Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଲେ ନବୀନ

Smruti Parija
Browse all articles by Smruti Parija
·1 year ago·2 min read
ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଲେ ନବୀନ

ଏଇ କିଛି ଦିନ ଧରି ବିଜେଡିରେ ଚାଲିଥିବା ଘନ ଘନ ମେଳି ...ବରିଷ୍ଠ , ଯୁବ ନେତାଙ୍କ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ମୁହଁ ଖୋଲିଛନ୍ତି ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରମ୍ବାର ନେତା, କର୍ମୀ ବିଜେଡିର ପରାଜୟ...ଓ ବିଜେଡି ମଧ୍ୟରେ ସୃଷ୍ଟି ହେଉଥିବା ଅନ୍ତଃକନ୍ଦଳ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଥିବାବେଳେ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ନବୀନ ପଟ୍ଟନାୟକ । ଆଉ କହିଛନ୍ତି ପାଣ୍ଡିଆନ୍ 10 ମାସ ହେଲା ରାଜନୀତିରୁ ସନ୍ୟାସ ନେଇଛନ୍ତି । ସେ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି । ତାଙ୍କୁ ଦାୟୀ କରିବା ନିରାଧାର । ପ୍ରଭାତ ତ୍ରିପାଠୀ ଆମ ଦଳରେ ନାହାନ୍ତି । ସେ 10 ମାସ ତଳେ ପାର୍ଟି ଛାଡିଛନ୍ତି ।


ହୋଟେଲ୍‌ରେ ନେତା କରୁଥିବା ବୈଠକକୁ ନାପସନ୍ଦ କଲେ ନବୀନ । ପାର୍ଟି ଅଫିସ୍‌ ‘ଶଙ୍ଖ ଭବନ’ରେ ବୈଠକ ପାଇଁ ପରାମର୍ଶ ଦେଲେ । ବହୁତ ବଡ଼ ବିଲ୍ଡିଂ ରହିଛି, ସେଠାରେ ବୈଠକ କରିପାରିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇପଡିଛି । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ପୂର୍ବରୁ ମଧ୍ୟ ଏହି ସମାନ ଘଟଣା ଦେଖିବାକୁ ମିଳିଥିଲା । ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିବାବେଳେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିଲେ ନବୀନ ପଟ୍ଟନାୟକ । ମିଷ୍ଟର ପାଣ୍ଡିଆନ ରାଜ୍ୟ ଓ ଦଳର ସେବା କରିଛନ୍ତି, ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି। ତାଙ୍କର ଏହି ଦକ୍ଷତା ଓ ନିଷ୍ଠା ପାଇଁ ସେ ଜଣା ବୋଲି କହିଥିଲେ ନବୀନ।


ୱାକଫ୍ ଘମାସାନ୍ ଭିତରେ ବିଜେଡିରେ ଗୃହ ଯୁଦ୍ଧ ଚାଲିଛି । ପାଣ୍ଡିଆନଙ୍କୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଛି ବିଜେଡି । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ଚାଲିଛି ଜୋରଦାର ଲଢେଇ । ରାଜ୍ୟସଭା ଘଟଣାରେ ଜବାବ ମାଗି ୫ ଦିନ ହେବ ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କରୁଥିବା ଆଣ୍ଟି ପାଣ୍ଡିଆନ ଗୋଷ୍ଠୀଙ୍କୁ ସମାନ ଶୈଳିରେ ଆଜି କାଉଣ୍ଟର କରିଛନ୍ତି ପ୍ରୋ-ପାଣ୍ଡିଆନ ନେତା । ପ୍ରଥମେ ପଟିଆ ସ୍ଥିତ ଏକ ହୋଟେଲରେ ଆଜି ଏକାଠି ହୋଇଥିଲେ ପାଣ୍ଡିଆନ ବିପକ୍ଷବାଦୀ କୁହାଯାଉଥିବା ଦଳର କିଛି ହେଭିୱେଟ ନେତା ।

Sponsored
Naveen-pattnaik- gives-clean-chit-to-v-k-Pandian | Argus News