|
logo
Live
Argus News App
GET APP

Argus News - ସାମନ୍ତ ଲେଖୁଥିଲେ ମିଛ ଗପ !

Politics

ସାମନ୍ତ ଲେଖୁଥିଲେ ମିଛ ଗପ !

Bikash Chandra Barik
Browse all articles by Bikash Chandra Barik
·1 year ago·2 min read
ସାମନ୍ତ ଲେଖୁଥିଲେ ମିଛ ଗପ !

Key Points

40 ହଜାର ଆଦିବାସୀ ପିଲା ମାଗଣା ପଢୁଛନ୍ତି

କିଟ୍ ଲାଭର ୫ ପ୍ରତିଶତ

କିଟ୍‌ କର୍ମଚାରୀଙ୍କ ଦରମାର ୩ ପ୍ରତିଶତ କିସ୍‌କୁ ପ୍ରଦାନ ବାହାସ


କ୍ୟାମ୍ପସ ଯେତେ ଲମ୍ବା, କାହାଣୀ ବି ସେତେ ଲମ୍ବା । ନିଜ କଲମରେ ନିଜେ ଲେଖି ଚାଲିଛନ୍ତି କଲଙ୍କିତ ଅଧ୍ୟାୟ । ଆଉ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ଲାନ ବି ସେତିକି ରହସ୍ୟପୂର୍ଣ୍ଣ । କାରଣ ଆଦିବାସୀ ପିଲାଙ୍କ ପାଇଁ ଆବାସିକ ସ୍କୁଲ କିସ୍‌ର କଳା କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କିସ୍‌ରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନେଇ ଅଚ୍ୟୁତ କହିଛନ୍ତି ଡାହା ମିଛ! 40 ହଜାର ଆଦିବାସୀ ପିଲା ମାଗଣା ପଢୁଥିବା

ବିଭିନ୍ନ ପବ୍ଲିକ୍ ଫୋରମରେ କହିଛନ୍ତି ଅଚ୍ୟୁତ । ଏମିତିକି କିଟ୍ ଲାଭର ୫ ପ୍ରତିଶତ ଓ କିଟ୍‌ କର୍ମଚାରୀଙ୍କ ଦରମାର ୩ ପ୍ରତିଶତ କିସ୍‌କୁ ଦେଉଥିବା କହିଥିଲେ ନିଜେ ପ୍ରତିଷ୍ଠାତା ଅଚ୍ୟୁତ। ବର୍ଷକୁ କିସ୍ ପାଇଁ ୧୦୦ କୋଟି ଖର୍ଚ୍ଚ ହେଉଥିବା ଶୁଣାଇଥିଲେ।

ପାଞ୍ଚବର୍ଷ ତଳେ ଅଚ୍ୟୁତ କହିଥିବା ଏହି କଥାର ପୋଷ୍ଟମର୍ଟମ କଲାବେଳେ ଏସବୁ କଥାର ସତ୍ୟତା କେତେ? ଜାଣିବାକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ RTI କର୍ମୀ। ହେଲେ ଉତ୍ତର ଆସିଥିଲା, ଆମେ RTI ଅଧିନରେ ଆସୁନାହୁଁ। ଏମିତିକି ସରକାରୀ ଅଧିକାରୀ ମଧ୍ୟ କିସ୍‌ ବାବଦରେ ସେତେବେଳେ ତଥ୍ୟ ଦେବାକୁ ମନା କରିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, କିସ୍‌କୁ ନେଇ ଅଚ୍ୟୁତ ଦେଇଥିବା ବୟାନ ଓ ବାସ୍ତବତା ଭିତରେ କେତେ ଫରକ? ଅଚ୍ୟୁତ କହିଥିଲେ, କିସ ଚଳାଇବା ପାଇଁ ଆମେ କୌଣସି ସରକାରୀ ପାଣ୍ଠି ଗ୍ରହଣ କରୁନାହୁଁ। ହେଲେ ତଥ୍ୟ କହୁଛି, କିସ ପବ୍ଲିକ ଫଣ୍ଡ ଦ୍ୱାରା ତିଆରି ହୋଇଛି ଓ ପବ୍ଲିକ ପାଣ୍ଠିରେ ପରିଚାଳିତ ହେଉଛି। ଆଦିବାସୀ ସ୍କୁଲ ଓ ହଷ୍ଟେଲ ପରିଚାଳନା ପାଇଁ କିସ୍‌ ସରକାରଙ୍କଠାରୁ ମୋଟା ଅଙ୍କର ଅନୁଦାନ ନିଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ପ୍ରାୟ ୩୨ ଏକର ସରକାରୀ ଜମି ଉପରେ ଛିଡ଼ା ହୋଇଛି କିସ୍‌ କ୍ୟାମ୍ପସ୍‌। ଏହାର ଭିତ୍ତିଭୂମି ବିକାଶ ପାଇଁ ୨୦୦୭-୦୮ରୁ ୨୦୧୧-୧୨ ମସିହା ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟଠାରୁ ୧୨ କୋଟି ଟଙ୍କା ନେଇଛନ୍ତି ଅଚ୍ୟୁତ। । କେବଳ ଏତିକି ନୁହେଁ ଏମିତି ଅନେକ କଥାରେ ତଥ୍ୟ ଲୁଚାଉଛି କିଟ୍ । କେବଳ ନିଜ କଲମରେ ନିଜେ ଲେଖି ଚାଲିଛି ମିଛ କାହାଣୀ...


Sponsored
ସାମନ୍ତ ଲେଖୁଥିଲେ ମିଛ ଗପ ! | Argus News