Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ରାଜନୀତିକୁ ପୁଣି ଫେରିବେ କି ପାଣ୍ଡିଆନ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଜନୀତିକୁ ପୁଣି ଫେରିବେ କି ପାଣ୍ଡିଆନ ?

Key Points

ଏଥର କେମିତି ଫେରିବେ...
କାହା ମାଧ୍ୟମରେ ଫେରିବେ..
କେଉଁ ଅବତାର ନେଇ ଫେରିବେ...
ସେନେଇ କରୁଛନ୍ତି କି ଭିତିରି ପ୍ଲାନିଂ ?

ଅର୍ଗସ ବ୍ୟୁରୋ:  ରାଜନୀତିକୁ ପୁଣି ଫେରିବେ କି ପାଣ୍ଡିଆନ ? ରାଜନୀତିରୁ ସନ୍ୟାସ ନେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ଫେରିବାକୁ ଖୋଜୁଛନ୍ତି କି ଗଳାବାଟ ? ଏନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । କାରଣ ଅନ୍ଦର ମହଲରେ ଏବେ ବି ସକ୍ରିୟ ଅଛନ୍ତି ପାଣ୍ଡିଆନ । କ୍ୟାମେରା ଆଢ଼ୁଆଳରେ ରହୁଥିଲେ ବି ନବୀନଙ୍କ ପାଖେ ପାଖେ ରହୁଛନ୍ତି । ଆଉ ଦଳର ସବୁ ନିଷ୍ପତ୍ତିରେ ବି ରହୁଛି ତାଙ୍କର ଭାଗିଦାରି । ଏକଥା କେହି କହୁନଥିଲେ ବି, ନେତାଙ୍କ ଆଚରଣ ଓ ସୋସିଆଲ ମିଡିଆ ସବୁ କିଛି କହିଦେଉଛି । ଆଉ ଏହାର ସବୁଠାରୁ ବଡ଼ ଉଦାହରଣ ହେଲା ସୋସିଆଲ ମିଡିଆରେ ଏବେ ପାଣ୍ଡିଆନ ଫ୍ୟାନ୍‌ସ ଖୁବ୍‌ ଆକ୍ଟିଭ ।


ପାଣ୍ଡିଆନ ଫ୍ୟାନ୍ସ ଏବେ ପାଣ୍ଡିଆନଙ୍କ ଫଟୋ ଭିଡିଓ ପୋଷ୍ଟ କରୁଛନ୍ତି । ସେଥିରେ ଘନ ଘନ କମେଣ୍ଟ ବି ଲେଖୁଛନ୍ତି । ଯେଉଁଥିରେ ସାମାନେ ସିଧା ସିଧା କହୁଛନ୍ତି, We Miss You... ଆମେ ଚାହୁଁ ଆପଣ ପୁଣି ଫେରି ଆସନ୍ତୁ... ଆପଣ ନାହାନ୍ତି ବୋଲି ଅନେକ କାମ ଅଧାପନ୍ତରିଆ ରହିଛି... ଆପଣଙ୍କ ପରି ବ୍ୟକ୍ତି ଓଡ଼ିଶାକୁ ଦରକାର ।


ଗୋଟିଏ ପଟେ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ମଳିନ ଛବିକୁ ନିର୍ମଳ କରାଯାଉଥିବା ବେଳେ ଅନ୍ୟପଟେ ବିଜେଡି ନେତାମାନେ ବି ଆଗକୁ ବାହାରିଲେଣି । ନିକଟରେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ବହି ଉନ୍ମୋଚନ ହୋଇଥିଲା । ଆଉ ସେଥିରେ ପାଣ୍ଡିଆନ ଯୋଗୁ ବିଜେଡି ପରାଜୟ ହୋଇଛି ବୋଲି ଲେଖା ଥିଲା । ଯାହାକୁ କିଛି ବିଜେଡି ନେତା ନାପସନ୍ଦ କରିଛନ୍ତି । ଏମିତିକି ଦଳ ନିଜର ଆଇଟି ସେଲ ମାଧ୍ୟମରେ ରୁବେନ ବାନାର୍ଜୀଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜେଡିର ଏଭଳି ରୂପ ଦେଖି ଏବେ ପାଣ୍ଡିଆନ ରିଟର୍ଣ୍ଣସ କଥା ଚର୍ଚ୍ଚା ଆରମ୍ଭ ହେଲାଣି । କୁହାଯାଉଛି ଏମିତି କିଛି ପରିସ୍ଥିତି ସୃଷ୍ଟି କରି ପାଣ୍ଡିଆନ ରାଜନୀତିକୁ ଫେରିବାର ଗଳା ବାଟ ଖୋଜୁଛନ୍ତି । ହେଲେ ସାଧାରଣ ଲୋକ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି । ସେହି ସମାନ ପୋଷ୍ଟରେ ପାଣ୍ଡିଆନଙ୍କ ପାଇଁ ଯେତିକି ସାକାରାତ୍ମକ କମେଣ୍ଟ ଆସୁଛି, ତାଠାରୁ ଅଧିକ ନାକାରାତ୍ମକ କମେଣ୍ଟ ଆସୁଛି । ଅନେକ ୟୁଜର କହିଛନ୍ତି `ଆପଣ ଓଡ଼ିଶାକୁ ଧୋକା ଦେଇଛନ୍ତି । ଶିକ୍ଷକମାନଙ୍କୁ ରାଜରାସ୍ତାରେ ଛିଡ଼ା ହେବାକୁ ବାଧ୍ୟ କରିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛନ୍ତି । ସରକାରୀ ଅର୍ଥକୁ ମନ ଇଚ୍ଛା ଖର୍ଚ୍ଚ କରି ହେଲିକପ୍ଟରରେ ଉଡ଼ିଛନ୍ତି । ଏଭଳି ବିଭିନ୍ନ ବିଭାଗରେ ମୁଣ୍ଡ ପୁରାଇ ବ୍ୟବସ୍ଥାକୁ ନଷ୍ଟ ଭ୍ରଷ୍ଟ କରିଛନ୍ତି ।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Sponsored
Will Pandian return to politics? | Argus News