Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime News / ଶୋଇଥିବା ବେଳେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

Rashmita Mishra
Browse all articles by Rashmita Mishra
·6 months ago·1 min read
 ଶୋଇଥିବା ବେଳେ ଯୁବକଙ୍କୁ ପଥରରେ ଛେଚି ହତ୍ୟା
Crime News

Key Points

ବୀଭତ୍ସ ହତ୍ୟା ।
ସମ୍ବଲପୁରରେ ନାବାଳକଙ୍କୁ ଏୟାର ଗନ୍‌ରୁ ଗୁଳି । 
କଟକରେ ଶୋଇଥିବା ବେଳେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । 
ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ । 

ରକ୍ତ ରଞ୍ଜିତ ହେଲା ରବିବାର...କଟକ ଖାନନଗରରେ ବୀଭତ୍ସ ହତ୍ୟା ହୋଇଛି । ଶୋଇଥିବା ବେଳେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ କରାଯାଉଛି । ସେପଟେ ସମ୍ବଲପୁରରେ ନାବାଳକକୁ ଏୟାର ଗନ୍‌ରୁ ଗୁଳି ମାରିଲେ ଯୁବକ । ବୁର୍ଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ନାବାଳକଙ୍କୁ କଟକ ପାଇଁ ସ୍ଥାନାନ୍ତର କରାଯାଇଛି ।

ରବିବାର ସମୟ ସକାଳ 7 ଟା, ହଠାତ ଜମା ହୋଇଯାଇଥିଲେ ସ୍ଥାନୀୟ ଲୋକ। ରିଂ ରୋଡ଼ ବନ୍ଧ ପାର୍ଶ୍ଵରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ରକ୍ତ ଜୁଡୁବୁଡ଼ ହୋଇ ପଡ଼ିଥିଲା ତେଲେଙ୍ଗା ବଜାର ହଜାରୀ ଲେନ ଅଂଚଳର ପପୁ ଦାସଙ୍କ ମୃତଦେହ । ନିକଟରେ ପଡିଥିଲା ରକ୍ତ ଲଗା ଦୁଇଟି ପଥର। ବାଦାମବାଡ଼ି ପୋଲିସ ଓ ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲା ସାଇଣ୍ଟିଫିକ ଟିମ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ କହିଥିବା ବେଳେ, ଅଧିକ ଅନୁସନ୍ଧାନ ଜାରୀ ରଖିଛି।

ସେପଟେ ପୁଣି ସମ୍ବଲପୁରରେ ନାବାଳକକୁ ଏୟାର ଗନ୍‌ରୁ ଗୁଳି ମାରିଲେ ଯୁବକ । ଗୁରୁତର ନାବାଳକଙ୍କୁ ପ୍ରଥମେ ବୁର୍ଲାରେ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଦିବାୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ନାବାଳକଙ୍କ ଦେହରେ ବାଜିଥିବା କହିଥିବା ବେଳେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ଅଧିକ ଛାନଭିନ ଚଳାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime News | Youth Brutally Murdered While Sleeping, Crushed With Stone | Crime News | Argus News