Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

Odisha

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ଲାଲବାହାଦୁର ଉଚ୍ଚ ବିଦ୍ୟାଳୟର ପାର୍ଶ୍ଵରେ ବିଦ୍ୟୁତ ତାର ସଂସ୍ବର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯୋଡ଼ିପଥର ଗ୍ରାମର ମନୁ ଦଳବେହେରାଙ୍କ ଏକ ମାତ୍ର ପୁତ୍ର କୃଷ୍ଣ ଦଳବେହେରା। ସେ ଜଣେ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଗୁଜରାଣ ମେଣ୍ଟାଉଥିଲେ । ଦୀର୍ଘ ଦିନ ଧରି ଏହି ରାସ୍ତାରେ 11କେଭି ତାର ଝୁଲି ରହିଥିବା ବେଳେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ଆସୁଥିଲେ ସ୍ଥାନୀୟ ଲୋକେ। କିନ୍ତୁ ଗତକାଲି ତାର ଛିଡ଼ିଥିବା ବେଳେ ସ୍ଥାନୀୟ ସମିତି ସଭ୍ୟ ସୋମନାଥ ମଣ୍ଡଳ ଅଭିଯୋଗ କରିଥିଲେ ବିଭାଗୀୟ ଯନ୍ତ୍ରୀଙ୍କୁ । ଆଜି ଭୋର 6ଟା 30ମିନଟ ସମୟରେ ରାସ୍ତାରେ ଛିଡି ପଡ଼ିଥିବା ତାର ସଂସ୍ବର୍ଶରେ ଆସି କୃଷ୍ଣ ମୃତ୍ୟୁବରଣ କରିଛନ୍ତି।


ତେବେ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ କୃଷ୍ଣଙ୍କ ଜୀବନ ଚାଲିଯାଇଥିବା କହି କ୍ଷତିପୂରଣ ଦାବିରେ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ଏବଂ ପାରଳାଖେମୁଣ୍ଡି ମୋହନା ରାସ୍ତା ବନ୍ଦ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ। ବର୍ତ୍ତମାନ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ଅବା ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଖେଳିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Youth dies after coming into contact with electric current | Argus News