ବନ୍ୟାଜଳରେ ଭାସିଗଲେ ଯୁବକ

Key Points
ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଜଳକା ନଦୀ ଜଳସ୍ତର
ବନ୍ୟାଜଳରେ ଭାସିଗଲେ ଯୁବକ
ଉତ୍ତର ବାଲେଶ୍ୱରରେ ବନ୍ୟା ଭୟ
ରାଇରଙ୍ଗପୁର ଥାନା ଏକଡାଳି ଗାଁରେ ବନ୍ୟା ଜଳ ଅଧିକ ପ୍ରବାହିତ କ୍ୟାନାଲରେ ଭାସି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ପରେଶ ମୁର୍ମୁଙ୍କ ପୁତ୍ର ଭୋଗଲା ମୁର୍ମୁ । ତାଙ୍କ ବୟସ 25 ବର୍ଷ । ମୃତ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଶବ ଵେବଚ୍ଛେଦ ପାଇଁ ଅଣାଯାଇଛି ।
ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଜଳକା ନଦୀ ଜଳସ୍ତର । ଉତ୍ତର ବାଲେଶ୍ୱରରେ ବନ୍ୟା ଭୟ ଦେଖାଦେଇଛି । ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ୧୦. ୩୬ ଥିବାବେଳେ ସକାଳ ୬ଟା ସୁଦ୍ଧା ୧୧.୩୨ ମିଟରରେ ଜଳ ପ୍ରବାହିତ ହେଉଛି । ଗାଲୁଡ଼ିହିରେ ୮ଟି ଗେଟ୍ ଦେଇ ୧ ଲକ୍ଷ ୨୦ କ୍ୟୁସେକ ଜଳ ସେକେଣ୍ଡ ପ୍ରତି ନିଷ୍କାସିତ । ଘଣ୍ଟା ପ୍ରତି ଜଳସ୍ତର ପ୍ରାୟ ୫୦ ସେମିମିଟର ବୃଦ୍ଧି ଘଟୁଛି । ସେହିପରି ଜଳକା ନଦୀର ଉପରମୁଣ୍ଡା ପ୍ରବଳ ବର୍ଷା କରଣରୁ ମଥାନୀଠାରେ ବିପଦ ସଙ୍କେତ ୬,୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ୬,୯୦ ମିଟର ଜଳ ପ୍ରବାହିତ ହେଉଛି ।
📱 Get Argus News App
✨ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ ବ୍ଳକର ଶତାଧିକ ଗାଁରେ ପାଣି ପଶିବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଜିଲ୍ଲା ପ୍ରଶାସନ ହେଲ୍ପଲାଇନ ନମ୍ବର ଜାରି କରିଛି । ସେପଟେ ବୁଢାବଳଙ୍ଗ ନଦୀରେ ଜଳସ୍ତର କମିଛି, ମୟୂରଭଞ୍ଜରେ ବନ୍ୟାସ୍ଥିତିରେ ଆସିଛି ସୁଧାର । ସୁନଗଡିଆ, ଲାଲବଜାର, ମାଇନିଙ୍ଗ କଲୋନୀ, କବରଖାନା, କାଳିକାପୁର୍, ଦେଉଳସାହି, ମଧୁବନର ତଳି ଅଞ୍ଚଳରେ ପାଣି ପଶିଛି ।
ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କାରେ ଆଜି ଦିନକ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।