ପ୍ରକୃତି ମୃତ୍ୟୁର ପ୍ରକୃତ ସତ...

Key Points
କୁଇନ୍ସ ହଷ୍ଟେଲ
କ୍ୟାମ୍ପସ ନମ୍ବର ୬
ରୁମ୍ ନମ୍ବର-୧୮
ବ୍ୟୁରୋ ରିପୋର୍ଟ: କୁଇନ୍ସ
ହଷ୍ଟେଲ । କ୍ୟାମ୍ପସ
ନମ୍ବର ୬ । ରୁମ୍
ନମ୍ବର-୧୮
। ସେଦିନ ଥାଏ
ରବିବାର । ଠିକ୍ ଅପରାହ୍ନ 4.24
।
ଏଣ୍ଟ୍ରି କରୁ କରୁ ରୁମମେଟ୍
ଟିତ୍କାର କରେ । ଦୌଡି ଦୌଡି ଆସ
ଡାକ ପକାଏ । ୱାର୍ଡନର ଠୁ ସହପାଠୀ
ସମସ୍ତେ ଧଇଁ ସଇଁ ହୋଇ ଧାଇଁ ଯାଆନ୍ତି
। ଦେଖନ୍ତି,
ପ୍ରକୃତିର
ପାଦ ଦି'ଟା
ବେଡଠୁ ଦି ଚାଖଣ୍ଡ
ଉପରକୁ ଝୁଲିକି ଅଛି....
ଖବର ରକେଟ ବେଗରେ କ୍ୟାମ୍ପସରେ ଖେଳି ଯାଏ । ପ୍ରତି ଡିପାର୍ଟମେଣ୍ଟର ପିଲାଙ୍କ ଭିଡ଼ ଲାଗେ । ନେପାଳର ସବୁ ପିଲା ରୁଣ୍ଡ ହୁଅନ୍ତି, ପ୍ରକୃତି ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଚାହାଁନ୍ତି । ରାତିର ଅନ୍ଧାର ବଢୁଥାଏ, କିଟ୍ କ୍ୟାମ୍ପସର ମେନ ଗେଟରେ ତାତି ବି ବଢୁଥାଏ । ଶତାଧିତ ଛାତ୍ରଛାତ୍ରୀଙ୍କ ଦାବି ପ୍ରପର ଇନଭେଷ୍ଟିଗେସନ କର, ଦୋଷୀକୁ ଆରେଷ୍ଟ କର । ମୃତଦେହ ଆମକୁ ଦେଖାଅ । ସେ ମରିଛି ନା ମାରି ଦିଆଯାଇଛି ? କିନ୍ତୁ ମୃତଦେହ ନ ଦେଖାଇବାରୁ ସନ୍ଧ୍ୟାରୁ ରାତି ତମାମ ଉପୁଜିଥିଲା ଅସନ୍ତୋଷ ଏବଂ ଉତ୍ତେଜନା । ବାସ୍ କଥା ଏତିକି...
ତାଲିବାନୀ ଅଚ୍ୟୁତଙ୍କ ସିକ୍ୟୁରିଟ୍...
ତାପରେ ଆପଣ ଦେଖୁଥିବା ଭିଡିଓ । କାର୍ଯ୍ୟରତ ସୁରକ୍ଷା କର୍ମୀ ସାଜନ୍ତି ଗୁଣ୍ଡା । ହାତରେ ଧରନ୍ତି ଠେଙ୍ଗା । ଆଉ ନେପାଳର ନିରୀହ ଛାତ୍ରଛାତ୍ରୀଙ୍କ କଥା ବୁଝିବା ପରିବର୍ତ୍ତେ ପାଟି ବନ୍ଦ କରିବାର ଜୋରଦାର ଉଦ୍ୟମ । ଏପଟେ ହଷ୍ଟେଲରେ ଧସେଇ ପସନ୍ତି ଗାର୍ଲ୍ସ ହଷ୍ଟେଲ ଓ ଷ୍ଟୁଡେଣ୍ଟ ଆଫାୟର୍ସର ଜଏଣ୍ଟ ଡାଇରେକ୍ଟର । ସିଧା ସିଧା ଧମକ ଦିଅନ୍ତି ବ୍ୟାଗ ଧର, ହଷ୍ଟେଲ ଛାଡ । 8ଟାରେ ନେଟିସ ହେଲା 5 ମିନିଟରେ ହଷ୍ଟେଲ ଛାଡ଼ । କେବଳ ଏତିକିରେ ମନ ବୁଝିଲା ନାହିଁ ଯେ, ସୋମବାର ସକାଳୁ ସକାଳୁ ହଷ୍ଟେଲ ଆଗରେ ବସ ଲାଗିଲା । ନେପାଳ ପିଲାଙ୍କ ଲିଷ୍ଟ ହେଲା । ଖୋଜି ଖୋଜି ବସରେ ବସାଇଲେ । ଭୁବନେଶ୍ୱର ପରିବର୍ତ୍ତେ କଟକ ରେଳ ଷ୍ଟେସନରେ ଛାଡିଦେଲେ । ଭାବନ୍ଥୁ ଥରେ ପାଠ ପଢିବାକୁ ଦି ପଇସା ଧରି ଆସିଥିବା ନିରିହ ନେପାଳୀ ପିଲା ହଠାତ କରିବେ କଣ ? ଟିକେଟ ନାହିଁ । ଟଙ୍କା ନାହିଁ । ଯିବେ କେମିତି, ଖାଇବେ କଣ। 38 ଡିଗ୍ରୀ ଟେମ୍ପରଚରରେ ତାତୁଥାନ୍ତି ଭବିଷତ ଗଢିବାକୁ ଆସିଥିବା ଛାତ୍ରଛାତ୍ରୀ ।
କଥା ସୀମା ସେପାର ନେପାଳରେ ପହଁଚେ । ଓଡ଼ିଶା ନିନ୍ଦିତ ହୁଏ । ଆଙ୍ଗୁଳି ଉଠେ ? ସେଠି ମଧ୍ୟ ଆନ୍ଦୋଳନ ହୁଏ । ପିଲାଙ୍କ ବାପା-ମାଆ ଅସ୍ତବ୍ୟସ୍ତ ହୋଇୟାଆନ୍ତି । ପ୍ରଧାନମନ୍ତ୍ରୀ କେପି ଓଲି ରାଷ୍ଟ୍ରଦୂତକୁ ଖବର ଦିଅନ୍ତି ଘଟଣାରେ ହସ୍ତକ୍ଷେପ ହେବାକୁ । ତାପରେ ଖବର ଜାତୀୟ ନୁହେଁ ଅନ୍ତ୍ରର୍ଜାତୀୟ ହୋଇୟାଏ ।
📱 Get Argus News App
✨କାରଣ ଜାଣିଥିଲା କିଟ୍ -
ପ୍ରକୃତି ଆଉ ଅଦ୍ୱିକ୍ ଦୁହିଁକର ବିଟେକ୍ ଥାର୍ଡ ୟିର । ସକାଳ ହେଲେ କ୍ୟାମ୍ପସରେ ମିଟ୍ । ସଂଧ୍ୟା ହେଲେ କାଫେରେ ଭେଟଘାଟ । ମର୍ଣ୍ଣିଂର ଚା ଆଉ ରାତିର ଡିନର ସବୁ ଏକାଠି । ସେମ୍ ବ୍ୟାଚ୍, ସେମ୍ କଣ୍ଟ୍ରି । ବୋଧେ ବନ୍ଧୁତା ପ୍ରେମର ରୂପ ନେଇଯାଇଥିଲା... ପରେ ପ୍ରତାରଣା । ଅନ୍ତରଙ୍ଗ ଭିଡିଓ ରଖି ପୁରୁଷ ବନ୍ଧୁ କରନ୍ତି ବ୍ଲାକେ ମେଲିଂ । କଥା ପହଞ୍ଚେ କିଟର ଇଣ୍ଟରନେସନାଲ ରିଲେସନ ଅଫିସ ବା IRO ରେ । ଆଉ ତା ପରେ ରୁମରେ ଡେଡବଡି । ଆଗରୁ ସବୁ ଜାଣି ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନଥିଲା ସାମନ୍ତଙ୍କ ସଂସ୍ଥା ? 34 ବିଭାଗରେ 27 ହଜାର ପିଲା ୟୁନିଭର୍ସିଟରେ ପଢୁଛନ୍ତି । 65 ଦେଶର 2 ହଜାର ଷ୍ଟୁଡେଣ୍ଟ ଆଡମିଶନ କରିଛନ୍ତି । କ୍ୟାମ୍ପସରେ ପ୍ରେମ-ପ୍ରତାରଣା- ସୁଇସାଇଡ ଘଟୁଛି । 2023 ମସିହାରୁ ଇନ୍ଫୋସିଟି ଥାନାରେ ସମାନ ମାମଲା ଗଡୁଛି । କେବଳ ଗୋଟିଏ ନୁହେଁ ସମାନ ଭାବେ ଏିମିତି 13 ଘଟଣାର କଳଙ୍କ ବୋଳି ହୋଇଛି କିଟ । ନ୍ୟାସନାଲ ଫଣ୍ଡିଂ ପାଇ ବ୍ରେକଫାଷ୍ଟରେ ପିଲାଙ୍କୁ ଚୁଡା- ଚିନି ଦେଉଛି । ତଦନ୍ତ କରିବାକୁ ସଂସ୍ଥା ଆସିଲେ ବି ନୋ ଏଣ୍ଟ୍ରି କହି ବାହାର କରାଯାଉଛି । ଏମିତି କେତେ କେଳେଙ୍କାରୀର ଲଫାପା ଚାପି ରଖିଛି କିଟ୍ ଓ କିମସ୍ ?
ସବୁ ଜାଣିଛନ୍ତି ସାମନ୍ତ....
ରବିବାର କ୍ୟାମ୍ପସର ଉତ୍ତେଜନା ଖବର ପାଇ ସୋମବାର ସକାଳୁ ଆସିଥିଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ପିଲାଏ କହିଥିଲେ, ପାଟି ଖୋଲିଲେ ମାଡ ହେଉଛି । ଅଭିଯୋଗ କଲେ କେହି ଶୁଣୁନାହାଁନ୍ତି । ସାମନ୍ତ କହିଲେ ଏ ସାମାନ୍ୟ କଥା । ଆଉ ପରେ ପରେ ଘଟିଥିଲା ଠେଲାପେଲା । ତଳେ ପଡିଯାଇଥିଲେ ଫାଉଣ୍ଡର ସାମନ୍ତ । ତାପରେ କହିଥିଲେ ଏବେ ଦେଖ... ମୁଁ କଣ କରିପାରେ । ତାପରେ ଉପରୁ ଆସିଥିଲା ନିର୍ଦ୍ଦେଶ । ମଣିଷ ପଣିଆ ଭୁଲିଯାଇଥିଲେ କର୍ମଚାରୀ । ସୁରକ୍ଷାକର୍ମୀ ସାଜିଗଲେ ଆକ୍ରମଣକାରୀ , ଭଡାରେ ଆସିଯାଇଥିଲେ ଲୋକାଲଗୁଣ୍ଡା । ହଜାରେ କିଲୋମିଟର ଦୂରରୁ ପରିବାର ଛାଡି ଭରସାରେ ପଢୁଥିବା ପିଲାଙ୍କୁ ହୋଇଥିଲା ଅତର୍କିତ ଆକ୍ରମଣ । ଏବେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ପ୍ରଶ୍ନ ଆମ ପିଲାତ ମଲା, ହେଲେ ଅନ୍ୟମାନଙ୍କୁ ଏମିତି କରିବାର କାରଣ କଣ ?