ଶଙ୍ଖ ଭବନରେ ହଙ୍ଗାମା, ରାଜ୍ୟ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା

Key Points
ଶଙ୍ଖ ଭବନରେ ହଙ୍ଗାମା
ରାଜ୍ୟ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା
ଇପ୍ସିତାଙ୍କୁ କାହିଁକି ଚାପୁଡ଼ା ମାରିଲେ ପୁଷ୍ପାଞ୍ଜଳି ?
ଇପ୍ସିତା କି ଭୁଲ କରିଥିଲେ ?
କିଏ କାହାକୁ ପ୍ରଥମେ କରିଥିଲା ମିସ୍ ବିଭେବ ?
ଅର୍ଗସ ବ୍ୟୁରୋ: ଗତ ଦୁଇ ଦିନ ହେବ ରାଜ୍ୟ ରାଜନୀତିରେ ଗୋଟିଏ ଚର୍ଚ୍ଚା । ଶଙ୍ଖଭବନରେ ଦଳର ଦୁଇ ନେତ୍ରୀଙ୍କ ମଧ୍ୟରେ କାହିଁକି ହେଲା ମାରପିଟ୍ । ଆଉ ମାରପିଟ ସମୟର ଭିଡିଓ ଭାଇରାଲ ହେଲା କେମିତି ? ଏହାକୁ ରେକର୍ଡ କରୁଥିଲା କିଏ ? ଯଦି ଭିଡିଓ ଉଦେଶ୍ୟମୂଳକ ଭାବେ ରେକର୍ଡ କରାଯାଇନଥିଲା ତେବେ କେବଳ ପୁଷ୍ପାଞ୍ଜଳି ରାଣା ମାଡ଼ ମାରୁଥିବା ଭିଡିଓ କାହିଁକି ହେଲା ଭାଇରାଲ । ମାତ୍ର କେଇ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଲା । ହେଲେ ପୁରା ଭିଡିଓ କୁଆଡ଼େ ଗଲା ।
ତେବେ ଏତେ ସବୁ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଗତକାଲି କ୍ୟାମେରା ସାମ୍ନାକୁ ଆସି ପୁଷ୍ପାଞ୍ଜଳି କହିଥିଲେ `ଇପ୍ସିତା ମୋତେ ପ୍ରଥମେ ଆଟାକ କରିଥିଲା । ପଛ ଆଡ଼ୁ ଆସିଲା ଆଉ ବ୍ଲାଉଜ୍ର କଲର ଝିଙ୍କିଲା । ମୁଁ ଯଦି ମୋ ନିଜକୁ ସମ୍ଭାଳି ନଥାନ୍ତି ତେବେ ମୋତେ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ାଥାନ୍ତା । ତେଣୁ ମୁଁ ଯାହା ପାରିଲି ତାହା କଲି ।'
ବାଇଟ: ପୁଷ୍ପାଞ୍ଜଳି ରାଣା
ଗୋଟିଏ ପଟେ ପୁଷ୍ପାଞ୍ଜଳି ରଣା ସିଧା ସିଧା ଅର୍ପିତାଙ୍କୁ ଆକ୍ଷେପ କରି କହୁଥିବା ବେଳେ ଅନ୍ୟପଟେ ବାଙ୍କି ବିଧାୟକ ତଥା ବିଜେଡି ନେତା ଦେବୀ ରଞ୍ଜନ ତ୍ରିପାଠି କିନ୍ତୁ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମିଛ କହିଛନ୍ତି । ସେ ଗଣମାଧ୍ୟମ ସାମ୍ନାକୁ ଆସି କହିଲେ.. `ସେମାନେ ଦୁଇ ଭଉଣୀ । ସେମାନଙ୍କ ମଧ୍ୟରେ କିଛି ହୋଇନି । କେବଳ ଚେୟାର ପକେଇବାକୁ ନେଇ କହୁଣୀ ମରାମରି ହୋଇଛନ୍ତି । ମିଡିଆ ଏହାକୁ ଅଯଥାରେ ବଡ଼ କରୁଛି ।' ଟୁବୁଙ୍କ ଏଭଳି ବୟାନ ଶୁଣି ଏବେ ସମସ୍ତେ ହସୁଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଗଲାଣି । ବିଜେଡିର ମିଛ କହିବା ଅଭ୍ୟାସ ଯାଇନି ବୋଲି ମଧ୍ୟ ଅନେକ ଲେଖିଲେଣି ।
ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହେଲାଣି ଯେ, ବିଜେଡିରେ ସବୁ କିଛି ଠିକ୍ ଚାଲିନି । ନବୀନଙ୍କ ନିୟନ୍ତ୍ରଣରେ ନାହିଁ ଦଳ । କର୍ମୀ ବି ନେତାଙ୍କ କଥା ମାନିବାକୁ ନାରାଜ । ଦୀର୍ଘ ଦିନ ଧରି ଦଳ ଭିତରେ ଚପି ରହିଥିବା ଅସନ୍ତୋଷ ଏବେ ଧିରେ ଧିରେ ଉଗ୍ର ରୂପ ନେଲାଣି । ଯାହାର ସଦ୍ୟ ପ୍ରମାଣ ହେଲା ଦୁଇ ନେତ୍ରୀଙ୍କ ମାରପିଟ ଭିଡିଓ । ସେହିଭଳି ପ୍ରତିଷ୍ଠା ଦିବସରେ ନବୀନଙ୍କ ସାମ୍ନାରେ ବରିଷ୍ଠ ନେତା ଅଶୋକ ପଣ୍ଡା ଦେଇଥିଲେ ବିସ୍ଫୋରକ ବୟାନ । ସେ ସିଧା ସିଧା କହିଥିଲେ ଭୁବନେଶ୍ବର ଭଳି ଗାଁ ଗାଁରେ ମଧ୍ୟ ଏବେ ଦଳକୁ ଦଳ ଭିତରୁ ଫମ୍ପା କରାଯାଉଛି । ଯାହାକି ସ୍ପଷ୍ଟ କରୁଛି ଭଲ ନାହିଁ ଆଉ ବିଜେଡିର ସ୍ଥିତି ।