Videos
|
Politics

ରାଜ୍ୟ କ୍ୟାବିନେଟର ବୈଠକରେ ୧୦ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

Rashmita Mishra
Browse all articles by Rashmita Mishra
·1 year ago·3 min read
ରାଜ୍ୟ କ୍ୟାବିନେଟର ବୈଠକରେ ୧୦ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

Key Points

ରାଜ୍ୟ କ୍ୟାବିନେଟର ବୈଠକରେ ୧୦ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ହେବ କାର୍ଯ୍ୟକାରୀ
୬ ହଜାର ୭୯୪ ପଞ୍ଚାୟତରେ ସ୍ମାର୍ଟ ସ୍କୁଲ ଖୋଲାଯିବ
୧୧୪ ୟୁପି ସ୍କୁଲରେ ଚଳିତ ବର୍ଷରୁ ହେବା ଶୁଭାରମ୍ଭ
ଗାଁର ବିକାଶ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାକୁ ମୋହର
ଶୀତଳଭଣ୍ଡାର ଖୋଲିବା ଲାଗି ୬୦% ସବସିଡି ଦେବେ ରାଜ୍ୟ ସରକାର
ଓଡ଼ିଶାର ସେମି କଣ୍ଡକ୍ଟର ଉତ୍ପାଦନ ଲାଗି ହେବ ଖର୍ଚ୍ଚ ହେବ ୧୧୦ କୋଟି
୫୦୦୦ ନୂଆ ଡାକ୍ତର ଏବଂ ୧୨୬ ଦନ୍ତ ଚିକିତ୍ସିକ ନିଯୁକ୍ତି ପାଇଁ ହେଲା ନିଷ୍ପତ୍ତି
       

ଅର୍ଗସ ବ୍ୟୁରୋ: ବୁଧବାର ରାଜ୍ୟ କ୍ୟାବିନେଟର ବୈଠକରେ ୧୦ଟି ବଡ଼ ପ୍ରସ୍ତବକୁ ମିଳିଛି ମଞ୍ଜୁରୀ। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ମୋହର ଲଗାଇଛି ରାଜ୍ୟ କ୍ୟାବିନେଟ୍। ପ୍ରତି ପଞ୍ଚାୟତର ଗୋଟିଏ ସ୍କୁଲକୁ ମଡେଲ ସ୍କୁଲ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତି। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସ୍କୁଲରେ ପଢାଯିବ। ୬ ହଜାର ୭୯୪ ଗ୍ରାମ ପଂଚାୟତରେ ଗୋଟିଏ ଗୋଟିଏ ସ୍ମାର୍ଟ ସ୍କୁଲ ଖୋଲାଯିବ। ପ୍ରତି ବିଦ୍ୟାଳୟ ପିଛା ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ୪ ବର୍ଷରେ ଏହା ଶେଷ ହେବ। ଚଳିତ ଆର୍ଥିକ ବର୍ଷରେ ୧୧୪ଟି ପ୍ରାଥମିକ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ ହେବ। ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ୨୦୨୮ ସୁଦ୍ଧା ଏହି ସ୍କୁଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। କ୍ୟାବିନେଟ ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତୀ ମୋହନ ମାଝି କହିଛନ୍ତି ପୂର୍ବ ସରକାରରେ ୫ଟି ସ୍କୁଲ ନାଁରେ ସ୍ମାର୍ଟ ସ୍କୁଲ ବଡ଼ ଧୋକା ଥିଲା।


ଗ୍ରାମାଞ୍ଚଳର ତ୍ଵରିତ ବିକାଶ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ମୋହର ଲଗାଇଛି ରାଜ୍ୟ କ୍ୟାବିନେଟ୍। ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୧ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରତିବର୍ଷ ୧ହଜାର କୋଟି ଟଙ୍କା ହିସାବରେ ଆସନ୍ତା ପାଞ୍ଚ ବର୍ଷରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଥିରେ ସବୁ ନିଷ୍ପତି ଗ୍ରାମସଭା ଦ୍ବାରା ନିର୍ଣ୍ଣୟ ହେବ। ପରେ ତାହାକୁ ଜିଲ୍ଲାପାଳ ଅନୁମୋଦନ କରିବେ। ପୂର୍ବ ସରକାରରେ ଗାଁ ବିକାଶ ପାଇଁ ହୋଇଥିବା ଯୋଜନା ସବୁ କେବଳ ଠିକାଦାରୀରେ ସୀମିତ ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୀତଳ ଭଣ୍ଡାର ପାଇଁ ଆର୍ଥିକ ବ୍ୟବସ୍ଥା ଲାଗି ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ। ପୁଞ୍ଜି ବିନିଯୋଗ ସବସିଡି ଜରିଆରେ ୬୦ ପ୍ରତିଶତ ସବସିଡ଼ି ଯୋଗାଇ ଦେବେ ସରକାର। ୬ କୋଟି ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଉପରେ ସବସିଡି ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହାଛଡ଼ା ଅଣ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ତଦନ୍ତ କରି ଚୟନ କରାଯିବ।  ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟ ସେବା ନିୟମାବଳୀରେ ସଂଶୋଧନକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଡାକ୍ତର ଅଭାବକୁ ଦୂର କରିବା ଲାଗି ୫୦୦୦ ନୂଆ ଡାକ୍ତର ଏବଂ ୧୨୬ ଦନ୍ତ ଚିକିତ୍ସିକଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।


ସେମି କଣ୍ଡକ୍ଟର ନିର୍ମାଣ ପାଇଁ RIR ପାୱାର କମିଶନ ଲିମିଟେଡ଼କୁ ଅଧିକ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପୂର୍ବରୁ ୩୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯାଉ ଥିବା ବର୍ତ୍ତମାନ ଆଉ ଅଧିକ ୨୦ ପ୍ରତିଶତ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ଆଉ ୧୧୦ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି ଷୋଡ଼ଶ ଅର୍ଥ କମିଶନ ଫେବୃଆରୀରେ ଓଡ଼ିଶା ଆସିବେ। ତାଙ୍କ ଆଗରେ ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିବାକୁ ନିଷ୍ପତ୍ତି ନେଇଛି କ୍ୟାବିନେଟ୍। ଏହା ବ୍ୟତୀତ ଶକ୍ତି ବିଭାଗର ଗୋଟିଏ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ ମୋହର ମାରିଛି। ତାସହ ଆଇନ ବିଭାଗର ଗୋଟିଏ ସଂଶୋଧନ ଓ ପାନୀୟ ଜଳ ଯୋଗାଣ ସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍।