Tower Incident / ଚାକିରି ପାଇଁ ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଜୀବନ ହାରିବାକୁ ଧମକ

Key Points
ଢେଙ୍କାନାଳ ଟାଉନ ଥାନା ନିକଟରେ ଯୁବକଙ୍କ ଉନ୍ମତ୍ତକାଣ୍ଡ
ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଆତ୍ମହତ୍ୟା ଧମକ
ଯୁବକଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ଟିମ୍
ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଜୀବନ ହାରିବାକୁ ଧମକ । ଢେଙ୍କାନାଳ ଟାଉନ ଥାନା ନିକଟରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଆତ୍ମହତ୍ୟା ଧମକ । ଯୁବକ ଜଣକ ହେଲେ ଢେଙ୍କାନାଳ କାମାକ୍ଷାନଗର ଥାନା ସୋଗର ଗାଁର ଯୁବକ ରୁଦ୍ର ନାରାୟଣ ଦାସ ।
ମୋତେ ଫେରାଅ ମୋ ଚାକିରି, କିଛି ଏଭଳି ଦାବିରେ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଯୁବକ । ଢେଙ୍କାନାଳ ଜିଲ୍ଲାର ତୁମୁସୀଙ୍ଗ ଥାନା ଅନ୍ତର୍ଗତ ସୋଗର ଗ୍ରାମର ଯୁବକ ରୁଦ୍ର ନାରାୟଣ ଦାସ l ଟାଉନ ଥାନା ନିକଟରେ ଥିବା ମୋବାଇଲ ଟାୱାରରେ ଚଢି ଯୁବକ ଜଣଙ୍କ ନିଜ ଦାବି ସମ୍ପର୍କରେ ଚିଠି ଦରଖାସ୍ତ ଲେଖି ଅଗ୍ନିଶମ ଅଧିକାରୀଙ୍କୁ ଦେଇଛି । ରୁଦ୍ରଙ୍କର କହିବା କଥା ଯେ ୨୦୧୮ ମସିହାରେ ସେ ଓ଼ଏସପି ୧ ବାଟାଲିୟନରେ ଯବାନ ରୂପେ ଯୋଗ ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,,ଆସନ୍ତା ୧୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ସମ୍ଭାବନା
ତାଙ୍କୁ ଝାରସୁଗୁଡ଼ା ଟ୍ରେନିଂ ପାଇଁ ପଠାଯାଇଥିବାବେଳେ ମୁଣ୍ଡ ବିନ୍ଧା ପାଇଁ କୋଭିଡ ଟେଷ୍ଟ ହୋଇଥିଲା ଓ ରିପୋର୍ଟ୍ ନେଗେଟିଭ ଆସିଥିଲା । ରୁଦ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏମିତି ଏକ ଇଞ୍ଜେକ୍ସନ ଦିଆଯାଇଥିଲା ଯାହାପରେ ବୁର୍ଲା ମେଡିକାଲ ପଠା ଯାଇଥିଲା । ପରେ ସେ ଶାରୀରିକ ଅକ୍ଷମ ବୋଲି ଚାକିରିରୁ ବହିଷ୍କୃତ ହୋଇଥିଲେ ।
ପରେ ସେ ବିଭିନ୍ନ ଅଧିକାରୀ, ଜନ ପ୍ରତିନିଧି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚାକିରି ଫେରି ପାଇବାକୁ ଗୁହାରୀ କରିଛନ୍ତି । ଦାବି ପୂରଣ ନ ହେଲେ ଟାୱାର ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବ ବୋଲି ଅଗ୍ନିଶମ ଓ ପୋଲିସକୁ ଚେତାବନୀ ଦେଇଛନ୍ତି । ଏବେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ରମେଶ ସେଠୀ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଉପସ୍ଥିତ ଅଛନ୍ତି ।
📱 Get Argus News App
✨Related Topics
Explore more stories