Videos
|
Odisha

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

Key Points

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ମୃତ ଯୁବକ ହେଲେ ଚନ୍ଦ୍ରକାନ୍ତ ପଣ୍ଡା

ହିଡ଼ ମୁଣ୍ଡରେ ଛିଡା ହୋଇ ମୋବାଇଲ ଚଲାଉଥିଲେ

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ କୁରୁଣ୍ଟା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।ମୃତ ଯୁବକ ଜଣକ ହେଉଛନ୍ତି ରମାକାନ୍ତ ପଣ୍ଡାଙ୍କ ୩୦ବର୍ଷୀୟ ପୁଅ ଚନ୍ଦ୍ରକାନ୍ତ ପଣ୍ଡା। ଚନ୍ଦ୍ରକାନ୍ତଙ୍କ ନିଜର ଟ୍ରାକ୍ଟର ବିଲରେ ହଳ କରୁଥିବା ବେଳେ ସେ ବିଲ ଦେଖିବାକୁ ଯାଇଥିଲେ। ତେବେ ସେ ହିଡ଼ ମୁଣ୍ଡରେ ଛିଡା ହୋଇ ମୋବାଇଲ ଚଲାଉଥିଲେ।


ଠିକ୍ ସେହି ସମୟରେ ସେ ବଜ୍ରପାତର ଶିକାର ହୋଇଥିଲେ। ଟ୍ରାକ୍ଟର ଡ୍ରାଇଭର ଲୋକଙ୍କୁ ଡାକିବା ପରେ ତାଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୋବାଇଲ ଧରିଥିବାରୁ ତାଙ୍କ ହାତ, ଆଙ୍ଗୁଠି ସମେତ ପେଟ ପୋଡ଼ିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
youth-dies-in-lightning-strike | Argus News