Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରେଳ ଟ୍ରାକରୁ ମୋବାଇଲ କାଢ଼ିବାକୁ ଯାଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

Ritu Das
Browse all articles by Ritu Das
·10 months ago·1 min read
ରେଳ ଟ୍ରାକରୁ ମୋବାଇଲ କାଢ଼ିବାକୁ ଯାଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

Key Points

ମୋବାଇଲ ତଳେ ପଡ଼ିଯିବା କାରଣରୁ ଚଳନ୍ତା ଟ୍ରେନରୁ ତଳକୁ ଓହଳି ମୋବାଇଲ କାଢ଼ିବାକୁ ଚେଷ୍ଟା କରୁଥିବା ଯୁବକଙ୍କୁ ମରଣ ମୁହଁରୁ ଟାଣି ଆଣିଲେ ଆରପିଏଫ ହେଡ କନେଷ୍ଟବଳ ଏମ.ଭି.ଜେ.ରାଓ।

ମୋବାଇଲ ତଳେ ପଡ଼ିଯିବା କାରଣରୁ ଚଳନ୍ତା ଟ୍ରେନରୁ ତଳକୁ ଓହଳି ମୋବାଇଲ କାଢ଼ିବାକୁ ଚେଷ୍ଟା କରୁଥିବା ଯୁବକଙ୍କୁ ମରଣ ମୁହଁରୁ ଟାଣି ଆଣିଲେ ଆରପିଏଫ ହେଡ କନେଷ୍ଟବଳ ଏମ.ଭି.ଜେ.ରାଓ। ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନ ପ୍ଲାଟଫର୍ମ ନଂ୫ ରେ। ତେବେ ଯୁବକ ଜଣକ ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି । ଆହତ ଯୁବକ ଜଣକ ହେଲେ ତାମିଲନାଡ଼ୁ ରାଜ୍ୟର ପୃଥ୍ୱୀରାଜ(୪୨)। ତେବେ ଡ୍ୟୁଟିରେ ଥିବା ରାଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ପୃଥ୍ୱୀ। ସୂଚନା ମୁତାବକ ବିଶାଖାପାଟଣା-ହଜରତନିଜାମୁଦ୍ଦିନ(୧୨୮୦୭) ଟ୍ରେନର ବି-୨(୪୬) ନଂ ସିଟର ପାସେଞ୍ଜର ପୃଥ୍ୱୀ ରାୟଗଡ଼ା ରେଳ ଷ୍ଟେସନରେ ପ୍ଲାଟଫର୍ମ ନଂ୫ରୁ ଟ୍ରେନରେ ଚଢ଼ିଥିଲେ । ଏହି ସମୟରେ ତାଙ୍କ ମୋବାଇଲ ପ୍ଲାଟଫର୍ମରେ ପଡ଼ିଯାଇଥିଲା ।


ତେବେ ପୃଥ୍ୱୀ ମୋବାଇଲ କାଢ଼ିବା ପାଇଁ ଚଳନ୍ତା ଟ୍ରେନରେ ଓହଳି ମୋବାଇଲ କାଢ଼ିବାକୁ ଚେଷ୍ଟା କରିବା ବେଳେ ରେଳ ଟ୍ରାକକୁ ଟାଣି ହୋଇଯାଇଥିଲେ । ତେବେ ସେଠାରେ ଡ୍ୟୁଟିରେ ଥିବା ଆରପିଏଫ ହେଡ୍ କନେଷ୍ଟବଳ ରାଓ ତାହା ଦେଖି ପୃଥ୍ୱୀଙ୍କୁ ନିଜ ଆଡ଼କୁ ଟାଣି ଆଣିଥିଲେ । ଫଳରେ ପୃଥ୍ୱୀ ସାମାନ୍ୟ ଆହତ ହୋଇଥିଲେ। କିନ୍ତୁ ତାଙ୍କର ଅମୂଲ୍ୟ ଜୀବନ ବର୍ତ୍ତି ଯାଇଥିଲା। ରାଓଙ୍କ ଏହିଭଳି ସାହସିକତା ଓ ଉପସ୍ଥିତି ବୁଦ୍ଧି ଯୋଗୁଁ ବିଭାଗୀୟ ଅଧିକାରୀ ,କର୍ମଚାରୀ ଓ ଜନସାଧାରଣ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored