Zero Night / ଜିରୋ ନାଇଟ୍ ପାଇଁ ପୋଲିସର କଟକଣା; ରାତି ୧୨ ପରେ ବାଜିବନି ମ୍ୟୁଜିକ୍
·3 months ago·2 min read

Key Points
ଟ୍ଵିନ୍ ସିଟି କଟକ-ଭୁବନେଶ୍ଵରରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ କମିଶନରେଟ୍ ପୋଲିସର ନିୟମ ମାନିବାକୁ ପଡ଼ିବ । ଖିଲାପ କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ ।
ଭୁବନେଶ୍ଵର: ନୂଆବର୍ଷ ପାଳନ ପାଇଁ ସବୁଠି ଉତ୍ସାହ ଥିବାବେଳେ ପୋଲିସ ଜାରି କରିଛି ନିର୍ଦ୍ଦେଶନାମା । ଟ୍ଵିନ୍ ସିଟି କଟକ-ଭୁବନେଶ୍ଵରରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ କମିଶନରେଟ୍ ପୋଲିସର ନିୟମ ମାନିବାକୁ ପଡ଼ିବ । ଖିଲାପ କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ ।
ଏଥିପାଇଁ ପୋଲିସ ୫ ଜୋନ୍ରେ ଭିନ୍ନ ଭିନ୍ନ ଅଧିକାରୀଙ୍କୁ ଦାୟିତ୍ଵ ଦେଇଛି । ଜିରୋ ନାଇଟ୍ ପାଳନ ସମୟରେ କମିଶନରେଟ୍ ପୋଲିସ ଆଇନ୍ ଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ୍ ପରିଚାଳନାକୁ ଧ୍ୟାନ ଦେବ ।
ସେଲିବ୍ରେସନ୍ ସ୍ଥାନ ଚିହ୍ନଟ
ନୂଆବର୍ଷ ସେଲିବ୍ରେସନ୍ କରୁଥିବା ହୋଟେଲ, କ୍ଲବ ଦିକୁ ସମସ୍ତ ପୋଲିସ ଥାନା ଚିହ୍ନଟ କରିବେ । ସେଲିବ୍ରେସନର ପ୍ରକାରରୁ ନେଇ ସମୟ ସବୁକିଛିର ତଥ୍ୟ ରଖିବ ପୋଲିସ ।
ଇଭେଣ୍ଟ ଯାଞ୍ଚ ଏବଂ ଅନୁମତି
ଜିରୋ ନାଇଟ୍ ସେଲିବ୍ରେସନ୍ ଲାଗି ସମ୍ପୃକ୍ତ ଥାନା ଅଧିକାରୀଙ୍କ ଠାରୁ ଆୟୋଜନକାରୀ ଅନୁମତି ନେବେ । ସେମାନେ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆସୁଥିବା ସେଲିବ୍ରିଟି ଏବଂ ଅଂଶଗ୍ରହଣକାରୀଙ୍କ ବାବଦରେ ତଥ୍ୟ ଦେବେ । କାର୍ଯ୍ୟକ୍ରମ ସ୍ଥଳରେ ଦର୍ଶକଙ୍କ କ୍ଷମତା ଭେରିଫାଏ ପରେ ଅନୁମତି ମିଳିବ ।
ପାଟ୍ରୋଲିଂ
ନୂଆବର୍ଷ ପାଳନ ବେଳେ କାର୍ଯ୍ୟକ୍ରମ ସ୍ଥଳରୁ ନେଇ ସଂଯୋଗ କରୁଥିବା ରାସ୍ତା ଓ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଯାଞ୍ଚ କରିବ । ପାର୍କ, ରେଷ୍ଟୁରାଣ୍ଟ, କଲେଜ, ବସ୍ତି ଆଦି ଅଞ୍ଚଳରେ କଡ଼ାକଡ଼ି ହେବ ପାଟ୍ରୋଲିଂ । ମହିଳା ଓ ଛୁଆଙ୍କ ସୁରକ୍ଷିତ ଯାତ୍ରା ପାଇଁ ବିଶେଷ ଧ୍ୟାନ ଦିଆଯିବ ।
ରାସ୍ତାକଡ଼ରେ ଉତ୍ସବ ମନା
ରାସ୍ତା କଡ଼ରେ କୌଣସି ପ୍ରକାର ସେଲିବ୍ରେସନ୍, ଏକାଠି ହେବା, ଅସ୍ଥାୟୀ ମଞ୍ଚ ଏବଂ ମ୍ୟୁଜିକ୍ ଲଗାଇବାକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବ ନାହିଁ ।
ସେଲିବ୍ରେସନ୍ ସ୍ଥଳ ଉପରେ ନଜର
ନିଜ ନିଜ ଥାନାର ଯେଉଁ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ହେବ ପୋଲିସ ନଜର ରଖିବ । ଆୟୋଜନକାରୀ ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ପାର୍କିଂ ଏବଂ ଅନ୍ୟ ପ୍ରସଙ୍ଗରେ ଝଗଡ଼ା ଦେଖିବାକୁ ମିଳିଛି ।
୧୨ଟା ପରେ ସାଉଣ୍ଡ ମନା
ଜିରୋ ନାଇଟ୍ ସମୟରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ । କୌଣସି ବି ପରିସ୍ଥିତିରେ ରାତି ୧୨ଟା ପରେ କେଉଁଠି ମ୍ୟୁଜିକ୍ ବାଜିବ ନାହିଁ । ଏସବୁ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories