Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବୀନ ବାବୁ ଜଣେ ସାଇଲେଣ୍ଟ କିଲର୍ - ବାବୁ ସିଂ

Politics

ନବୀନ ବାବୁ ଜଣେ ସାଇଲେଣ୍ଟ କିଲର୍ - ବାବୁ ସିଂ

Smruti Parija
Browse all articles by Smruti Parija
·1 year ago·2 min read
ନବୀନ ବାବୁ ଜଣେ ସାଇଲେଣ୍ଟ କିଲର୍ - ବାବୁ ସିଂ

ବିଜେଡ଼ିରେ ଗୃହଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ବିଜେଡିରେ ଯାହା ଚାଲିଛି, ସବୁ କାର୍ଯ୍ୟକ୍ରମର ମୁଖ୍ୟ ନାୟକ ଆଉ ଖଳନାୟକ ଉଭୟ ହେଉଛନ୍ତି ନବୀନ । ନବୀନ ବାବୁ ଜଣେ ସାଇଲେଣ୍ଟ କିଲର୍ । ବିଜେଡିରେ ଯାହା ଚାଲିଛି ତାହା ସମ୍ପୂର୍ଣ୍ଣ ପ୍ରାୟୋଜିତ । ସବୁ ନବୀନ ବାବୁଙ୍କ ଇସରାରେ ହେଉଛି । କାଳେ ଭୋଟ କମିଯିବ, ସେଥିପାଇଁ ପ୍ରଚାର କରୁଛନ୍ତି, ଯେ ନବୀନ କିଛି ଜାଣୁନାହାନ୍ତି । ଦିନେ ପ୍ୟାରୀ ବାବୁଙ୍କ ଠାରୁ ପରାମର୍ଶ ନେଉଥିଲେ, ଦରକାର ପଡ଼ିଲା ତାଙ୍କୁ ହଟାଇ ଦେଲେ ।


25 ବର୍ଷ ଭିତରେ କାହାକୁ ପାଖରେ ରଖିଛନ୍ତି, କାହାକୁ ହଟାଇଛନ୍ତି ସମସ୍ତେ ଦେଖିଛନ୍ତି । ଏବେ କ୍ଷମତା ନାହିଁ, ପାଣ୍ଡିଆନ ବେକରେ ଛୁରୀ ଲଗେଇ ଦେଲେ ଲୋକ ବିଶ୍ୱାସ କରିବେ । ତେଣୁ ପାଣ୍ଡିଆନ କିଛି ନୁହେଁ, ସବୁରି ମୂଳରେ ନବୀନ ପଟ୍ଟନାୟକ । ମୁନ୍ନା ଖାନଙ୍କର କଣ ଏତେ ସାହସ, ଯେ ସେ ନବୀନ ନିବାସ ଭିତରେ ପଶି ନାରା ବାଜି କରିବେ ବୋଲି କହିଛନ୍ତି ବାବୁ ସିଂ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି ୱାକଫ୍ ଝଡ ଭିତରେ ସଂଖ୍ୟାଲଘୁ ସାଂସଦ ମୁନ୍ନା ଖାନ୍ ଯେତେବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେତେବେଳେ ତାଙ୍କୁ ଜୋରଦାର୍ ସ୍ୱାଗତ କରାଯାଇଥିଲା ବିମାନବନ୍ଦରରେ ଓହ୍ଲାଇ ଦଳର ଜଣେ ସଂଖ୍ୟାଲଘୁ ସାଂସଦଙ୍କ ବିରୋଧରେ ଆଉ ଜଣେ ସଂଖ୍ୟାଲଘୁ ସାଂସଦ ବିଷୋଦାଗାର କରିଥିଲେ । ଏହାପରେ ସେ କର୍ମୀଙ୍କୁ ଧରି ନବୀନ ନିବାସରେ ପହଞ୍ଚିଥିଲେ । ନବୀନଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ନବୀନ ନିର୍ଦ୍ଧିଷ୍ଟ ପ୍ରଶ୍ନର ଉତ୍ତର ନଦେଇ କେବଳ ଦେଖିବି ବୋଲି କହି ଏଡାଇଗଲେ । ନବୀନଙ୍କ ଏପରି ଉତ୍ତର କର୍ମୀଙ୍କ ଅସନ୍ତୋଷ ଆହୁରି ବଢାଇଥିଲା । ସିଧାସଳଖ ନବୀନ ନିବାସ ଭିତରେ ପାଣ୍ଡିଆନ୍ ହଟାଓ ବିଜେଡି ବଞ୍ଚାଅ, ପାଣ୍ଡିଆନ୍ ଗୋ ବ୍ୟାକ ନାରା ଦେଇଥିଲେ ବିଜେଡି କର୍ମୀ । ପରେ ଆଜି ପୁଣି ବରିଷ୍ଠ ନେତା ନବୀନଙ୍କୁ ଭେଟିଛନ୍ତି ।


ଦଳ ଭିତରେ କନ୍ଦଳ ଦିନକୁ ଦିନ ବଢି ବଢି ଯାଉଛି । ଗୋଟେ ଗୋଷ୍ଠୀ ପାଣ୍ଡିଆନଙ୍କୁ ଦାୟୀ କଲା ବେଳେ ଆଉ ଗୋଟିଏ ଗୋଷ୍ଠୀ ନବୀନଙ୍କୁ ଦାୟୀ କରୁଛନ୍ତି । ଏହା ମଧ୍ୟରେ ବାବୁ ସିଂ ଏ ସବୁ ପାଇଁ କେବଳ ଆଉ କେବଳ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ।


Sponsored
Bjd-conflict-over-waqf-bill-babu-singh-blames-naveen-pattnaik-for-this-controversy | Argus News