Videos
|
Odisha

ସୋସିଆଲ ମିଡିଆରେ ଅଶ୍ଳୀଳ କମେଣ୍ଟ କରି ମାଡ଼ ଖାଇଲେ ଯୁବକ

Rashmita Mishra
Browse all articles by Rashmita Mishra
·1 year ago·2 min read
ସୋସିଆଲ ମିଡିଆରେ ଅଶ୍ଳୀଳ କମେଣ୍ଟ କରି ମାଡ଼ ଖାଇଲେ ଯୁବକ

Key Points

ସୋସିଆଲ ମିଡିଆରେ ଅଶ୍ଳୀଳ କମେଣ୍ଟ କରି ମାଡ଼ ଖାଇଲେ ଯୁବକ
କମେଣ୍ଟ କରିଥିବା ଯୁବକଙ୍କୁ ମାଡ଼ ମାରିଥିବା ୨ ଯୁବକ ଓ ୨ ଯୁବତୀ ଗିରଫ
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପଣ୍ଡି ଗାଁର ଘଟଣା
ସୋସିଆଲ ମିଡିଆରେ ଭାଇରଲ ହେଉଛି ଯୁବକଙ୍କୁ ମାଡ ଘଟଣାର ଭିଡିଓ

ସୋସିଆଲ୍‌ ମିଡିଆରେ କମେଣ୍ଟକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି। ଦଳେ ଯୁବକଯୁବତୀ ତାଙ୍କୁ ନିର୍ଧୁମ ମାଡ଼ ମାରୁଛନ୍ତି। ଏମିତି ଏକ ଛାତିଥରା ଭିଡିଓ ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲୁଛି। ଏହି ଘଟଣାରେ କଳାହାଣ୍ଡିଜିଲ୍ଲା କଲମପୁର ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, କଲମପୁର ଥାନା ହାରମାଲ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗାଁର ନୃସିଂହ ନାଏକ (୨୦) ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବାକୁ ସୋମବାର ଅପରାହ୍‌ଣରେ କଲମପୁର ଯାଉଥିଲେ। ପଣ୍ଡିଗାଁର ଜନ୍ମେଜୟ ମାଝୀ ଓ ଆଦିତ୍ୟ ମାଝୀ ତାଙ୍କୁ ପିଛା କରି ସିଙ୍ଗାରି ଛକ ନିକଟରେ ଧରିବା ପରେ ପଣ୍ଡିଗାଁ ବସ୍ତି ସ୍କୁଲ ନିକଟକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ସାର୍ଟ ଖୋଲି ରାସ୍ତାକଡ଼ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଇଥିଲେ।

ଏହାପରେ କିଛି ଯୁବତୀ ଆସି ନୃସିଂହଙ୍କ ଚୁଟି ଧରି ଚପଲରେ ପିଟିବା ସହ ଲାତ, ବିଧା ମାରିଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମାଡ଼ ମାରୁଥିବା ଲୋକଙ୍କୁ ଗୁହାରି କରି ମୁମୂର୍ଷୁ ଅବସ୍ଥାରେ ନୃସିଂହଙ୍କୁ ଉଦ୍ଧାର କରିଥିଲେ। ନୃସିଂହଙ୍କୁ ପ୍ରଥମେ କଲମପୁର ଓ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଛି। ନୃସିଂହଙ୍କ ମା’ ପ୍ରେମଶିଳା ନାଏକଙ୍କ ଅଭିଯୋଗ ଆଧାରରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଜନ୍ମେଜୟ ମାଝୀ, ଆଦିତ୍ୟ ମାଝୀଙ୍କ ସହ ସମ୍ପୃକ୍ତ ୪ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ପରେ ୬ ଜଣଙ୍କୁ ଜୟପାଟଣା କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଆଇଆଇସି ନୀଳାମ୍ବର ଜାନୀ ନିଜେ ଏହାର ତଦନ୍ତ କରୁଛନ୍ତି। ସୋସିଆଲ୍‌ ମିଡିଆରେ ଜଣେ ଝିଅକୁ ଖରାପ କମେଣ୍ଟ କରିବାରୁ ନୃସିଂହଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
youth-beaten-up-for-making-obscene-comments-on-social-media | Argus News