Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Education MInister OF India / 'ଜୋହୋ'ର ବିପ୍ଳବ ଦିନେ ନା ଦିନେ ଗ୍ରାମ୍ୟ ଜୀବନରୁ ଦାରିଦ୍ର୍ୟ ମୂଳୋତ୍ପାଟନ କରିବ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Ritu Das
Browse all articles by Ritu Das
·9 months ago·2 min read
'ଜୋହୋ'ର ବିପ୍ଳବ ଦିନେ ନା ଦିନେ ଗ୍ରାମ୍ୟ ଜୀବନରୁ ଦାରିଦ୍ର୍ୟ ମୂଳୋତ୍ପାଟନ କରିବ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Key Points

ଦେଶର ମହାନଗରୀ ଗୁଡ଼ିକର ମନୋପଲିକୁ ଚ୍ୟାଲେଞ୍ଜ କରି ଏବେ ଛୋଟ ସହର ଓ ଗ୍ରାମାଞ୍ଚଳ ଗୁଡ଼ିକ ଧୀରେ ଧୀରେ ମୁଣ୍ଡ ଟେକିବା ଆରମ୍ଭ କରିଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

"କ୍ଷୁଦ୍ର ଯହିଁ ନିହିତ ତହିଁ ସମ୍ଭାବନା ବହୁ, ସାଧନା ବଳେ ଶକତି ଯୋଗେ ବିକାଶ ଲଭେ ସେହୁ"। ସୁନାମଧନ୍ୟ କବି ଡକ୍ଟର ଜାନକୀବଲ୍ଲଭ ମହାନ୍ତିଙ୍କ ଏହି ପଙ୍କ୍ତି ଆଜି ନୂଆ ଭାରତର ଉଦୀୟମାନ ପିଢ଼ି ପାଇଁ ଶତ ପ୍ରତିଶତ ପ୍ରଯୁଜ୍ୟ। ଏହି ନୂଆ ପିଢ଼ି ଆଜି ଦେଶ-କାଳ ପାତ୍ରର ସୀମା ଭିତରେ ଆବଦ୍ଧ ନ ହୋଇ ନିଜର ସୃଜନୀଶକ୍ତି ଓ ଉଚ୍ଚଭିଳାଷ ବଳରେ ନିତ୍ୟ ନୂତନ ଉଦାହରଣ ପ୍ରସ୍ତୁତ କରିବାରେ ମଗ୍ନ।


ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଏଥିଯୋଗୁ ବିକାଶ ଓ ପ୍ରଗତୀର ପାରମ୍ପରିକ ଅବଧାରଣା ଦିନକୁ ଦିନ କମିବରେ ଲାଗିଛି। ଅର୍ଥାତ ନୂଆ, ନୂଆ ଉଦ୍ରୋଗ ପ୍ରତିଷ୍ଠା ଓ ଅଭିବୃଦ୍ଧି ହାସଲ ପାଇଁ ବଡ଼ ବଡ଼ ସହରାଞ୍ଚଳ ଯେ, ଏକମାତ୍ର ବିକଳ୍ପ ଏ ଧାରଣା ଭୁଲ ପ୍ରମାଣିତ ହେବାରେ ଲାଗିଛି। ଦେଶର ମହାନଗରୀ ଗୁଡ଼ିକର ମନୋପଲିକୁ ଚ୍ୟାଲେଞ୍ଜ କରି ଏବେ ଛୋଟ ସହର ଓ ଗ୍ରାମାଞ୍ଚଳ ଗୁଡ଼ିକ ଧୀରେ ଧୀରେ ମୁଣ୍ଡ ଟେକିବା ଆରମ୍ଭ କରିଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଜୋହୋର ସଫଳତା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲେଖ୍ୟ । `ଛୋଟରେ ବଡ଼ ' ଆଲେଖ୍ୟରେ ସେ କହିଛନ୍ତି ତେନକାଶୀ ଅଧୀନସ୍ଥ ମଦଳମପରାଇ ଗ୍ରାମରେ ସ୍ଥାପିତ ଟେକ୍ ସଂସ୍ଥା ‘ଜୋହୋ’ ମୋ ଦୃଷ୍ଟିକୁ ଆସିଥିଲା। ଟେକ୍ ବା ପ୍ରଯୁକ୍ତିର ବିକେନ୍ଦ୍ରୀକରଣ ଦିଗରେ ‘ଜୋହୋ’ର ପ୍ରତିଷ୍ଠାତା ଶ୍ରୀଧର ବେମ୍ବୁଙ୍କ କାର୍ଯ୍ୟଶୈଳୀ ମୋତେ ବେଶ୍ ପ୍ରଭାବିତ କରିଥିଲା। ବିଖ୍ୟାତ-ଦିଲ୍ଲୀ ଅର୍ଥାତ୍ ମହାନଗରବାଦୀ ଚିନ୍ତାଧାରାରୁ ମୁକୁଳି ଅଖ୍ୟାତ ପଲ୍ଲୀର ଉତ୍‌ଥାନ ପାଇଁ ସମର୍ପିତ ଏହି ସଂସ୍ଥା ଦେଶର ଅଗଣିତ ଯୁବ ଉଦ୍ୟୋଗୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଆବଶ୍ୟକ। କେବଳ ଏହି ଗୋଟିଏ ସଂସ୍ଥା ଯୋଗୁଁ ତେନକାଶୀ ପରି ଏକ ସ୍ୱଳ୍ପ ପରିଚିତ ସହର ଆଗାମୀ ଦିନରେ ଦେଶର ଏକ ଈପ୍‌ସିତ ବ୍ୟାବସାୟିକ ପେଣ୍ଠରେ ପରିଣତ ହେବାକୁ ଯାଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ପଢ଼ନ୍ତୁ: ବହୁ ପ୍ରତିକ୍ଷିତ ବିହାର ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା


