Videos
|
Politics

ସାମନ୍ତ-ଷଡ଼ଯନ୍ତ୍ର-ଶୁକ୍ରବାର...

Bikash Chandra Barik
Browse all articles by Bikash Chandra Barik
·1 year ago·2 min read
ସାମନ୍ତ-ଷଡ଼ଯନ୍ତ୍ର-ଶୁକ୍ରବାର...

Key Points


ଟିଫିନରେ ମିଳୁଥିଲା କେବଳ ଚୁଡ଼ା ସାଙ୍ଗକୁ ଚିନି

ସପ୍ତାହକେ ଥରେ ପିଲାଏ ସଫା କରୁଥିଲେ ଲାଟିନ୍
ସିଙ୍ଗଲ ବେଡ଼ରେ ଶୋଉଛନ୍ତି ଦୁଇ ଦୁଇଟି ପିଲା

ନେପାଳ ଛାତ୍ରଙ୍କୁ ତଡ଼ିବା ପରେ ବଢିଲା ଝାମେଲା



ଅର୍ଗସ ବ୍ୟୁରୋ:ଥମୁନି କିଟ୍ କାଣ୍ଡ । ବଢିଚାଲିଛି ବିବାଦ । ଅଜ୍ଞାତବାସରେ ଥିବା ଅଚ୍ୟୁତଙ୍କୁ ହାଜର ପାଇଁ ନିର୍ଦ୍ଦେଶ । ଶୁକ୍ରବାର ସବୁ କାଗଜପତ୍ର ଧରି ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଶୁକ୍ରବାର ସନ୍ଧ୍ୟା ୬ଟା ୩୦ରେ ଷ୍ଟେଟ୍ ଗେଷ୍ଟ ହାଉସ୍‌ର ସମ୍ମିଳନୀ କକ୍ଷରେ ହାଜର ହେବେ ସାମନ୍ତ କିଟର କୁଇନ୍ସ ହଷ୍ଟେଲରେ ଘଟିଥିବା ଆତ୍ମହତ୍ୟା ଘଟଣା ପରେ କର୍ମଚାରୀ କରିଥିବା କାରନାମାକୁ ନେଇ କଳଙ୍କର ଛିଟା ଲାଗିଛି । କାଠମାଣ୍ଡୁରୁ କୋଲକାତା ସବୁଠି ଆନ୍ଦୋଳନ, ହରକତ ଚାଲିଛି । ଆଉ ଏହାରି ଭିତରେ ଅଫିସ୍ ଅର୍ଡର ମାନି ଧାର୍ଯ୍ୟ ସମୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।


ଆଦିବାସୀ ପିଲା ପାଠ ପଢୁଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ବା KISSରେ କେମିତି ଘୋର ଅବ୍ୟବସ୍ଥା ଥିଲା ଏବଂ ଛାତ୍ରଛାତ୍ରୀ ଅବହେଳାର ଶିକାର ହେଉଥିଲେ ସେ ନେଇ ଆସିଛି ସାଂଘାତିକ ତଥ୍ୟ। ଏ ବାବଦରେ 9 ବର୍ଷ ତଳେ ରିପୋର୍ଟ ଦେଇଥିଲା ଚାଇଲ୍ଡ ୱେଲଫେୟାର କମିଟି ବା CWC । ସବୁଠାରୁ ବଡ଼ କଥା ହେଲା 2017 ମସିହାରେ ହିଁ ଶେଷ ଥର ପାଇଁ KISSକୁ ଯାଇଥିଲା CWC। ସେତେବେଳେ KISSରେ ଅବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କୁ ସାଘାଂତିକ ଅବହେଳା ସମ୍ପର୍କରେ ରିପୋର୍ଟ ଦେଇଥିଲା CWC


2017ର ସେହି ରିପୋର୍ଟ ଅନୁସାରେ - KISS କ୍ୟାମ୍ପସ ପରିସରରେ ରହିବା ପାଇଁ ଠିକରେ ହଷ୍ଟେଲ ସୁବିଧା ନାହିଁ । ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ପାଇଖାନା ନାହିଁ। ହଷ୍ଟେଲରେ ଥିବା ଟଏଲେଟ୍ ଗୁଡ଼ିକ ଭାଙ୍ଗିଯାଇଛି । ସିଙ୍ଗିଲ ବେଡରେ ଦୁଇ ଜଣ ଲେଖାଏଁ ପିଲା ଶୋଉଛନ୍ତି । 400 ପିଲାରେ ଜଣେ ମାତ୍ର ସୁପରଭାଇଜର ଅଛନ୍ତି, ସେ ପୁଣି ତାଲିମପ୍ରାପ୍ତ ନୁହନ୍ତି । ଏଇମିତି ଅନେକ କଳା ଚିଠାର ଗୁମର ଏବେ ଖୋଲିବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସମସ୍ତ ପିଲା ଙ୍କ ପାଇଁ ଖେଳ ଖେଳିବା ପାଇଁ ସୁଯୋଗ ନାହିଁ କିସ ପାଖରେ ନିଜର ସାନିଟାରୀ ନ୍ୟାପକିନ ତିଆରି କରିବାର ୟୁନିଟ ଥିଲେ ଶୁଦ୍ଧା ଛାତ୍ରୀ ଙ୍କୁ ଛୋଟ ସାଇଜର ନ୍ୟାପକିନ ଦିଆଯାଇଛି , ଯାହାକି ଛାତ୍ରୀ ଙ୍କ ଦେହ ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ହଷ୍ଟେଲ ରେ ସାପ୍ତାହିକ ଖାଦ୍ୟ ତାଲିକା ନାହିଁ, ପିଲା ଙ୍କୁ ସବୁ ଦିନ ଜଳଖିଆ ରେ ଚୁଡା ଓ ଚିନି ଦିଆଯାଉଛି। 9 ଟା ସମୟରେ ପିଲା ଭାତ ଖାଇ ସ୍କୁଲ କୁ ଗଲେ ରାତି ରେ ପୁଣି ଭାତ ଖାଉଛନ୍ତି। ପାଖାପାଖି 10 ଘଂଟାର ଗ୍ୟାପ ରହୁଛି।ଶୌଚାଳୟ ସଫା କରିବାରେ ସପ୍ତାହରେ ଥରେ ସ୍ୱିପର ଆସୁଥିବା ବେଳେ ବାକି ଦିନ ଛାତ୍ରଛାତ୍ରୀ ନିଜେ ସଫା କରୁଛନ୍ତି।



-achyuta Samant Scam In KISS | Argus News