ସୁବର୍ଣ୍ଣରେଖା ବନ୍ୟାର ପ୍ରଖର ସୁଅରେ ଭାସିଗଲେ ଯୁବକ
·1 year ago

Key Points
ବନ୍ୟା ପାଣିରେ ଭାସିଗଲେ ଯୁବକ
ସୁବର୍ଣ୍ଣରେଖା ବନ୍ୟାର ପ୍ରଖର ସୁଅରେ ଭାସିଗଲେ ଯୁବକ
ବନ୍ୟା ପାଣିରେ ଭାସିଗଲେ ଯୁବକ । ଜାମକୁଣ୍ଡା ନିକଟରେ ସୁବର୍ଣ୍ଣରେଖା ବନ୍ୟାର ପ୍ରଖର ସୁଅରେ ଭାସିଗଲେ ଯୁବକ। ଘରେ ବାପାଙ୍କ ଦେହ ଖରାପ ହେବାରୁ ଔଷଧ ଆଣିବା ପାଇଁ ଦୋକାନକୁ ଯାଇଥିଲେ। ଫେରିବା ବେଳେ ଜାମକୁଣ୍ଡା ନିକଟରେ ପ୍ରଖର ସୁଅରେ ଭାସିଗଲେ। ନିଖୋଜ ଯୁବକ ଭୋଗରାଇ ବ୍ଲକ କୁଲ୍ଲା ଗାଁର ମହେଶ୍ୱର ପିଲା l ଦୀର୍ଘ ୩ ଘଣ୍ଟାଧରି ଗ୍ରାମବାସୀ ଖୋଜାଖୋଜି କରିବା ପରେ ମଧ୍ୟ ମହେଶ୍ୱରଙ୍କ ପତ୍ତା ମିଳିନାହିଁ। ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଓଡାରଫ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି।
ସେପଟେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନେବା ପାଇଁ ଚାଲିଛି ସହାୟତା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: