Videos
|
Odisha

ଗୋଧି ମାଂସ ରାନ୍ଧି ବନ୍ଧା ହେଲେ ୟୁଟ୍ୟୁବର

Smruti Parija
Browse all articles by Smruti Parija
·11 months ago·2 min read
ଗୋଧି ମାଂସ ରାନ୍ଧି ବନ୍ଧା ହେଲେ ୟୁଟ୍ୟୁବର

Key Points

ଗୋଧି ମାଂସ ରାନ୍ଧି ବନ୍ଧା ହେଲେ ୟୁଟ୍ୟୁବର
ରାତାରାତି ଫେମସ ହେବାର ସ୍ୱପ୍ନ ହେଲା ଚୁର୍ ମାର୍
ଗୋଧି ମାଂସ ରୋଷେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍

ରାତା ରାତି ଫେମସ ହେବାକୁ କିଛି ବି କରିବାକୁ ପଛାଉନାହାନ୍ତି ୟୁଟ୍ୟବୁର୍ । ଯାହା ମନକୁ ଆସୁଛି ପୋଷ୍ଟ କରୁଛନ୍ତି । ନିଜ ଜୀବନକୁ ତ ବାଜିରେ ଲଗାଉଛନ୍ତି କିଛି କିଛି ସମୟରେ ମାନବିକତା ବି ଭୂଲିଯାଉଛନ୍ତି । ସେମିତି ଜଣେ ୟୁଟ୍ୟୁବର୍ ଗୋଧି ମାଂସ ରାନ୍ଧି ଖାଇଥିଲେ । ଯାହାର ପୁରା ଭିଡିଓ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଅପଲୋଡ୍ କରିଥିଲେ । ଶେଷରେ ୟୁଟ୍ୟୁବର୍ ଙ୍କୁ ବାନ୍ଧିଛି ପୋଲିସ ।
ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ରୁପା ନାୟକ । ଶ୍ୱଶୁର ଘରକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ବାଟରେ ଏକ ଗୋଧି ମରି ପଡିଥିବାର ଦେଖିବାକୁ ପାଇଥିଲେ । ଫେରିବା ସମୟରେ ସାଙ୍ଗରେ ସେହି ମଲା ଗୋଧିକୁ ଆଣି ତାକୁ କାଟି ରୋଷେଇ କରିଥିଲେ । ଯାହାର ଭିଡିଓ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଅପଲୋଡ୍ କରିଥିଲେ । ଯେଉଁ ଭିଡିଓ ଅପଲୋଡ୍ ହେବା ମାତ୍ରେ ଖୁବ ଭାଇରାଲ୍ ହୋଇଥିଲା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଧି ଏକ ସରିସୃପ ପ୍ରଜାପତିର ବନ୍ୟଜନ୍ତୁ ଯାହା କି ଏବେ ବିଲୁପ୍ତ ପ୍ରଜାପତିର । ଏହି ପ୍ରଜାତିର ବନ୍ୟଜନ୍ତୁର ସୁରକ୍ଷା ଏବଂ ସଂରକ୍ଷଣ ନିହାତି ଆବଶ୍ୟକ । ଏ ପରି ସ୍ଥଳେ ଗୋଧିକୁ କାଟି ଖାଇବା ଧର୍ତ୍ତବ୍ୟ ଅପରାଧ ବୋଲି ଜଣେ ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି । ସେପଟେ ସଂପୃକ୍ତ ୟୁଟ୍ୟୁବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗିରଫ ଯୁବକଙ୍କୁ ପଚାରିବାରୁ ତାଙ୍କ କହିବା କଥା ଏହା ଆଦିବାସୀଙ୍କ ଖାଇବା । ଯଦି ସାଧାରଣ ଲୋକଟିଏ ଛେଳି କୁକୁଡା ଖାଇପାରୁଛି ତେବେ ଗୋଧି ଖାଇବାରେ ଅସୁବିଧା କ'ଣ । ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି, ୟୁଟ୍ୟୁବର ଜଣଙ୍କ ଏହିପରି ବେଆଇନ କାର୍ଯ୍ୟ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଅର୍ଥାତ୍ ଏହାକୁ ସେ ପ୍ରୋମୋଟ୍ କରୁଛନ୍ତି । ଏହିପରି ବେଆଇନ କାର୍ଯ୍ୟ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଅର୍ଥାତ୍ ଏହାକୁ ସେ ପ୍ରୋମୋଟ୍ କରୁଛନ୍ତି । କୌଣସି ପ୍ରକାରର ବନ୍ୟଜନ୍ତୁ ଶିକାର କରିପାରିବ ନାହିଁ ବୋଲି ସରକାରଙ୍କର କଡା ନିୟମ ମଧ୍ୟ ରହିଛି । ବନ୍ୟ ଜନ୍ତୁ ଶିକାର ନକରିବା ପାଇଁ ଲୋକଙ୍କୁ ସଚେତନତା କରାଯିବା ଆବଶ୍ୟକ ।


youtuber-gets-tied-up-after-cooking-lizard-meat-argus-news | Argus News