Videos
|
Odisha

ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଭାସିଗଲେ ଯୁବକ

Smruti Parija
Browse all articles by Smruti Parija
·1 year ago·1 min read
ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଭାସିଗଲେ ଯୁବକ

Key Points

ବୈତରଣୀ ନଦୀରେ ଭାସି ଯୁବକ ନିଖୋଜ

ଦଶରଥପୁର ଥାନା ଚାନ୍ଦକୁଡ଼ା ଗାଁରେ ଭାସିଗଲେ ଯୁବକ

ଓଡ୍ରାଫ୍ ଟିମ୍‌ର ଖୋଜାଖୋଜି ଆରମ୍ଭ

ବୈତରଣୀ ନଦୀରେ ଭାସି ଯୁବକ ନିଖୋଜ । ଦଶରଥପୁର ଥାନା ଚାନ୍ଦକୁଡ଼ା ଗାଁରେ ଭାସିଗଲେ ଯୁବକ । ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଭାସିଯାଇଥିବା ସୂଚନା ମିଳିଛି । ନିଖୋଜ ଯୁବକଙ୍କୁ ଓଡ୍ରାଫ୍ ଟିମ୍‌ର ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି ।


ସେପଟେ ଦୁର୍ବଳ ହେଲା ଅବପାତ । ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଭାବେ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି lପ୍ରଭାବରେ ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା। ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ , ଢେଙ୍କାନାଳ,ସୁନ୍ଦରଗଡ଼, କେଉଁଝର,କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,ଭଦ୍ରକ,ବାଲେଶ୍ଵର,ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା କାଲିଠାରୁ ବର୍ଷାର ପରିମାଣ କମିବ। ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳସ୍ତର ବୃଦ୍ଧି ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବେଳେ ସୂଚନା ଦେଇଛନ୍ତି । ବିଭିନ୍ନ ନଦୀରେ ଜଳସ୍ତର କମୁଛି, ପାଣି କମିବା ପରେ କ୍ଷୟକ୍ଷତି ଆକଳନ । ରିଲିଫ କେନ୍ଦ୍ରମାନଙ୍କରୁ ଲୋକେ ଫେରିବା ଆରମ୍ଭ କଲେଣି । ସାପ କାମୁଡ଼ା ଭୟ ଥିବାରୁ ଇଞ୍ଜେକ୍ସନ ସ୍ବାସ୍ଥ୍ୟ କେନ୍ଦ୍ରରେ ମହଜୁଦ ରହିଛି’ । କେବଳ ବାଲେଶ୍ବର ଜିଲ୍ଲାର ୨ଟି ବ୍ଲକ୍‌କୁ ଛାଡ଼ି ଅନ୍ୟ ସ୍ଥାନରେ ସମସ୍ୟା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

youth-washed-away-in-baitarani-river | Argus News