Videos
|
Odisha

ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ମୃତ୍ୟୁ ଦଣ୍ଡାଦେଶ

Rashmita Mishra
Browse all articles by Rashmita Mishra
·1 year ago
ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଅର୍ଗସ ବ୍ୟୁରୋ: ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ମାମଲାର ୩୧ ଦିନ ଭିତରେ ତଦନ୍ତ ଶେଷ ହୋଇଥିଲା । ଏହାପରେ ଦୁଇମାସ ମଧ୍ୟରେ ପ୍ରକାଶ ପାଇଛି ରାୟ । ଅକ୍ଟୋବର ୫ରେ ପଶ୍ଚିମବଂଗର ୨୪ ପ୍ରଗଣା ଜିଲ୍ଲାରେ ୧୦ ବର୍ଷୀୟା ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିଲା । ନାବାଳିକା ଜଣଙ୍କ ଟିୟୁସନରୁ ଯାଇ ନ ଫେରିବାରୁ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଘଟଣାର ତଦନ୍ତ କରି ହତ୍ୟାକାରୀ ଯୁବକଙ୍କୁ ଗିରଫ କରିଥିଲା କୋଲକତା ପୋଲିସ । ସେ ନାବାଳିକାକୁ ପ୍ରଲୋଭିତ କରି ଏଭଳି ବୀଭତ୍ସ କାଣ୍ଡ ଭିଆଇଥିଲା । ମାମଲାର ୬୨ ଦିନ ମଧ୍ୟରେ ହତ୍ୟାକାରୀ ଯୁବକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: