Videos
|
Politics

ୱାକଫ୍‌କୁ ନେଇ ସସ୍ମିତଙ୍କୁ ବଦ୍ରିଙ୍କ ଟାର୍ଗେଟ

Smruti Parija
Browse all articles by Smruti Parija
·1 year ago·1 min read
ୱାକଫ୍‌କୁ ନେଇ ସସ୍ମିତଙ୍କୁ ବଦ୍ରିଙ୍କ ଟାର୍ଗେଟ

ୱାକଫ୍ ବିଲକୁ ନେଇ ରାଜ୍ୟସଭାରେ ବିଜେଡି ଦୁଇ ଭାଗ ହେବା ପରେ ବିଜେଡି ବରିଷ୍ଠ ବିଧାୟକ ବଦ୍ରି ପାତ୍ର ବଡ଼ ବୟାନ ଦେଇଛନ୍ତି । ସସ୍ମିତ ପାତ୍ର ଏତେ ବଡ଼ ସାହସ କଲେ କେମିତି ? ଦଳ ସମଦୂରତା ନୀତି ରଖି ଚାଲୁଥିଲା । କିନ୍ତୁ ଏହି ନିଷ୍ପତ୍ତି ଅନୁରୂପ ହେଲାନି । କିଏ ଗୋଟେ ଖେଳ କଲା । କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ ବୋଲି ସେ କହିଛନ୍ତି ।


ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହେଲା କେମିତି ? ସନ୍ଦେହ ରହୁଛି । ପ୍ରଫୁଲ୍ଲ ସାମଲ ଆକ୍ସନ୍ ଦାବି କରିଛନ୍ତି । ଗଣେଶ୍ୱର ବେହେରା ବି ଆକ୍ସନ ପାଇଁ କହିଛନ୍ତି । ଦଳ ଏବେ ଧର୍ମ ସଙ୍କଟରେ । ସସ୍ମିତଙ୍କ ସେ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ । ଦଳର ମର୍ଯ୍ୟାଦା ଉପରେ ଆଞ୍ଚ୍ ଆସିଛି । ଦଳ ତା ଆଦର୍ଶରେ ଅଛି । କିନ୍ତୁ ଏବାବଦରେ ନବୀନ ବାବୁ ଜାଣିବା ପରେ ସତ୍ୟା ସତ୍ୟ ସଂଗ୍ରହ କରୁଛନ୍ତି । ତଦନ୍ତ ହେଲେ ଜଣାପଡିବ କାହାର ନିର୍ଦ୍ଦେଶରେ ଏଭଳି ହେଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜେଡି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ମତଭେଦ ଜଳ ଜଳ ହୋଇ ଦିଶୁଛି । ନିର୍ଭର ସୂତ୍ରରୁ ଖବର, ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡିର 5 ଜଣ ସାଂସଦ...କେବଳ ମୁନ୍ନା ଖାଁ ବିପକ୍ଷରେ ଦେଇଛନ୍ତି ଭୋଟ୍, ଦେବାଶିଷ ସାମନ୍ତରାୟ କରିଛନ୍ତି ଭୋଟ୍ ବର୍ଜନ...ରାଜ୍ୟସଭା ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଡକ୍ଟର ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ବିଲ୍‌ ସପକ୍ଷରେ ଭୋଟ ଦେଇଛନ୍ତି । କେବଳ ମୁନା ଖାଁ ବିଲ୍‌କୁ ବିରୋଧ କରି ଭୋଟ ଦେଇଛନ୍ତି । ଆଉ ସାଂସଦ ଦେବାଶଷ ସାମନ୍ତାରାୟ ଗୃହରେ ଅନୁପସ୍ଥିତ ଥିଲେ ।

Badri-patra- targets Sasmit-patra over Waqf-bill | Argus News