Videos
|
Odisha

କଂସାରୀ ନଦୀରେ ଭାସିଗଲେ ଯୁବକ

Ritu Das
Browse all articles by Ritu Das
·11 months ago·1 min read
କଂସାରୀ ନଦୀରେ ଭାସିଗଲେ ଯୁବକ

Key Points

ସାଙ୍ଗମାନଙ୍କ ଆଖି ସାମ୍ନାରେ ଆଶୀର୍ବାଦ ବେହେରା ନଦୀର ପ୍ରଖର ସ୍ରୋତରେ ଭାସି ଗଲେ

ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ, 

ସାଙ୍ଗମାନେ ଆଶୀର୍ବାଦ ବେହେରାଙ୍କୁ ଉଦ୍ଧାର କରି ପାରି ନ ଥିଲେ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନିକଟସ୍ଥ କଂସାରୀ ନଦୀରେ ସାଙ୍ଗ ମାନଙ୍କ ସହିତ ଗାଧୋଉଥିଲେ ବାଲୁଗାଁ ନିକଟସ୍ଥ ବାଙ୍କିଆପଲି ଗ୍ରାମର ଆଶୀର୍ବାଦ ବେହେରା ନାମକ ଜଣେ ଯୁବକ। ସାଙ୍ଗମାନଙ୍କ ଆଖି ସାମ୍ନାରେ ଆଶୀର୍ବାଦ ବେହେରା ନଦୀର ପ୍ରଖର ସ୍ରୋତରେ ଭାସି ଗଲେ। ହେଲେ ସାଙ୍ଗମାନେ ଆଶୀର୍ବାଦ ବେହେରାଙ୍କୁ ଉଦ୍ଧାର କରି ପାରି ନ ଥିଲେ। ଆଖପାଖ ଲୋକେ ଉଦ୍ଧାର କରିବା ପାଇଁ ପ୍ରୟାସ କରି ବିଫଳ ହେବା ପରେ ଏବେ ବାଲୁଗାଁ ଓ ବାଣପୁର ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।


ହେଲେ ବର୍ତ୍ତମାନ ସୁଦ୍ଧା ଆଶୀର୍ବାଦ ବେହେରାଙ୍କ ପତ୍ତା ମିଳିନାହିଁ। ଖବରପାଇ ଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବାକୁ ସନ୍ଧାନ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
youth-drowns-in-kansari-river | Argus News