୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ

Key Points
ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ
୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ
ସୁନ୍ଦରଗଡ଼ ମେଡିକାଲ କଲେଜରେ ଅଘଟଣ
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ । ୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ରୋଗୀ ଜଣକ ସୁନ୍ଦରଗଡ଼ ସଦର ଥାନା ରାଜପୁର ଅଂଚଳର ବୋଲି ଜଣାପଡିଛି । ରବିବାର ଦିନ ସୁନ୍ଦରଗଡ଼ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଥିଲେ । ତେବେ ମୃତକଙ୍କ ମାନସିକ ସ୍ଥିତି ଠିକ୍ ନଥିଲା । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମହଲା ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ।
ଏଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏହାସହ ମେଡିକାଲରେ ଥିବା ଅନ୍ୟ ସମସ୍ତ ରୋଗୀ ବି ଚିନ୍ତାରେ। ଏମିତି କାହିଁକି କଲେ ରୋଗୀଜଣଙ୍କ ବୋଲି ତାହା ଜଣାପଡ଼ିନାହିଁ। ହେଲେ କୁହାଯାଉଛି ଯେ, ରୋଗୀଙ୍କର ମାନସିକ ସ୍ଥିତି ଭଲ ନଥିଲେ। ହେଲେ ରୋଗୀ ଜଣଙ୍କ ଚିକିତ୍ସା ପାଇଁ ଆସି ଏମିତି ଛାତରୁ ଡେଇଁ ପଡି ମୃତ୍ୟୁ ବରଣ କରିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: