Videos
|
Politics

କାହିଁକି ୭ ମାସ ପରେ ଇସ୍ତଫା ଦେଲେ ବବି ଦାସ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହିଁକି ୭ ମାସ ପରେ ଇସ୍ତଫା ଦେଲେ ବବି ଦାସ ?

Key Points

୭ ମାସ ପରେ ଦେଲେ ଇସ୍ତଫା
ବାହୁବଳ ଦେଖାଇ ମାଡ଼ି ବସିଥିଲେ ପଦବୀ !
ଇସ୍ତଫା ଦିଅ... କହିବା ପରେ ଦେଲେ ଇସ୍ତଫା !
ନୈତିକତା ଦୃଷ୍ଟିରୁ ବହୁ ଆଗରୁ ଦେବାର ଥିଲା ଇସ୍ତଫା

ଅର୍ଗସ ବ୍ୟୁରୋ:  ପ୍ରଣବ ପ୍ରକାଶ ଦାସ । ଓରଫ ବବି ଦାସ । ୭ ମାସ ହଲା ସରକାରରୁ ବିଦା ହେଲାଣି ବିଜେଡି । ସରକାର ଯିବା ପରେ ନୈତିକତା ଦୃଷ୍ଟିରୁ ତୁରନ୍ତ ଦେଇଦେବା କଥା ଇସ୍ତଫା । ହେଲେ ବାହୁବଳ ଦେଖାଇ ସରକାରରେ ନଥାଇ ବି ଜାବୁଡ଼ି ଧରି ବସିଥିଲେ OCA ସଭାପତି ପଦବୀ ।

ହେଲେ ଗତ ଶନିବାର ଅଚାନକ ନିଜର ଇସ୍ତଫା ପତ୍ର ଓସିଏକୁ ପ୍ରଦାନ କରିଥିଲେ ବବି । ଆଉ ରବିବାର ତାଙ୍କର ଇସ୍ତଫା ପତ୍ର ଗୃହୀତ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଯେଉଁ ଉଦ୍ଦେଶ୍ୟ ରଖି ଖେଳର ବିକାଶ ପାଇଁ ପଠାଇଥିଲେ, ସରକାର ଯିବାପରେ ମୁଁ ଓସିଏ ସଭାପତି ହୋଇ କରି ପାରିବି ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଚୟ ବେହେରାଙ୍କୁ କହିଥିଲେ ପ୍ରଣବ । ତେଣୁ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଣବ ଇସ୍ତାଫା ଦେଇଥିବା କଥା କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ସରକାର ଯିବା ପରେ କିଛି କରିପାରିବେନି ବବି, ତେବେ ୭ ମାସ ହେଲା ଇସ୍ତଫା ଦେଉନଥିଲେ କାହିଁକି । ବବିଙ୍କ ପରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଏବେ ସଭାପତି ଦାୟିତ୍ବ ତୁଲାଇବେ। ଆଗାମୀ 45 ଦିନ ଭିତରେ ନୂତନ ସଭାପତି ଲାଗି ନିର୍ବାଚନ କରାଯିବ।

ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଯିବା ପରେ ବବି OCA କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । ଏମିତି ଦୀର୍ଘ ଦିନ ଚାଲିବା ପରେ ତାଙ୍କୁ ପଦରୁ ଇସ୍ତଫା ଦେବା ପାଇଁ ଭିତିରି ଭାବେ କୁହାଯାଇଥିଲା । ଆଉ ତାପରେ ସେ ଦେଇଥିଲେ ଇସ୍ତଫା ।

ଅନ୍ୟପଟେ ବିଜେଡି ସରକାର ଯିବାର ମାସକ ଭିତରେ ଓଡିଶା ଫୁଟବଲ ସଂଘରୁ ଇସ୍ତାପା ଦେଇଥିଲେ ବିଜେଡି ନେତା ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ତେବେ ଦେବାଶିଷଙ୍କ ଇସ୍ତାଫା ପରଠାରୁ, ଓସିଏ ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ କେବେ ଇସ୍ତଫା ଦେବେ ସେନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା।



ଅଧିକ ପଢ଼ନ୍ତୁ ରାଜନୀତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: