Videos
|
Politics

CAGଙ୍କ ଖୋଳତାଡ଼, ଗଣଶିକ୍ଷା ବିଭାଗକୁ ମାଗିଲେ ତଥ୍ୟ

Smruti Parija
Browse all articles by Smruti Parija
·1 year ago·2 min read
CAGଙ୍କ ଖୋଳତାଡ଼, ଗଣଶିକ୍ଷା ବିଭାଗକୁ ମାଗିଲେ ତଥ୍ୟ

Key Points

ଖୋଲିବ 5T ସ୍କୁଲ ମହାକେଳେଙ୍କାରୀର ଗୁମର
ବିଜେଡି ସରକାରରେ ଚଳୁ ହୋଇଛି କୋଟି କୋଟି ଟଙ୍କା
CAGଙ୍କ ଖୋଳତାଡ଼, ଗଣଶିକ୍ଷା ବିଭାଗକୁ ମାଗିଲେ ତଥ୍ୟ
୯୦ କୋଟି ଟଙ୍କା ଦୁର୍ନୀତି ହୋଇଥିବାର ପ୍ରମାଣ
ମନ୍ତ୍ରୀ କହିଲେ, ତଦନ୍ତ ପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ବିଜେଡି ଶାସନରେ 5T ସ୍କୁଲ ରୂପାନ୍ତରଣ ନାଁରେ ହୋଇଛି ମହା ଘୋଟାଲା। ଏହି ୬ଟି ଜିଲ୍ଲାର ନମୁନା ଅଡିଟରୁ ସିଏଜି ଧରିଛନ୍ତି ୯୦ କୋଟିରୁ ଅଧିକ ଟଙ୍କାର ହେର୍ ଫେର୍ । ଗଞ୍ଜାମ, କେନ୍ଦୁଝର, କଟକ, ସୁନ୍ଦରଗଡ଼, ବାଲେଶ୍ଵର ଏବଂ ଯାଜପୁର । ଏହି ଜିଲ୍ଲାର ସ୍କୁଲ ଗୁଡିକରେ 5T ନାଁରେ ହୋଇଥିବା ଦୁର୍ନୀତି ବାବଦରେ ଡ୍ରାଫ୍ଟ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ସିଏଜି । ଯାହାକୁ ନେଇ ରାଜ୍ୟର ପ୍ରିନ୍ସିପାଲ ଏଜିଙ୍କ ପକ୍ଷରୁ ଚିଠି ଲେଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗଠାରୁ ମତାମତ ମଗାଯାଇଛି । ଏଜି ଅଫିସ୍ ପକ୍ଷରୁ ୨୦୨୪ ଅକ୍ଟୋବରରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅଡିଟ୍ ହୋଇଥିଲା । ଗଭର୍ଣ୍ଣଂ କାଉନସିଲର ବିନା ଅନୁମତିରେ ଗଞ୍ଜାମ ଜିଲ୍ଲାର ୪୨ଟି ସ୍କୁଲକୁ ୨୦୨୨ ଏପ୍ରିଲରେ ମ୍ୟାଚିଂ ଗ୍ରାଣ୍ଟ୍‌ ବାବଦରେ ୧୮.୯୩ କୋଟି ଟଙ୍କା ଦିଆଯାଇଥିଲା ।


ମ୍ୟାଚିଂ ଗ୍ରାଣ୍ଟ୍ ବାବଦରେ ସ୍କୁଲ ପିଛା ୩୦ ଲକ୍ଷ ଟଙ୍କା ଦେବାର ନିୟମ ଥିବାବେଳେ ସେଥିରେ ୩୩.୩୩ ଲକ୍ଷ ଟଙ୍କାରୁ ୧ କୋଟି ୦୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦିଆଯାଇଛି । ଗଞ୍ଜାମରେ ‌ଏ ବାବଦରେ ଅଧିକ ୬.୩୩ କୋଟି ଟଙ୍କା ଦିଆଯାଇଛି । ଟେଣ୍ଡର ନହୋଇ କିଣାଯାଇଛି ଦାମୀ ଆସବାବପତ୍ର ଓ ଉପକରଣ । ଏ ବାବଦରେ ୩୧.୭୨ କୋଟି ଟଙ୍କାର ଅନିୟମିତତା ହୋଇଥିବା ଧରିଛନ୍ତି ସିଏଜି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଦୁର୍ନୀତି ହୋଇଥିଲେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ଉପରେ ଜବାବ ରଖିଛି ବିଜେଡି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନଇଚ୍ଛା ଟଙ୍କା ମଞ୍ଜୁର କଲେ, ମନଇଚ୍ଛା କାମ କଲେ, ମନ ଇଚ୍ଛା ଲୁଟିଲେ। 5T ସ୍କୁଲରେ ସାରା ରାଜ୍ୟରେ କେମିତି କାମ ହୋଇଛି ଓ କେମିତି କୋଟି କୋଟି ଟଙ୍କାର ଲୁଟ୍ ହୋଇଛି ତାର ପ୍ରମାଣ ହେଉଛି ଏ ସବୁ ଚିତ୍ର। ଅସରାଏ ବର୍ଷାରେ ଉବୁଟୁବୁ ହେଉଥିବା ଏ ସ୍କୁଲ ହେଉଛି ଗଞ୍ଜାମ ସୋରଡା ବଡଗଡର । ଶ୍ରେଣୀ ଗୃହ ନ ଥିବାରୁ ଷଷ୍ଠ ଶ୍ରେଣୀ ପିଲା ଆଉ ଏକ ଭଙ୍ଗା ଘରେ ବସୁଛନ୍ତି।


ସେହିପରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍କୁଲରେ 5T ରୂପାନ୍ତରୀକରଣ ନାଁରେ ବଡ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି । ଦୟନୀୟ ବିଲଡିଂ କାମ ହୋଇଥିବାବେଳେ ଅଧିକାଂଶ ସ୍କୁଲରେ ନିର୍ମିତ ଇ-ଲାଇବ୍ରେରୀ ଓ ସାଇନ୍ସ ଲ୍ୟାବ୍ ଗୁଡ଼ିକ କାମରେ ଲାଗୁ ନାହିଁ । ଅନ୍ୟପଟେ ଶିକ୍ଷା ବିଭାଗକୁ 55 ପ୍ରତିଶତ ସ୍କୁଲ ରୂପାନ୍ତରୀକରଣ କାମର ୟୁଟିଲାଇଜେସନ ସାର୍ଟିଫିକେଟ୍ ଦିଆଯାଇନାହିଁ। ପ୍ରଶ୍ନ ଉଠୁଛି ୬ଟି ଜିଲ୍ଲାରୁ ଯଦି ୯୦ କୋଟିର ଦୁର୍ନୀତି ଧରାପଡୁଛି ତେବେ ବାକି ରାଜ୍ୟର ଜିଲ୍ଲାରେ କେତେ ହୋଇଥିବ 5ଟି କେଳେଙ୍କାରୀ। ବିଜେପି ସରକାରରେ ଦୁର୍ନୀତିର ତଦନ୍ତ ହୋଇ ଦୋଷୀଙ୍କୁ ଦଣ୍ଡ ମିଳିବ କି ?



a-huge-scam-has-taken-place-in-the-name-of-5t-school-transformation-under-the-bjd-regime | Argus News