Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡୁଆଲ ପଲିସି ଚାଲିବ ନାହିଁ; ମୁନା ଖାନ୍

Politics

ଡୁଆଲ ପଲିସି ଚାଲିବ ନାହିଁ; ମୁନା ଖାନ୍

Smruti Parija
Browse all articles by Smruti Parija
·1 year ago·2 min read
ଡୁଆଲ ପଲିସି ଚାଲିବ ନାହିଁ; ମୁନା ଖାନ୍

ଓ୍ବକ୍‌ଫ ବି୍ଲ ଭୋଟ ପ୍ରସଙ୍ଗରେ ବର୍ଷିଲେ ବିଜେଡି ସାଂସଦ ମୁନା ଖାନ୍ । କହିଲେ ୱକଫ୍ ବିଲକୁ ବିରୋଧ କରିବା ପାଇଁ ନବୀନଙ୍କ ନିର୍ଦ୍ଦେଶ ଥିଲା । ସଂସଦୀୟ ଦଳ ବୈଠକରେ ବିରୋଧ କରିବା ପାଇଁ କହିଥିଲେ ନବୀନ ପଟ୍ଟନାୟକ ।


ସସ୍ମିତ୍‌ଙ୍କୁ ଟାର୍ଗେଟ୍ କରି ମୁନା ଖାନ୍ କହିଛନ୍ତି ଦଳରେ ଡୁଆଲ ପଲିସି ଚାଲିବ ନାହିଁ । ବିଜେଡି ଏକ ଧର୍ମନିରପେକ୍ଷ ଦଳ । ନବୀନ ବାବୁ ଜଣେ ଧର୍ମନିରପେକ୍ଷ ନେତା । ଯେଉଁ ମାନଙ୍କ ଭୋଟ ଦେବାକୁ ଅଛି ସେମାନେ ବିଜେପିକୁ ଚାଲିଯାଆନ୍ତୁ । ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂରେ ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ନବୀନ ବାବୁ ନିଜେ ବିଲ୍‌କୁ ବିରୋଧ କରାଯିବ ବୋଲି କହିଥିଲେ । ତେବେ ହଠାତ୍ ଟ୍ବିଟ୍‌ କରି କୁହାଗଲା ବିବେକାନୁମୋଦିତ ଭୋଟ ଦେବାକୁ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏପରି କହିଛନ୍ତି ସାଂସଦ ମୁନା ଖାନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ୱକଫ୍ କୁ ନେଇ ବିଜେଡିର ଅନ୍ତ କନ୍ଦଳ ଜଳ ଜଳ ହୋଇ ପଦାରେ ପଡିଛି । ମୁହଁ ଖୋଲିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା । ଆଜି ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ । ସେ କହିଛନ୍ତି, କେଉଁ ପରିସ୍ଥିତିରେ ଓ କିଏ ବଦଳାଇଲା ନିଷ୍ପତ୍ତି । ଯେଉଁମାନେ ଦଳର ଗଣ୍ଡି ଭିତରେ ଅଛନ୍ତି, ନବୀନ ନିବାସ ଯାଉଛନ୍ତି ସେମାନେ ସବୁ ଜାଣିଥିବେ । ଆମେ ଦଳ ଗଣ୍ଡି ଭିତରେ ଥିବା ଲୋକ ନୁହେଁ, ଆମେ ପଦା ଲୋକ। ରାଜ୍ୟସଭାରେ ଯାହା ଘଟିଲା ତାହା କର୍ମୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସେନେଇ ମୁହଁ ଖୋଲି ସ୍ପଷ୍ଟୀକରଣ ରଖନ୍ତୁ । ପ୍ରତିଦିନ ବିଜେଡି ନେତାଙ୍କ ଏପରି ବିସ୍ଫୋରଣକୁ ନେଇ ଏବେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ଅବିଶ୍ୱାସ ବାତାବରଣ ବିଜେଡିକୁ ଶେଷ କରିଦେବ କି ? ମୁଖ୍ୟ ପରାମର୍ଶଦାତାଙ୍କୁ ଦାୟୀ ନାଁରେ ବିଜେଡିକୁ ଶେଷ କରିଦେବେ କି ନେତା ?, ଏହାକୁ ନେଇ ରାଜନୈତିକ ମହଲରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।

Argus Whatsapp Channel Mobile Top
Sponsored
Dual-policy-will-not-work-Muna Khan | Argus News