Videos
|
Odisha

ପୋଖରୀରେ ବୁଡ଼ି ଯୁବକ ମୃତ

Ritu Das
Browse all articles by Ritu Das
·1 year ago·1 min read
ପୋଖରୀରେ ବୁଡ଼ି ଯୁବକ ମୃତ

Key Points

ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନକଣା ଗ୍ରାମରେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନକଣା ଗ୍ରାମରେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ l ସୂଚନା ମୁତାବକ କେନ୍ଦ୍ରାପଡା ଜିଲ୍ଲା ବସୁପୁର ଗ୍ରାମର ବିଶ୍ୱରଞ୍ଜନ ବିଶ୍ୱାଳଙ୍କ ପୁଅ କାର ବିଶ୍ୱାଳ ଯାଜପୁର ପାଣିକୋଇଲି ଥାନା ଜହ୍ନକଣା ଗାଁକୁ ଆଈଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟରେ ଯୋଗଦେବାକୁ ଗତକାଲି ଆସିଥିଲେ। ଆଜି ସକାଳୁ ଓଁକାର ତାଙ୍କ ମା'ଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ପୋଖରୀରେ ବୁଡ଼ି ଯାଇଥିଲେ। ଏହାକୁ ଦେଖି ଓଁକାରଙ୍କ ମା' ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ।


ଗ୍ରାମବାସୀ ଓ ଦମକଳ ବାହିନୀ ଙ୍କ ସହାୟତା ରେ ଓଁକାରଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପାଣିକୋଇଲି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
youth-drowns-in-pond-dies | Argus News