାର କରିବା ପୂର୍ବରୁ ଏହା ଧ୍ୟାନ ଦେବା ଦରକାର ଯେ ଯେମିତି ଏହା ଶୁଖିଲା ଥିବ । ଯଦି ଓଦା ସ୍ପଞ୍ଜ୍ ବା ସ୍କ୍ରବ୍ ବ୍ୟବହାର କରୁଛନ୍ତି ତେବେ ଏହା ଜାଣନ୍ତୁ ଯେ ଆପଣ ନିଜ ପେଟକୁ ସିଧା ଲକ୍ଷ୍ୟ ଲକ୍ଷ୍ୟ ବ୍ୟକ୍ଟେରିଆ ଯାଉଛି । ଯାହା ଆପଣଙ୍କ ସ୍ୱସ୍ଥ୍ୟ ପାଇଁ ଖୁବ୍ ହାନିକାରକ ।