‘ଜୋହୋ’ର ଆଉ ଏକ ଅବଦାନ ହେଉଛି ମେକାଟ୍ରୋନିକ୍ସ ଷ୍ଟାର୍ଟ-ଅପ୍ ‘କାରୁବୀ’ ଯାହା ସ୍ଥାନୀୟ ସମ୍ବଳର ଉପଯୋଗକୁ ଅଗ୍ରାଧିକାର ଦେଇ ଉଚ୍ଚମାନର ଇଣ୍ଡଷ୍ଟ୍ରିଆଲ ପାୱାର ଟୁଲ୍‌ସ ଉତ୍ପାଦନ କରୁଅଛି। ଦକ୍ଷ ସ୍ଥାନୀୟ ଯୁବା ହିଁ ଏହି ଉତ୍ପାଦନ କେନ୍ଦ୍ରର ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ଏହି ଷ୍ଟାର୍ଟ-ଅପ୍ ଆଜି ଏକ ଗ୍ରାମାଞ୍ଚଳ ବିପ୍ଳବ ବା ରୁରାଲ୍ ରିଭୋଲ୍ୟୁସନରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ବିପ୍ଳବ ଦିନେ ନା ଦିନେ ଗ୍ରାମ୍ୟ ଜୀବନରୁ ଦାରିଦ୍ର୍ୟ ଓ ଦେଶାନ୍ତରଣର ମୂଳୋତ୍ପାଟନ କରିବ, ଏ ବିଶ୍ୱାସ ମୋର ରହିଛି।


ତେନକାଶୀ ଉପକଣ୍ଠରେ ତରୁବଇ ସ୍ଥିତ ଜୋହୋର ନୂତନ କ୍ୟାମ୍ପସ ଯେ, କେବଳ ଏକ ସ୍ମାର୍ଟ ଟେକ ସଲ୍ୟୁସନ ତା' ନୁହେଁ ଏହାର ପରିସରରେ ଥିବା ଜୋହୋ ସ୍କୁଲ ଅଫ୍‌ ଲର୍ଣ୍ଣିଂ ଆଖପାଖ ଗାଁ ଗୁଡ଼ିକର ଯୁବକଯୁବତୀମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ, ପେଡ ଇଣ୍ଟର୍ଣ୍ଣସିପ, ଟେକ ପ୍ରଶିକ୍ଷଣ ସାଙ୍ଗକୁ ଅଧ୍ୟୟନ ବେଳେ ଉପାର୍ଜନର ସୁଯୋଗ ଆଣିଦେଇଛି।


ଏହିପରି ଆଉ ଏକ ଉଦାହରଣ ହେଉଛି ଗୋବିନ୍ଦପେରି ଗ୍ରାମରେ ଥିବା କଳଇବାଣୀ କଳବୀ ମୟମ ଶିକ୍ଷାନୁଷ୍ଠାନ। ଆଖପାଖରେ ଥିବା ଗାଁ ଗୁଡ଼ିକରେ ଶିଶୁମାନଙ୍କଚ ଏଠାରେ ମାଗଣାରେ ଶିକ୍ଷାଦାନ କରାଯାଉଛି। ସବୁଠୁ ନିଆରା କଥାଟି ହେଲା ଏଠାରେ ଅଧ୍ୟୟନ କରୁଥିବା ଶିଶୁମାନଙ୍କର ଖିଆପିଆ କଥା ସେମାନଙ୍କ ମା' ମାନେ ହିଁ ବୁଝୁଛନ୍ତି। ଏହି ମା'ମାନେ ଏଠାରେ ରୋଷେଇବାସ ଓ ବାଡ଼ିବଗିଚା କାମରେ ନିୟୋଜିତ ରହି ଗୋଟିଏ କୁଟୁମ୍ବ ଭଳି ଚଳୁଛନ୍ତି। ସ୍କୁଲ ଭିତରେ ଏତାଦୃଶ ପାରିବାରିକ ଭାବବନ୍ଧନ ଶିଶୁମାନଙ୍କୁ ପଢ଼ିବା ଓ ବଢ଼ିବାରେ ବେଶ ସହାୟକ ହୋଇଛି।

Sponsored
Zoho’s Rural Revolution: Union Education Minister Says Poverty Will Soon Be Eradicated | Argus News