ଅଫିସରଙ୍କଠୁ କାମ କେମିତି ଆଦାୟ କରିବେ ଟିପ୍ସ ଦେଲେ ନଡ୍ଡା

ଗ୍ରାଉଣ୍ଡକୁ ଯାଅ । ଅଙ୍ଗନୱାଡି, ମେଡିକାଲକୁ ଯାଇ ଅଧେ ଘଣ୍ଟା ବସ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ । ସରକାର ସହ ସଂଗଠନକୁ ନେଇକି ଚାଲ । ବିଜେପି ପ୍ରଶିକ୍ଷଣ ବର୍ଗରେ ବିଧାୟକ ଏବଂ ସାଂସଦମାନଙ୍କୁ କିଛି ଏମିତି ଟିପ୍ସ ଏବଂ ଟାସ୍କ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ପ୍ରଶିକ୍ଷଣ ଶିବିରରେ 1 ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ବିଜେପି ସାଂସଦ ଏବଂ ମନ୍ତ୍ରୀ ମାନଙ୍କ କ୍ଲାସ ନେଇଥିଲେ ନଡ୍ଡା । ସରକାର, ସଂଗଠନ ଏବଂ ସୁସମ୍ପର୍କ ଉପରେ ଗୁରୁତ୍ୱ ଦେଇ 14 ଟି ବିନ୍ଦୁ ଉପରେ ଆଲୋକପାତ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ । ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ଗ୍ରାଉଣ୍ଡକୁ ଯାଇ ଦେଖ । ଏମିତିକି ଅଙ୍ଗନବାଡି ଏବଂ ମେଡିକାଲରେ ଯାଇ ସମୟ ବିତାଅ । ସରକାର ସହ ସଂଗଠନକୁ ନେଇକି ଚାଲ । ସଂଗଠନ କେମିତି ବୃଦ୍ଧି ହେବ ସେ ଦିଗରେ ଦୃଷ୍ଟି ଦିଅ ବୋଲି କହିଛନ୍ତି ନଡ୍ଡା ।
ଏହାସହ ନଡ୍ଡା କହିଛନ୍ତି ନେତା ସିଏ ନୁହେଁ ଯିଏ ଲେନ୍ସ ଆଡ଼କୁ ଯାଏ, ନେତା ସିଏ ଯାହା ଆଡ଼କୁ ଲେନ୍ସ ଆସେ । ସେହିପରି ୧୪ ଟି ବିନ୍ଦୁ ଉପରେ ଫୋକସ ଦେବାକୁ ନେତାଙ୍କୁ ଦେଲେ ଗୁରୁମନ୍ତ୍ର ।
- ନୀତି ନୈତିକତା କୁ ଫୋକସ୍
- ଗାଆଁକୁ ଯିବାକୁ ଦେଲେ ଆହ୍ବାନ,ତୃଣମୂଳ ସ୍ତରରେ ସ୍ବଚ୍ଛତା ଅଭିଯାନ ରେ ସାମିଲ ହେବାକୁ କହିଲେ।
📱 Get Argus News App
✨- ମହିଳା ,ଦଳିତ,ବୃଦ୍ଧ ବୟସ୍କ ଙ୍କ ପାଖକୁ ଯିବାକୁ ଆହ୍ବାନ
- ଅଙ୍ଗନ ବାଡ଼ି,ମେଡିକାଲ,ବିଦ୍ୟାଳୟ ମୂଳ ସମସ୍ୟା ସୁଧାରିବାକୁ ପ୍ରୟାସ
- ତୃଣମୂଳ ସ୍ତରର ଲୋକ ଓ ଭୋଟରଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ
- ଛୋଟମୋଟ ସଂକୀର୍ଣ୍ଣତାରୁ ଯାଇ ସମସ୍ତଙ୍କ ସହ ମିଶି ବିକାଶ ମୂଳକ କାର୍ଯ୍ୟରେ ନିଜକୁ ଯୋଡ଼ିବାକୁ ପରାମର୍ଶ ଦେଲେ
- ଦଳର ବିଚାରଧାରାକୁ ବୁଝି ସଙ୍ଗଠନକୁ ନେଇ କାମ କରିବାକୁ ଆହ୍ବାନ ଦେଲେ
ଦଳର ସଦସ୍ୟମାନଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ସାଢେ଼ ତିନି ମାସ ମଧ୍ୟରେ ସାଢେ଼ ୧୩ କୋଟି ଲୋକ ଦଳର ସଦସ୍ୟ ହୋଇଛନ୍ତି । ୧୯ ରାଜ୍ୟରେ NDA ସରକାର ରହିଛି ,୧୩ ଟି ରାଜ୍ୟରେ ସ୍ବତନ୍ତ୍ର ବିଜେପି ସରକାର ରହିଛି । ଏବେ ସଠିକ୍ ଭାବରେ କାମ କରିବାର ଅଛି ବୋଲି କହିଛନ୍ତି ନଡ୍ଡା ।
ପୁରୀରେ ଆଜିଠୁ ଦୁଇ ଦିନ ଧରି ଚାଲିବ ବିଜେପି ପ୍ରଶିକ୍ଷଣ ଶିବିର । କାର୍ଯ୍ୟକ୍ରମରେ ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ବାଧୀନ ବିଧାୟକ ଯୋଗ ଦେଇଛନ୍ତି ।