ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ରୁଦ୍ଧ ଦ୍ୱାର ବୈଠକ

ୱକଫକୁ ନେଇ ଫାଳ ଫାଳ ବିଜେଡି । ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି । ପଟିଆସ୍ଥିତ ଏକ ହୋଟେଲରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବରିଷ୍ଠ ନେତାଙ୍କ ସହ ସାମିଲ ହୋଇଛନ୍ତି ଯୁବ ବିଜେଡି ନେତା । ପ୍ରସନ୍ନ ଆଚାର୍ଯ୍ୟ, ଭୁପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ବଦ୍ରି ପାତ୍ର, ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ଅଛନ୍ତି ।
ଗତକାଲି ଅଂଶୁମାନ ମହାନ୍ତିଙ୍କ ବାସଭବନରେ ବସିଥିଲା ଯୁବ ଗୋଷ୍ଠୀଙ୍କ ବୈଠକର । ଏହା ପୂର୍ବରୁ ଗତ ୪ ତାରିଖରେ ଶଙ୍ଖ ଭବନରେ ବସିଥିଲା ବରିଷ୍ଠ ନେତାଙ୍କ ବୈଠକ । ଦୁଇ ଦୁଇଟି ବୈଠକର କାରଣ କିନ୍ତୁ ଗୋଟିଏ । ୱାକଫ୍ ବିଲ୍ ବେଳେ ଦଳର ଭିନ୍ନ ଭିନ୍ନ ଭୋଟିଂ ପଛର ଖଳନାୟକକୁ ସାମ୍ନାକୁ ଆଣିବା । କାହା ନିର୍ଦ୍ଦେଶରେ, କଣ ପାଇଁ ଦଳୀୟ ନିଷ୍ପତ୍ତି ବଦଳିଲା ସେ ନେଇ ତୁରନ୍ତ ଦ୍ଵନ୍ଦ୍ବ ଦୂର ପାଇଁ ନବୀନଙ୍କ ଉପରେ ସିନିୟରଙ୍କ ପରେ ଜୁନିୟର ଗୋଷ୍ଠୀ ସୃଷ୍ଟି କରିଛନ୍ତି ଚାପ । ଖାଲି ସତିକି ନୁହେଁ ଦେବାଶିଷଙ୍କ ଘରୁ ଆରମ୍ଭ ହୋଇଥିବା ଜୁନିୟର ଗୋଷ୍ଠୀଙ୍କ ମେଳି ପ୍ରୋ-ପାଣ୍ଡିଆନ ନେତାଙ୍କ ବିରୋଧରେ ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା । ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରୋ-ପାଣ୍ଡିଆନ ପୋଷ୍ଟ ସହ ଦେବାଶିଷଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ମଧ୍ୟ ଯୁବ ଗୋଷ୍ଠୀଙ୍କ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି ।
📱 Get Argus News App
✨ସେପଟେ ଓଡ଼ିଆ ଅସ୍ମିତା ପାଇଁ ବିଜେଡିର ପରାଜୟ । ଏବେର କିଛି ନେତା ଓ ନେତ୍ରୀ ନବୀନ ବାବୁଙ୍କ ଆଦର୍ଶ ସହ ଅପରିଚିତ । ସେମାନେ ଆଉ କାହା ଈଶାରାରେ ପରିଚାଳିତ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଏବେର କିଛି ନେତା ଓ ନେତ୍ରୀମାନେ ନବୀନବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ସହ ଅପରିଚିତ । ସେମାନେ ଦଳର ନୁହନ୍ତି, ଓଡ଼ିଶାର ନୁହନ୍ତି, ନବୀନଙ୍କର ନୁହନ୍ତି ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।
ବିଜେଡିରେ ଥମୁନି ୱକଫ୍ ଝଡ଼ । ମୁହଁ ଖୋଲୁଛନ୍ତି ଜଣକ ପରେ ଜଣେ ନେତା । ମୁହଁ ଖୋଲିଲେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ । ୱକଫ୍ ସମ୍ପର୍କରେ ସାଂସଦ ମୁନ୍ନା ଖାନ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଧର୍ମ ନିରପେକ୍ଷତା ବଜାଏ ରହିଛି । ନବୀନ ପଟ୍ଟନାୟକ ଆମ ନେତା ୨୫ ବର୍ଷରୁ ବିଜେଡିର ନେତୃତ୍ୱ ନେଉଛନ୍ତି । ସେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଅନ୍ତି । ଆବଶ୍ୟକତା ପଡିଲେ ନିଷ୍ପତ୍ତି ନେବେ । ଅନ୍ୟପଟେ ପ୍ରଭାତ ତ୍ରିପାଠୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଅତନୁ । କହିଛନ୍ତି, ପ୍ରଭାତ ଭାଇ ତ ଆଉ ବିଜେଡିରେ ନାହାନ୍ତି । ସେ ନିଜେ ଏହା ସ୍ୱୀକାର କରିଛନ୍ତି । ସେ ବିଜେଡିର ଆଭ୍ୟନ୍ତରୀଣ କଥା ପାଇଁ ଏତେ ବ୍ୟସ୍ତ କାହିଁକି । ନବୀନ ବାବୁଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି । କିଏ ନିଜେ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ । ଦଳ ବାହରେ କିଏ କଣ କହିଲେ ସମ୍ପର୍କ କଣ । କାହାକୁ କଣ ଆକ୍ଷେପ କଲେ ଅଲଗା କଥା ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ ।