WestBengal Politics / ମମତାଙ୍କୁ ହଟାଇ TMCର ନୂଆ ସଭାପତି ହେଲେ ଅରୂପ ରାୟ… କିଏ ଏହି ଦିଗ୍ଗଜ ନେତା?
·1 hour ago·2 min read

Key Points
ଟିଏମସି ଅଧ୍ୟକ୍ଷ ପଦରୁ ମମତାଙ୍କୁ ବାହାର କରାଯାଇଥିବାବେଳେ ଅରୂପ ରୟଙ୍କୁ ଦଳର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବାପରେ ମମତା ବାନାର୍ଜୀ ସତ୍ତାରୁ ବାହାର ହୋଇଥିଲେ। ଏହାପରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍ସି) ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ‘ଅସଲି ଟିଏମ୍ସି’ ମଧ୍ୟରେ ଚାଲିଥିବା ଲଢ଼େଇ ଭିତରେ ବିଦ୍ରୋହୀଙ୍କ ନେତୃତ୍ୱ ନେଇଥିବା ବିଧାୟକ ଋତବ୍ରତ ବାନାର୍ଜୀ ଟିଏମ୍ସି ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷା ପଦରୁ ହଟାଇଛନ୍ତି । ତାଙ୍କ ସ୍ଥାନରେ ବରିଷ୍ଠ ବିଧାୟକ ତଥା ବିଦ୍ରୋହୀ ଗୋଷ୍ଠୀର ଅରୂପ ରୟଙ୍କୁ ଦଳର ଅଧ୍ୟକ୍ଷ ଘୋଷଣା କରାଯାଇଛି । ସେହିପରି ମମତାଙ୍କ ପୁତୁରା ତଥା ଦଳର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ପଦରୁ ନିଲମ୍ବନ କରାଯାଇଛି । ବିଦ୍ରୋହୀ ଗୋଷ୍ଠୀକୁ ପ୍ରକୃତ ଟିଏମ୍ସି ବୋଲି ଋତବ୍ରତ ପୁଣି ଦାବି କରିଛନ୍ତି । ଏହି ମହାବିଦ୍ରୋହ ମମତାଙ୍କ ନେତୃତ୍ୱ ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । ନ୍ୟୁଟାଉନର ଏକ ପଞ୍ଚତାରକା ହୋଟେଲରେ ସୋମବାର ବିଦ୍ରୋହୀ ଦଳର ନେତା ଋତବ୍ରତଙ୍କ ସମେତ ୬୦ ବିଦ୍ରୋହୀ ବିଧାୟକ, ୭୦ କାଉନସିଲର ଏବଂ ବିଭିନ୍ନ ଜିଲ୍ଲାର ପୂର୍ବତନ ନିର୍ବାଚିତ ପ୍ରତିନିଧିମାନେ ଏକ ବୈଠକ କରିଥିଲେ।
ଋତବ୍ରତ ଏହି ବୈଠକକୁ ସମ୍ବୋଧିତ କରି କହିଥିଲେ, ୨୦୨୨ରେ ଗଠିତ ଦଳର ସାଙ୍ଗଠନିକ କମିଟିର ୩ ବର୍ଷିଆ କାର୍ଯ୍ୟକାଳ ୨୦୨୫ରେ ଶେଷ ହୋଇଯାଇଥିଲେ ହେଁ ତାହାର ନବୀକରଣ କରଯାଇନାହିଁ । ଏହା ଦଳରେ ଏକ ସାମ୍ବିଧାନିକ ସମସ୍ୟା । ତେଣୁ ଏଥିରେ ନବୀକରଣ କରାଯାଇ ଅଭିଷେକ ବାନାର୍ଜୀଙ୍କୁ ନିଲମ୍ବନ କରାଯିବା ସହ ମମତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଦଳରେ ଏକ ନୂଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଏଥିରେ ଅରୂପ ରୟଙ୍କୁ ସମେତ ଅନେକ ନେତାଙ୍କୁ ସାମିଲ କରାଯାଇଛି।
