Videos
|
Politics

୧୦୦ କୋଟିରୁ ଅଧିକ ଠକେଇ, ଜେଲ୍ ଯିବେ ରାଜା, ସାମ୍ନାକୁ ଆସିବେ ବିଜେଡିର ବଡ଼ପଣ୍ଡା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୧୦୦ କୋଟିରୁ ଅଧିକ ଠକେଇ, ଜେଲ୍ ଯିବେ ରାଜା, ସାମ୍ନାକୁ ଆସିବେ ବିଜେଡିର ବଡ଼ପଣ୍ଡା

ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଟଙ୍କା ହେରଫେର୍ ମାମଲା
ରାଜା ଚକ୍ରଙ୍କ କେନ୍ଦୁଝର ଶିଶୁଭବନରୋଡ଼ସ୍ଥିତ ଅଫିସରେ EOW ଚଢ଼ାଉ
୧୦୦ କୋଟିରୁ ଅଧିକ ଠକେଇ, ବିଜେଡି ନେତାଙ୍କ ପକେଟକୁ ଯାଇଛି ୫୦ କୋଟି ଟଙ୍କା !
ରାଜାଙ୍କ ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଚେକ୍ ମାଧ୍ୟମରେ ଉଠାଉଥିଲେ ବିଜେଡି ନେତା
ସମ୍ପୃକ୍ତ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚର ଛାନଭିନ୍
ଜେଲ୍ ଯିବେ ରାଜା, ସାମ୍ନାକୁ ଆସିବେ ବିଜେଡିର ବଡ଼ପଣ୍ଡା


ଖୋଲୁଛି ରାଜା ଚକ୍ର ଓ ସହଯୋଗୀଙ୍କ ଗୋଟିଏ ପରେ ଗୋଟେ କଳା ଚିଠା । ଗନ୍ଧମାର୍ଦ୍ଧନ କୋପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାରେ ତନାଘନା ଚାଲିଥିବାବେଳେ ଆଜି ରାଜାଙ୍କ କେନ୍ଦୁଝର ଶିଶୁଭବନ ରୋଡ଼ସ୍ଥିତ ଅଫିସରେ ଚଢ଼ାଉ କରିଛି EOW । ଭଡ଼ାରେ ଘର ରାଜା ଚଳାଇଥିଲେ ଅଫିସ୍। ତାଲା ପଡ଼ିଥିଲା, ଘର ମାଲିକଙ୍କୁ ଡାକି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ EOW ତାଲା ଭାଙ୍ଗି ଭିତରେ ପଶିଥିଲେ ।

ଗତକାଲି ରାଜାଙ୍କ କେନ୍ଦୁଝର ଜଗନ୍ନାଥପୁରସ୍ଥିତ ବାସଭବନରେ EOW ଚଢ଼ାଉ କରିଥିବା ବେଳେ ଆଉ ଏକ ଟିମ୍ ଯୋଡ଼ା ଖଣି ଅଞ୍ଚଳରେ ଛାନଭିନ୍ କରିଥିଲା । ରାଜାଙ୍କ ବେଆଇନ୍ ଅର୍ଥନୈତିକ କାରବାରର କ୍ରାଇମବ୍ରାଞ୍ଚ ବି ଖୋଳତାଡ଼ କରୁଛି । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ପ୍ରମାଣ। ୧୦୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ସ୍ପଷ୍ଟ ହେଉଥିବାବେଳେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜାଙ୍କଠାରୁ ବିଜେଡି ନେତାଙ୍କ ପକେଟକୁ ଯାଇଛି ପ୍ରାୟ ୫୦ କୋଟି ଟଙ୍କା । ରାଜା ଚକ୍ରଙ୍କ ଆକାଉଣ୍ଟକୁ ପଇସା ଆସୁଥିଲା। ବିଜେଡିର ବହୁ ନେତା ଚେକ୍ ନେଇ ବ୍ୟାଙ୍କରୁ ଟଙ୍କା ଉଠାଉଥିଲେ। ଯେଉଁ ବ୍ୟାଙ୍କରେ ଟଙ୍କା ରହୁଥିଲା ସେଠି ତଥ୍ୟ ଯୋଗାଡ଼ କରି ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ସାଂଘାତିକ ବୟାନ ଦେଇଛନ୍ତି ବିଜେପି ସାଂସଦ ମମତା ମହାନ୍ତ ।


ପାଣ୍ଡିଆନ, ବବିଙ୍କ ଯୋଗୁଁ ପାୱାରଫୁଲ ଥିଲେ ରାଜା ଚକ୍ର । ରାଜାଙ୍କର ଆଲିସାନ୍ ଫାର୍ମ ହାଉସ୍ ନିର୍ମାଣ ସମ୍ପର୍କରେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ନିଜେ ଖୋଳିଥିବା ଗାତରେ ପଡ଼ିବେ ରାଜା । ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ୟା ଭିତରେ ରାଜା ଚକ୍ରର ସହଯୋଗୀ ସମୀର ଜେନା, ସୁଶାନ୍ତ ସାମଲ, ପ୍ରଭାତ ପଟ୍ଟନାୟକ ଓ କଣ୍ଟ୍ରାକ୍ଟର ସୁଧାଂଶୁ ନାୟକଙ୍କୁ ଜେରା କରିଛି EOW। ଯାହା ତଥ୍ୟ ପ୍ରମାଣ ଅଛି, ରାଜା ଚକ୍ର ଜେଲ୍ ଯିବା ନିଶ୍ଚିତ । ଆଉ ରାଜା ଜେଲ୍‌ ଯିବା ପରେ ସାମ୍ନାକୁ ଆସିବେ ବିଜେଡିର ବଡ଼ପଣ୍ଡା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: