ନବୀନଙ୍କ ଦୁଇଟି ଆଖି: ପ୍ରମିଳାଙ୍କ ପାଇଁ ଗୋଟିଏ, ସନାଙ୍କ ପାଇଁ ଗୋଟିଏ...

Key Points
ଫେବୃୟାରୀ 8ରେ ଭେଟିଥିଲେ ପ୍ରମିଳା
ଡିସେମ୍ବର 12 ଭେଟିଥିଲେ ସନା ମହାକୁଡ଼
ଉଭୟେ 'ବିକାଶ କରିବେ ବୋଲି ଯାଇଥିଲେ'
ହେଲେ ପ୍ରମିଳା ସାଜିଲେ ସୁନା, ସନ୍ଦେହରେ କିଆଁ ସନା ?
ନବୀନଙ୍କର ଦୁଇଟି ଆଖି । ପ୍ରମିଳାଙ୍କ ପାଇଁ ଗୋଟିଏ, ସନାଙ୍କ ପାଇଁ ଗୋଟିଏ । ଏକଥା କହିବାର ତାତ୍ପର୍ଯ୍ୟ ଏହି କିଯେ, ପ୍ରତିକ୍ରିୟା ଦେଇ ବିଞ୍ଝାରପୁର ବିଧାୟିକା ତଥା ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଆମେ ବି ଫେବୃୟାରୀ 8 ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲୁ । ଏକା ନୁହଁ ଅନେକ ଯାଜପୁର ବିଜେଡି ବିଧାୟକ ସାକ୍ଷାତରେ ସାମିଲ ଥିଲେ ।
ଜିଲ୍ଲାର ବିକାଶ କଥା ଆଲୋଚନା କଲେ । ସେହି ନ୍ୟାୟରେ ଗତବର୍ଷ ମାସ ଶେଷରେ ଚମ୍ପୁଆ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ସନା ମହାକୁଡ ବି ମୋହନ ମାଝୀଙ୍କୁ ଭେଟିଥିଲେ । ଜିଲ୍ଲାର ବିକାଶ ପାଇଁ ଆଲୋଚନା କଲେ । ହେଲେ ବିଧାନସଭାରେ ସନାଙ୍କୁ ନବୀନ କାହିଁକି କହିଲେ Are U With BJP Or Voter ? ଏମିତି ସନ୍ଦେହ କରିବାର ଅବକାଶ କିଆଁ ?
ଏବେ ଶୁଣିନେବା ପ୍ରମିଳା ମଲ୍ଲିକ ଏବଂ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ସମାନ ସ୍ଥାନ, ସମାନ ପ୍ରସଙ୍ଗ । ପ୍ରମିଳା ବି ବିକାଶ କଥା କହୁଛନ୍ତି । ସନା ବି ବିକାଶ କଥା କହୁଛନ୍ତି । ହେଲେ ନବୀନ ଯାହା କ୍ୟାମେରା ଆଗରେ କହିଛନ୍ତି, ତାହା କାଳେ ପ୍ରମିଳା ମଲ୍ଲିକଙ୍କ କାନ ଶୁଣି ନାହିଁ । ଦଳର ସୁପ୍ରିମୋଙ୍କ ସନ୍ଦେହକୁ ଏଡାଇବାକୁ ଯାଇ ଅପା ଗଣମାଧ୍ୟମକୁ ଦୋଷ ଦେଉଛନ୍ତି । ମିଛଟାରେ କେଉଁଠି ମିଡିଆ ଏହାକୁ ପ୍ରସଙ୍ଗ କରୁଛି ବୋଲି କହୁଛନ୍ତି । ଆଉ ସର୍ବଶେଷରେ ଏକଥା ବି ମାନୁଛନ୍ତି ସେ ବି ଏଇ ମାସ 8 ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।
📱 Get Argus News App
✨ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ସନ୍ଦେହ କରିବା ହିଁ ଅନୁଚିତ । କୌଣସି ରାଜନୈତିକ ଦୃଷ୍ଟିରେ ଦେଖିବା ଠିକ୍ ନୁହେଁ । ତେବେ ଚମ୍ପୁଆର ବିଧାୟକ ଯଦି ଏକ କାର୍ଯ୍ୟକ୍ରମରେ କେକ୍ ଖୁଆଇଦେଲେ, ଅସୁବିଧା କେଉଁଠି ? ଏମିତିକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ ରାଗୁଛନ୍ତି କାହିଁକି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସନା....
ଜଣଙ୍କ ପାଇଁ ଭେଟିବାରେ ଯଦି ସାମାନ୍ୟତମ ସମସ୍ୟା ନାହିଁ । ଆଉ ଜଣଙ୍କ ପାଇଁ ନବୀନଙ୍କ ଭିନ୍ନ ଦୃଷ୍ଟି କାହିଁକି । ସେଥିପାଇଁ ଲୋକେ କହୁଛନ୍ତି ପ୍ରମିଳା ଯଦି ସୁନା, ସନ୍ଦେହରେ କିଆଁ ସନା...