Raghav Chadha Quits AAP / ଆମ୍ ଆଦମୀ ପାର୍ଟିରୁ ରାଘବ ଚଢ଼ାଙ୍କ ଇସ୍ତଫା; ୩ ସାଂସଦଙ୍କ ସହ ବିଜେପିରେ ମିଶିବେ
·5 days ago·2 min read

Key Points
AAP ଛାଡ଼ିଲେ ରାଘବ ଚଢ଼ା । ନିକଟରେ ରାଜ୍ୟସଭାର ଆପ୍ର ଉପନେତା ପଦରୁ ରାଘବ ଚଢ଼ାଙ୍କୁ ଦଳ ହଟାଇଥିଲା । ଏବେ ରାଘବ ଚଢ଼ା ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP) ଛାଡ଼ିଲେ ରାଘବ ଚଢ଼ା । ନିକଟରେ ରାଜ୍ୟସଭାର ଆପ୍ର ଉପନେତା ପଦରୁ ରାଘବ ଚଢ଼ାଙ୍କୁ ଦଳ ହଟାଇଥିଲା । ଏବେ ରାଘବ ଚଢ଼ା ଶୁକ୍ରବାର ଆମ୍ ଆଦମୀ ପାର୍ଟି ଛାଡ଼ିବା ସହ ବିଜେପିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ରାଘବ ଚଢ଼ାଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ । ରାଘବ ଚଢ଼ା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ଏବେ ଆପ୍ରୁ ରାଜ୍ୟସଭା ସାଂସଦ ଅଛନ୍ତି । ୩ ଜଣ ଆପ୍ ସାଂସଦ ଦଳ ଛାଡ଼ି ବିଜେପିରେ ମିଶିବାକୁ ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଣି ନୂଆ ଭିଡିଓ ଛାଡ଼ିଲେ ରାଘବ; କହିଲେ, 'ଏହା କେବଳ ଟ୍ରେଲର୍...ପୂରା ଫିଲ୍ମ ବାକି ଅଛି'
ରାଘବ ଚଢ଼ା କହିଛନ୍ତି, "ରାଜ୍ୟସଭାରେ ଆପ୍ର ଦୁଇ ତୃତୀୟାଂଶ ସଦସ୍ୟ ଦଳ ଛାଡ଼ି ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛୁ ।" ରାଘବଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ଆପ୍ ଛାଡ଼ିଛନ୍ତି । ରାଘବଙ୍କ ସହ ସନ୍ଦୀପ ଓ ଅଶୋକ ବିଜେପିରେ ମିଶିବେ ।
ଆପ୍ ଉପରେ ବର୍ଷିଲେ ରାଘବ
ଦଳ ଛାଡ଼ିବା ସହ ଆମ୍ ଆଦମୀ ପାର୍ଟି ଉପରେ ଭୀଷଣ ବର୍ଷିଛନ୍ତି ରାଘବ ଚଢ଼ା । ସେ କହିଛନ୍ତି, "ଏବେ ଆମ୍ ଆଦମୀ ପାର୍ଟି ମୂଳ ଆଦର୍ଶ ସହ ନାହିଁ । ଯେଉଁ ଉଦ୍ଦେଶ୍ୟରେ ଦଳ ଗଠନ ହୋଇଥିଲା, ତାହାଠୁ ଏବେ ବହୁ ଦୂରରେ । ମୁଁ ଦଳଠୁ ଦୂରେଇ ଯାଉଛି, ଆହୁରି ଲୋକଙ୍କ ନିକଟତର ହେଉଛି ।"
ଆପ୍ ଛାଡ଼ିବେ ଦୁଇ ତୃତୀୟାଂଶ ସାଂସଦ
ରାଘବ ଚଢ଼ା କହିଛନ୍ତି, "ଦଳର ଦୁଇ ତୃତୀୟାଂଶ ସାଂସଦ ଆମ ସହ ଅଛନ୍ତି । ହରଭଜନ ସିଂହ, ସ୍ଵାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ସନ୍ଦୀପ ପାଠକ, ବିକ୍ରମଜିତ ସାହନୀ ଓ ଅଶୋକ ମିତ୍ତଲଙ୍କ ସହ ଅନେକ ନେତା ଦଳ ଛାଡ଼ିବେ ।"
ଏଥିସହ ପଢ଼ନ୍ତୁ: ରାଘବ ଚଢ଼ାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
ରାଜ୍ୟସଭାରେ ଆପ୍ ପାଖରେ ୧୦ ଜଣ ସାଂସଦ ଅଛନ୍ତି । ପଞ୍ଜାବର ୭ ଜଣ ଓ ଦିଲ୍ଲୀର ୩ ଜଣ । କିଛି ସମୟ ପରେ ରାଘବ ଚଢ଼ା, ସନ୍ଦୀପ ସିଂହ ଓ ଅଶୋକ ମିତ୍ତଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହେବେ ।

#WATCH | 2/3rd MPs of AAP in Rajya Sabha announce merging with the BJP.
— ANI (@ANI) April 24, 2026
AAP MP Raghav Chadha says, "There are 10 AAP MPs in the Rajya Sabha, more than 2/3rd of them are with us in this. They have signed and this morning we submitted the signed letter and documents to the Rajya… pic.twitter.com/mn4kuYs2ht
ଆପ୍ ଉପରେ ବର୍ଷିଲେ ରାଘବ
ଦଳ ଛାଡ଼ିବା ସହ ଆମ୍ ଆଦମୀ ପାର୍ଟି ଉପରେ ଭୀଷଣ ବର୍ଷିଛନ୍ତି ରାଘବ ଚଢ଼ା । ସେ କହିଛନ୍ତି, "ଏବେ ଆମ୍ ଆଦମୀ ପାର୍ଟି ମୂଳ ଆଦର୍ଶ ସହ ନାହିଁ । ଯେଉଁ ଉଦ୍ଦେଶ୍ୟରେ ଦଳ ଗଠନ ହୋଇଥିଲା, ତାହାଠୁ ଏବେ ବହୁ ଦୂରରେ । ମୁଁ ଦଳଠୁ ଦୂରେଇ ଯାଉଛି, ଆହୁରି ଲୋକଙ୍କ ନିକଟତର ହେଉଛି ।"
ଆପ୍ ଛାଡ଼ିବେ ଦୁଇ ତୃତୀୟାଂଶ ସାଂସଦ
ରାଘବ ଚଢ଼ା କହିଛନ୍ତି, "ଦଳର ଦୁଇ ତୃତୀୟାଂଶ ସାଂସଦ ଆମ ସହ ଅଛନ୍ତି । ହରଭଜନ ସିଂହ, ସ୍ଵାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ସନ୍ଦୀପ ପାଠକ, ବିକ୍ରମଜିତ ସାହନୀ ଓ ଅଶୋକ ମିତ୍ତଲଙ୍କ ସହ ଅନେକ ନେତା ଦଳ ଛାଡ଼ିବେ ।"
ଏଥିସହ ପଢ଼ନ୍ତୁ: ରାଘବ ଚଢ଼ାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
ରାଜ୍ୟସଭାରେ ଆପ୍ ପାଖରେ ୧୦ ଜଣ ସାଂସଦ ଅଛନ୍ତି । ପଞ୍ଜାବର ୭ ଜଣ ଓ ଦିଲ୍ଲୀର ୩ ଜଣ । କିଛି ସମୟ ପରେ ରାଘବ ଚଢ଼ା, ସନ୍ଦୀପ ସିଂହ ଓ ଅଶୋକ ମିତ୍ତଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହେବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories