Loot / ଯୁବକଙ୍କୁ ହାଣିଲେ, ଟଙ୍କା ଓ ମୋବାଇଲ ଲୁଟି ନେଲେ...
·6 months ago·2 min read

Key Points
ଡ୍ରାଇଭରଙ୍କୁ ଆକ୍ରମଣ ପରେ ଲୁଟ୍
୩ଜଣ ଦୁର୍ବୃତ୍ତ ଟ୍ରକକୁ ଅଟକାଇ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ
ଛୁରା ମାଡ଼ରେ ଡ୍ରାଇଭରଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି

ଅସୁରକ୍ଷିତ ହୋଇପଡ଼ିଛି ରାଜ୍ୟ। ଦିନ ହେଉ କି ରାତି କାହାକୁ ଡରୁନାହାନ୍ତି ଅପରାଧୀ । ପୋଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଧଡକ ଲୁଟ୍ପାଟ୍ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଡ଼ବିଲରେ। NH 520ରେ ଟ୍ରକ୍ ଡ୍ରାଇଭରଙ୍କୁ ଛୁରାମାଡ଼ କରି ଲୁଟି ନେଲେ । ସୋମବାର ସକାଳୁ ଟ୍ରକଟି କାଶିଆ ଖଣିରୁ ଲୁହାପଥରେ ବୋଝେଇ କରି ଦେଓଝର ସ୍ଥିତ ପେଲେଟ୍ ପ୍ଲାଣ୍ଟକୁ ଯାଉଥିବା ବେଳେ ଏପରି ଘଟଣା ଘଟିଛି।
୩ ଜଣ ଦୁବୃର୍ତ୍ତ ଟ୍ରକକୁ ଅଟକାଇ ଡ୍ରାଇଭରକୁ ଆକ୍ରମଣ କରି ଲୁଟ୍ କରିଥିଲେ। ଛୁରା ମାଡ଼ରେ ଡ୍ରାଇଭରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଛି।ଦୁବୃର୍ତ୍ତମାନେ ତାଙ୍କ ଠାରୁ ନଗଦ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଆହତ ଟ୍ରକ୍ ଡ୍ରାଇଭର ହେଉଛନ୍ତି ମଧ୍ୟପ୍ରଦେଶର ସତ୍ୟନାରାୟଣ ବିଶ୍ଵକର୍ମା। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଖବରପାଇ ବଡ଼ବିଲ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ବ୍ୟବସାୟୀଙ୍କୁ ହାଣି ଲୁଟି ନେଲେ ୨୦ ଲକ୍ଷ
ଏହାସହ ପୋଲିସକୁ ସବୁ କହିଛନ୍ତି ଡ୍ରାଇଭର ଜଣଙ୍କ। ସେ କହିଛନ୍ତି ଯେ, ''ମତେ ଆକ୍ରମଣ କରିଥିବା ଲୋକମାନେ ହେଉଛନ୍ତି ଲୋକାଲ ଗ୍ରାମବାସୀ। ସେମାନେ ୩ ଜଣ ଥିଲେ। କାଠ ହାଣୁଥିବା ଅସ୍ତ୍ର ଧରି ମତେ ଆଟାକ୍ କରିଛନ୍ତି। ମୋ ମୁଣ୍ଡକୁ, ଦେହରେ ସବୁ ସ୍ଥାନରେ ଆଟାକ କରିଛନ୍ତି। ମୁଁ ଗୁରୁତର ଭାବରେ ଆହତ ହୋଇଛି। ମୁଁ ସେହି ସ୍ଥାନରେ ଅଚେତ ଅବସ୍ଥାରେ ପଡିଥିବାବେଳେ ଦୁର୍ବୃତ୍ତ ମାନେ ସବୁ ଟଙ୍କା ଏବଂ ମୋବାଇଲ ଲୁଟି ନେଇଯାଇଥିଲେ।''
ଦିନକୁ ଦିନ ଚୋରି, ଲୁଟ୍ ଘଟଣା ବହୁତ ମାତ୍ରାରେ ବଢ଼ି ଚାଲିଛି। ଏହାକୁ ରୋକିବା ଆବଶ୍ୟକ ହୋଇପଡୁଥିବାବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ପୋଲିସ ଦୁର୍ବୃତ୍ତଙ୍କୁ ଖୋଜାଖୋଜି ଜାରି ରଖିଥିବାବେଳେ ସେହି ରାସ୍ତା ଦେଇ ଯିବାକୁ ଡରୁଛନ୍ତି ସାଧାରଣ ଲୋକମାନେ। କେବଳ ଯେ, କେନ୍ଦୁଝର ବଡବିଲ ଠାରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି ତାହା ନୁହେଁ, ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ତିନି ଦିନ ହେବ ପାହାଳ ଅଞ୍ଚଳରେ ଲୁଟ୍ର ଶିକାର ହୋଇଛନ୍ତି ବାଲେଶ୍ବରର ପ୍ରଭାତ କୁମାର ସାହୁ । ସେପଟେ ଏନେଇ ପ୍ରଭାତ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: