Videos
|
Odisha

ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା

Ritu Das
Browse all articles by Ritu Das
·1 year ago·1 min read
ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା

କେନ୍ଦ୍ରାପଡା : ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା! କେନ୍ଦ୍ରାପଡା ଏସପିଙ୍କ ବାସଭବନ ଠାରୁ ମାତ୍ର କେଇ ମିଟର ଦୂରରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ। ଏଭଳି ବିଭତ୍ସ କାଣ୍ଡ ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଅଧିନ କପାଳେଶ୍ବର ପଂଚାୟତ ଗରାପୁର ଗ୍ରାମରେ । ଦିନ ମଜୁରୀ ଲାଗି ଚଳୁଥିବା ରାମଚନ୍ଦ୍ର ମଲ୍ଲିକଙ୍କୁ ତାଙ୍କର ଜଣେ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।


ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଘଟଣା। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସୂଚନାନୁଯାୟୀ ଜମିବାଡି ନେଇ ଭାଇଭାଇ ଭିତରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଶୁକ୍ରବାର ନିଶାସକ୍ତ ଅଵସ୍ଥାରେ ରାମଚନ୍ଦ୍ର ସାନ ଭାଇକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ।ଶନିବାର ରାତିରେ ମଧ୍ଯ ସେହି ନିଶାସକ୍ତ ଅବସ୍ଥାରେ ଗାଳିଗୁଲଜ କରିବା ସହ ଗଣ୍ଡଗୋଳ କରିବାରୁ ଝଗଡା ଉଗ୍ରରୂପ ନେଇଥିଲା। ରାମଚନ୍ଦ୍ର ଉତ୍ତେଜିତ ହୋଇ ସାନଭାଇ ବାଉଁକୁ ମାରଣାସ୍ତ୍ର‌ରେ ଆକ୍ରମଣ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରିବାର ଲୋକ ରାଗିଯାଇ ତାକୁ ଘର ପାଖ ଗଛରେ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ଏହି ମାଡରେ ରାମ ଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।ଭାଇର ଆକ୍ରମଣରେ ଗୁରୁତର ସାନଭାଇ ବାଉଁଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା l ପରେ ତାଙ୍କ ସ୍ଵାସ୍ଥ୍ୟ ଅଵସ୍ଥା ସଙ୍ଗୀନ ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି l



Youth beaten to death over family dispute | Argus News