Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଦ ପିଇବାକୁ ବାରଣ କରିବାରୁ ବୃଦ୍ଧଙ୍କୁ ମାରିଦେଲେ ଯୁବକ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ମଦ ପିଇବାକୁ ବାରଣ କରିବାରୁ ବୃଦ୍ଧଙ୍କୁ ମାରିଦେଲେ ଯୁବକ

Key Points

ମଦ ନିଶାରେ ନେଇଗଲେ ପଡୋଶୀଙ୍କ ଜୀବନ

ମଦ୍ୟପର ଗୋଇଠା ମାଡରେ ଯୌନାଙ୍ଗ ଫାଟି ବୃଦ୍ଧଙ୍କ ଗଲା ଜୀବନ

ଅଭିଯୁକ୍ତକୁ ଗିରଫ କଲା ପୋଲିସ

ମଦ ପିଇବାକୁ ମନା କରିବା ହେଲା କାଳ । ମଦୁଆ ଙ୍କ ଗୋଇଠା ମାଡରେ ଯୌନାଙ୍ଗ ଫାଟି ବୃଦ୍ଧଙ୍କ ଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଉମା ଗାଁରେ ଦେଖିବା ପାଇଁ ମିଳିଛି । ମୃତକ ଜଣକ ହେଲେ ଉମା ଗାଁର ଉମାକାନ୍ତ ଭୋଇ । ମଦୁଆ ଅଭିଯୁକ୍ତ ଜଣକ ହେଲେ ବଂନଶୀ ଭୋଇ । ବଂନଶୀକୁ ପୋଲିସ ଗିରଫ କରିଥିବା ବେଳେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାମୁତାବକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଉମା ଗାଁର ବଂନଶୀ ଭୋଇ ଅତ୍ୟଧିକ ମଦ ପିଇ ଗାଁ ଦାଣ୍ଡ ରେ ପାଟି ତୁଣ୍ଡ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ ।


ଏହା ଦେଖି ସେହି ଗାଁ ର ପଡ଼ୋଶୀ ଉମାକାନ୍ତ ଭୋଇ ଆସି ତାଙ୍କୁ ବାରଣ କରିବା ସହ ମଦ ପିଇବା ପାଇଁ ମନା କରିଥିଲେ । ପରେ ଘରକୁ ନେଇ ଛାଡିବା ପାଇଁ ଉଦ୍ୟମ କରୁଥିଲେ । ଠିକ୍ ସେହି ସମୟରେ ମଦ୍ୟପ ଯୁବକ ବଂନଶୀ ଭୋଇ ଉତ୍‌କ୍ଷିପ୍ତ ହୋଇ ଉମାକାନ୍ତଙ୍କୁ ଏକ ଗୋଇଠା ମାରିଥିଲେ । ଗୋଇଠା ଉମାକାନ୍ତଙ୍କ ଯୌନାଙ୍ଗରେ ବାଜିବା ଫଳରେ ସେ ଘଟଣା ସ୍ଥଳରେ ସେ ଚେତା ହରାଇଥଲେ । ପରେ ତାଙ୍କୁ କଣ୍ଟାମାଳ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ବଂଶୀକୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Youth kills old man for stopping him from drinking alcohol | Argus News