Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / ବେଡ୍ ରୁମ ଭିତରେ ଠାବ ହେଲା ମଦ ଭାଟି, ବନ୍ଧା ହେଲେ ୟୁଟ୍ୟୁବର

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବେଡ୍ ରୁମ ଭିତରେ ଠାବ ହେଲା ମଦ ଭାଟି, ବନ୍ଧା ହେଲେ ୟୁଟ୍ୟୁବର

Key Points

ଦିନରେ ୟୁଟ୍ୟୁବର, ରାତିରେ ମଦ ମାଫିଆ
ବେଡ୍‌ ରୁମ...ସିକ୍ରେଟ୍‌ ଚ୍ୟାମ୍ବର...ଦେଶୀ ମଦ ଭାଟି
ପୁଣି ସିକ୍ରେଟ୍‌ ଚ୍ୟାମ୍ବରରେ ଦେଶୀ ମଦ ଭାଟିର ସନ୍ଧାନ
ବୀରବାସା ବସ୍ତିରେ ବେଡ୍‌ ରୁମ ଭିତରେ ଠାବ ହେଲା ମଦ ଭାଟି

ଧରାପଡ଼ିଲେ ୟୁଟ୍ୟୁବର। ଦେଶୀ ମଦ ବିକ୍ରି ଅଭିଯୋଗରେ ଧରାପଡ଼ିଲେ। କରୁଣାକର କିସ୍କୋ ୟୁଟ୍ୟୁବର ଭାବେ ଦିନରେ ଭିଡ଼ିଓ କରେ ରାତି ହେଲେ ବିକ୍ରି କରୁଥିଲେ ଦେଶୀ ମଦ | ବେଡ଼ରୁମରେ ବିଛାଇଥିଲା ନୀଳ ରଙ୍ଗର କାରପେଟ |କାରପେଟ ତଳେ ଥିଲା ସିକ୍ରେଟ ଚାମ୍ବର। ଆଉ ଏହି ଚାମ୍ବରରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ମଙ୍ଗଳବାର ଚଢାଉ ବେଳେ ୨୦୦୦ ଲିଟର ମଦ ସହ ଦେଶୀ ପୋଚ ଜବତ କରି କରୁଣାକର କିସ୍କୋ କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ଥାନା ପୋଲିସ। ବେଡ୍‌ ରୁମ ଭିତରେ ସିକ୍ରେଟ୍‌ ଚ୍ୟାମ୍ବର ତାଭିତରେ ଦେଶୀ ମଦ ଭାଟି। ଦୀର୍ଘଦିନ ଧରି ଅବକାରୀ ଟିମକୁ ଚକମା ଦେଇ ମଦ କାରବାର ଚଳାଇଥିଲେ ମାଫିଆ। ବର୍ଷ ବର୍ଷ ଧରି ସିକ୍ରେଟ ରୁମରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ ।


ଶେଷରେ ମାଡ଼ି ବସିଲା ଅବକାରୀ ବିଭାଗ। ଦେଖନ୍ତୁ ଏହି ଭିଯୁଆଲ୍। ସିକ୍ରେଟ ଚାମ୍ବରରେ କେମିତି ଚତୁରତାର ସହ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ମୈତ୍ରୀ ବିହାର ସ୍ଥିତ ବୀରବାସା ବସ୍ତିରେ ଏହି ସିକ୍ରେଟ ଚାମ୍ବରକୁ ଠାବ କରିଛି ଅବକାରୀ ଟିମ୍। ରାଜଧାନୀର ବସ୍ତି ଭିତରେ ଗଳି ଗଳିରେ ପ୍ରସ୍ତୁତ ହେଉଛି ଦେଶୀ ମଦ। ଅବକାରୀ ବିଭାଗ ଡ଼ାଳେ ଡାଳେ ଗଲେ ମଦ ମାଫିଆ ପତ୍ରେ ପତ୍ରେ ଯାଉଛନ୍ତି । ଦିନକୁ ଦିନ ବଢ଼ି ଚାଲିଛି ମଦ ମାଫିଆଙ୍କ ରାଜ। କେତେବେଳେ କେଉଁ ଉପାୟରେ ସେମାନେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି, ତାହା କେବଳ ସେମାନଙ୍କୁ ହିଁ ଜଣା।


ଏଥିସହ ପଢ଼ନ୍ତୁ: ସ୍କୁଟି ସହ ବେଆଇନ ଦେଶୀମଦ ଜବତ: ଦୁଇ ଗିରଫ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ଯେତେବ ସତର୍କ ହେଲେ ମଦ ମାଫିଆମାନେ ଲୁଚିଛପି ନିଜର କାମ କରିଚାଲିଛନ୍ତି। ହେଲେ ଏବେ ଆଉ ନିସ୍ତାର ନାହିଁ। ପ୍ରତ୍ୟେକ ଗଳିକନ୍ଦି ଖୋଜୁଛି ପୋଲିସ। ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ଧରିବ ଅବକାରୀ ବିଭାଗ। ମଣିଷ ଯେବେ ରୋଜଗାର କରିପାରେନି ସେବେ ଚୋର ବନିଯାଏ । ଅର୍ଥାତ୍‌ ଟଙ୍କା ପାଇଁ ମଣିଷ କିଛି ବି କରିପାରେ । ହେଲେ ଜଣେ ୟୁଟ୍ୟୁବର ରାତିରେ ଦେଶୀ ମଦ ବିକ୍ରି କରି ଧରାପଡ଼ିଛନ୍ତି।


ବର୍ତ୍ତମାନ ସମୟରେ ସାଧାରଣ ଲୋକଙ୍କ ପାଇଁ ୟୁଟ୍ୟୁବ ରୋଜଗାରର ଏକ ମାଧ୍ୟମ ପାଲଟିଛି। ସମସ୍ତେ ଚାହାନ୍ତି ଟଙ୍କା ରୋଜଗାର ପାଇଁ ଠିକ ଏମିତି କିଛି ଉପାୟରେ ରୋଜଗାର କରୁଥିଲେ କରୁଣାକର। ହେଲେ ମଣିଷର ଲୋଭ ତାକୁ ବିପଦରେ ପକାଇଥାଏ। ଦିନରେ ୟୁଟ୍ୟୁବ ଭିଡିଓ ବନାନ୍ତି ଏବଂ ରାତିରେ ହେଲେ ଦେଶୀ ମଦ ବିକ୍ରି ପରି କାଣ୍ଡ କରନ୍ତି। ଯେଉଁଥି ପାଇଁ ତାଙ୍କୁ ଆଜି ଧରିଛି ଅବକାରୀ ବିଭାଗ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Odisha Update | YouTuber Arrested After Illegal Liquor Factory Found Inside Bedroom | Argus News | Argus News