Crime / ବ୍ୟାରେଜ ଉପରେ କାର ରଖି ଯୁବକ ନିଖୋଜ, ମିଳିଲା ସୁଇସାଇଡ୍ ନୋଟ୍

Key Points
ବ୍ୟାରେଜ ଉପରେ କାର ରଖି ଯୁବକ ନିଖୋଜ
ମହାନଦୀକୁ ଡେଇଁ ପଡ଼ିଥିବା ଅନୁମାନ
ମହାନଦୀରେ ଖୋଜାଖୋଜି ଜାରି ରଖିଛି ବାରଙ୍ଗ ଅଗ୍ନିଶମ ବାହିନୀ
ଯୁବକ ଜଣକ ମହାନଦୀକୁ ଡେଇଁଛନ୍ତି ନା ଆଉ କେଉଁ ଆଡେ ଚାଲି ଯାଇଛନ୍ତି ଅସ୍ପଷ୍ଟ
ବ୍ୟାରେଜ ଉପରେ କାର ରଖି ଯୁବକ ନିଖୋଜ । ମହାନଦୀକୁ ଡେଇଁ ପଡ଼ିଥିବା ଅନୁମାନ । ଯୁବକ ଜଣକ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ମହାନଦୀରେ ଖୋଜାଖୋଜି ଜାରି ରଖିଛି । ଯୁବକ ଜଣକ ମହାନଦୀକୁ ଡେଇଁଛନ୍ତି ନା ଆଉ କେଉଁ ଆଡେ ଚାଲି ଯାଇଛନ୍ତି ତାହା ଅସ୍ପଷ୍ଟ ରହିଛି । ସେପଟେ ବାରଙ୍ଗ ଥାନା ପୋଲିସ ଓ ଜୋନ ଏସିପି ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଘଟଣା ବିଷୟରେ ପଚରାଉଚରା କରୁଛନ୍ତି । କାର ସହ କାରରୁ ଏକ ସୁଇସାଇଡ଼ ନୋଟ ଜବତ କରି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ମହାନଦୀକୁ ଡେଇଁ ଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫର ଯବାନ ମାନେ ମହାନଦୀରେ ଖୋଜା ଖୋଜି ଜାରି ରଖିଛନ୍ତି ।
ସୂଚନାନୁଯାୟୀ କାର୍ ଭିତରେ ସୁଇସାଇଡ୍ ନୋଟ୍ । କିନ୍ତୁ ନାହାନ୍ତି ଯୁବକ । ମୁଣ୍ଡଳୀ ବ୍ୟାରେଜ ଛକରେ ଥୁଆହୋଇଛି କାର୍ । କିନ୍ତୁ ଯୁବକଙ୍କର ନାହିଁ ପତ୍ତା । କୁଆଡ଼େ ଗଲେ ଯୁବକ ? ମୁଣ୍ଡଳୀ ବ୍ୟାରେଜ ଛକରେ ଗାଡ଼ି ରଖି ମ ଡେଇଁପଡିଛନ୍ତି ନାଁ ଅନ୍ୟ କେଉଁଆଡ଼େ ପଳାଇଛନ୍ତି ? ଯୁବକଙ୍କୁ ପାଣି ଭିତରେ ଖୋଜୁଛି ଅଗ୍ନିଶମ ବାହିନୀ । କିନ୍ତୁ ମିଳିନି ତାଙ୍କ ପତ୍ତା । ନିଖୋଜ ଯୁବକ ଜଣକ ହେଉଛନ୍ତି ଶକ୍ତିକାନ୍ତ ସାହୁ । ତାଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡ଼ିଛି । ତେବେ ତାଙ୍କ ନିଖୋଜ ନେଇ ପରିବାର ଲୋକଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ ।
ଗୁରୁବାର ରାତିରେ ମୁଣ୍ଡଳୀ ବ୍ୟାରେଜ ଛକରେ ଏକ କଳା ରଙ୍ଗର କାର୍ ଦୀର୍ଘ ସମୟ ଧରି ଥୁଆହୋଇ ରହିଥିଲା । ସେହି ସମୟରେ ଗୋଡ଼ିସାହି ଫାଣ୍ଡି ପୋଲିସ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ପାଟ୍ରୋଲିଂ ବେଳେ କାର୍ଟି ରାସ୍ତା କଡ଼ରେ ଥୁଆହୋଇ ରହିଥିବା ଦେଖିବାକୁ ମିଳିଥିଲା । ତେବେ ଥୁଆହୋଇ ରହିଥିବା କାର୍ର ଡୋର୍ କିନ୍ତୁ ଲକ୍ ହୋଇନଥିଲା । ତେଣୁ ପୋଲିସ ଗାଡ଼ିଟିକୁ ତଲାସି କରିବାକୁ ଅଟକିଥିଲା । କାର୍ଟିକୁ ଯାଞ୍ଚ କରିବା ବେଳେ ସେଥିରୁ ଗୋଟିଏ ମୋବାଇଲ୍ ଓ ଏକ ସୁଇସାଇଡ୍ ନୋଟ୍ ଦେଖିବାକୁ ପାଇଥିଲା ।
ସୁଇସାଇଡ୍ ନୋଟ୍ରୁ ଯୁବକଙ୍କ ପରିବାର ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା । ଏହାକୁ ଆଧାର କରି ପୋଲିସ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲା । ଏହାସହ ପୋଲିସ ରାତିରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲା । କିନ୍ତୁ ଯୁବକଙ୍କର କିଛି ପତ୍ତା ପାଇନଥିଲା ।
📱 Get Argus News App
✨
ଶୁକ୍ରବାର ସକାଳୁ ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ତେବେ ଯୁବକ ଜଣଙ୍କ କାର୍ ରଖି ମହାନଦୀକୁ ଡେଇଁପଡିଥିବା ସନ୍ଦେହ କରି ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ । ଖବର ଲେଖା ହେବା ପର୍ଯ୍ୟନ୍ତ ଯୁବକଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡିଛି । ତେବେ କାହିଁକି ଯୁବକ ଜଣଙ୍କ ଏଭଳି ନୋଟ୍ ଲେଖିଛନ୍ତି ସେ ସମ୍ପର୍କରେ କିଛି ଜଣାପଡିନାହିଁ । ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ଅନ୍ୟ କେଉଁଆଡେ ପଳାଇ ଯାଇଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
Related Topics
Explore more stories