Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ-ଏସ୍‌ ଜୟଶଙ୍କର

Operation Sindoor

ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ-ଏସ୍‌ ଜୟଶଙ୍କର

Smruti Parija
Browse all articles by Smruti Parija
·1 year ago·2 min read
ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ-ଏସ୍‌ ଜୟଶଙ୍କର

Key Points

ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର

ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର । ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର । ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ । ଏନେଇ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ।



କାଶ୍ମୀର ଉପରେ ଆଲୋଚନା ହେବାକୁ ଥିବା ଏକମାତ୍ର ବିଷୟ POK । ପାକିସ୍ତାନ ଦ୍ବାରା କାଶ୍ମୀରରେ ଅବୈଧ ଅଧିକୃତ ଅଞ୍ଚଳ ଖାଲି କରିବା । କାଶ୍ମୀର ଆଲୋଚନା ପାଇଁ ଦ୍ବାର ଖୋଲା ଅଛି ବୋଲି କହିଛନ୍ତି ଏସ ଜୟଶଙ୍କର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ମାତ୍ର 15 ଦିନରେ ଅଣନିଶ୍ବାସୀ ହୋଇପଡିଲାଣି ପାକିସ୍ତାନ । ସିନ୍ଧୁ ଜଳ ସନ୍ଧି ରଦ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭାରତ ସରକାରଙ୍କୁ ଅପିଲ୍ କରିଛି ପାକ୍ । ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପରେ ପାକିସ୍ତାନ ଏବେ ଭିକ୍ଟିମ କାର୍ଡ ଖେଳିବା ଆରମ୍ଭ କରିଛି । ସିସିଏସ ବୈଠକରେ ସିନ୍ଧୁ ଜଳ ସନ୍ଧି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଭାରତ ସରକାର ସ୍ପଷ୍ଟ କରିଥିଲେ ବି ପାକିସ୍ତାନ ଜଳଶକ୍ତି ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା । ଭାରତର ଏହି ନିଷ୍ପତ୍ତିରେ ପାକିସ୍ତାନରେ ବଡ଼ ଧରଣର ଜଳ ସଂକଟ ସୃଷ୍ଟି ହେବ ବୋଲି ପାକିସ୍ତାନ କହିଛି ।


ପହଲଗାମ ହମଲା ପରେ ସବୁଠାରୁ ବଡ଼ ପଦକ୍ଷେପ ଭାବେ ସିନ୍ଧୁ ଜଳ ସନ୍ଧି ବାତିଲ କରି ପାକିସ୍ତାନକୁ ବଡ଼ ସନ୍ଦେଶ ଦେଇଥିଲେ ମୋଦି ସରକାର । ଭାରତର କୁଟନୈତିକ ଷ୍ଟ୍ରାଇକରେ ଥରହର ହୋଇଥିଲା ପାକିସ୍ତାନ ।


Sponsored
our-relations-and-dealings-with-pakistan-will-be-strictly-bilateral-said-jaishankar | Argus News