ପଶ୍ଚିମବଙ୍ଗ ରାଜନୀତିରେ ଜଣେ ଜଣାଶୁଣା ବ୍ୟକ୍ତି । ପଶ୍ଚିମବଙ୍ଗର ହାୱଡାରେ ଜନ୍ମଗ୍ରହଣ କରିଥିବା ସେ ଛାତ୍ର ରାଜନୀତିରୁ କଂଗ୍ରେସ ଦଳର ଛାତ୍ର ଶାଖାରେ ଯୋଗ ଦେଇ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରକୃତ ରାଜନୈତିକ କ୍ୟାରିୟର ୧୯୯୦ ଦଶକରେ ଆରମ୍ଭ ହୋଇଥିଲା । ମମତା ବାନାର୍ଜୀ କଂଗ୍ରେସ ଦଳରୁ ଅଲଗା ହୋଇଥିଲେ । ୧୯୯୮ ମସିହାରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଗଠନ କରିଥିଲେ । ମମତା ବାନାର୍ଜୀଙ୍କ ପ୍ରାରମ୍ଭିକ ଜୀବନରେ ତାଙ୍କୁ ସମର୍ଥନ କରିଥିବା ପ୍ରାରମ୍ଭିକ ଏବଂ ବିଶ୍ୱସ୍ତ ନେତାମାନଙ୍କ ମଧ୍ୟରୁ ଅରୂପ ରାୟ ଜଣେ ଥିଲେ। ହାଓଡ଼ା ଜିଲ୍ଲାରେ ତୃଣମୂଳ କଂଗ୍ରେସକୁ ମଜବୁତ କରିବାକୁ ସେ ଲଢେଇ କରିଥିଲେ । ମମଲା ବାନାର୍ଜୀଙ୍କ ବିଶ୍ୱସ୍ତ ଥିଲେ ଅରୂପ । ବଙ୍ଗଳାର ହାଓଡା କେନ୍ଦ୍ରୀୟ ବିଧାନସଭା ଆସନରୁ ଲଗାତାର ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ ଅରୂପ । ସେ ୨୦୧୧, ୨୦୧୬, ୨୦୨୧ ଏବଂ ୨୦୨୬ ନିର୍ବାଚନରେ ଟିଏମସି ଟିକେଟରେ ବିଜୟୀ ହୋଇଥିଲେ । ମମତାଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ସମବାୟ ଏବଂ କୃଷି ଭଳି ବିଭାଗ ସମ୍ଭାଳିଥିଲେ ।
ଟିଏମ୍ସି ପ୍ରତିଷ୍ଠା କରିଥିବା ମମତା ବାନାର୍ଜୀଙ୍କୁ ବିଦ୍ରୋହୀ ଗୋଷ୍ଠୀ ଦଳରୁ ବିଦା କରିବା ନେଇ ସଦ୍ୟ ଘଟଣାକ୍ରମ ପରେ ଏହି ଦଳ ଏବେ ୩ ଫାଳ ହୋଇଯାଇଥିବା ନଜର ଆସୁଛି । ପ୍ରଥମ ଗୋଷ୍ଠୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି, ଦ୍ୱିତୀୟଟି ହେଉଛି ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଭୂମିକା ନିଭାଉଥିବା ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ଏବଂ ଅନ୍ୟଟି ହେଉଛି କାକୋଳି ଘୋଷଙ୍କ ନେତୃତ୍ୱାଧୀନ ଟିଏମ୍ସି । କାକୋଳିଙ୍କ ପାଖରେ ୨ ଡଜନେରୁ ଅଧିକ ଲୋକସଭା ସାଂସଦଙ୍କ ସମର୍ଥନ ରହିଛି । ଏହି ଗୋଷ୍ଠୀ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ ନାମକ ଏକ ଛୋଟ ଦଳ ସହ ବିଲୟ ହୋଇ ସଂସଦରେ ଏନ୍ଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଏବେ ସବୁଠୁ ବଡ଼ ପ୍ରଶ୍ନ ଟିଏମ୍ସି ଅସଲ ନେତୃତ୍ୱ ଏବଂ ବୈଚାରିକ ଧାରା କାହା ପାଖରେ ରହିଛି ।

- ଟିଏମସିର ନୂଆ ଅଧ୍ୟକ୍ଷ ଅରୂପ ରାୟ କିଏ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories