|
logo
Live

Argus News - ଆସାମ ବିଧାନସଭା ନିର୍ବାଚନ: ୮୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କେଉଁଠୁ ଲଢ଼ିବେ ହିମନ୍ତ ?

Politics

Assam Election / ଆସାମ ବିଧାନସଭା ନିର୍ବାଚନ: ୮୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କେଉଁଠୁ ଲଢ଼ିବେ ହିମନ୍ତ ?

Banajyotshna Ray
Browse all articles by Banajyotshna Ray
·3 weeks ago·2 min read
ଆସାମ ବିଧାନସଭା ନିର୍ବାଚନ: ୮୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କେଉଁଠୁ ଲଢ଼ିବେ ହିମନ୍ତ ?
Assam Polls

Key Points

ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
ଏଥର କେଉଁଠୁ ଲଢ଼ିବେ ହିମନ୍ତ ଜାଣନ୍ତୁ
ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା । ଆଗାମୀ ନିର୍ବାଚନରେ ବିଜେପି ମୋଟ ୮୯ଟି ଆସନରେ ପ୍ରତିଦ୍ୱନ୍ତାଦ୍ବିତା କରିବ । ଏଥିପାଇଁ ଗୋଟିଏ ଆସନକୁ ବାଦ ଦେଇ, ୮୮ଟି ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜ ପାରମ୍ପରିକ ଆସନ, ଜାଲୁକବାରୀରୁ ଲଢ଼ିବେ । ତେବେ ଆସାମ ବିଧାନସଭାର ମୋଟ୍ ୧୨୬ଟି ଆସନ ଲାଗି ହେବ ନିର୍ବାଚନ ।ତେଣୁ ଅବଶିଷ୍ଟ ୩୭ ଟି ଆସନ ବିଜେପି ଏହାର ସହଯୋଗୀ ଦଳ AGP ଏବଂ BPF ପାଇଁ ଛାଡ଼ିଛି । AGP ୨୬ଟି ଆସନ ଓ BPF ୧୧ଟି ଆସନରେ ଲଢ଼ିବେ ।

ବିଜେପି ପକ୍ଷରୁ କିଛି ପୁରୁଣା ଚେହେରାଙ୍କୁ ବଦଳାଇ ନୂଆ ଏବଂ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଇଛି । ଆଞ୍ଚଳିକ ଭୋଟ୍ ହାତେଇବା ପାଇଁ AGP ସହ ଆସନ ବୁଝାମଣାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇଛି । ନିର୍ବାଚନୀ ପାଣିପାଗକୁ ସରଗରମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମଇଦାନକୁ ଓହ୍ଲାଇବେ । ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆସାମରେ ୩ଟି ବଡ଼ ରାଲିକୁ ସମ୍ବୋଧିତ କରିବେ । ବିଜେପିର 'ଡବଲ୍ ଇଞ୍ଜିନ୍ ସରକାର'ର ସଫଳତା ଓ ଆସାମର ବିକାଶକୁ ନେଇ ମୋଦୀ ଜନତାଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେବେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ପ୍ରଚାର ଜାରି ରଖିଛନ୍ତି । ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଧକ୍କା ଲାଗିଛି ।

କାରଣ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ପ୍ରଦ୍ୟୁତ ବୋର୍ଡୋଲୋଇ ବିଜେପିରେ ଯୋଗ ଦେଇ ସାରିଛନ୍ତି । ତାଙ୍କର ଏହି ଦଳ ପରିବର୍ତ୍ତନ ଫଳରେ ଉପର ଆସାମ ଅଞ୍ଚଳରେ ବିଜେପି ଅଧିକ ଶକ୍ତିଶାଳୀ ହୋଇଛି ଏବଂ କଂଗ୍ରେସର ଗଡ଼ ଦୋହଲିବା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ହିମନ୍ତ କହିଛନ୍ତି ଯେ ଏହି ପଦକ୍ଷେପ ଦଳକୁ ମଜବୁତ କରିବ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ତାଙ୍କର ପୂର୍ବ ଆସନ ଜାଲୁକବାରିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, ଯେଉଁଠାରେ ସେ ନିରନ୍ତର ଦୃଢ଼ ପ୍ରଦର୍ଶନ କରିଛନ୍ତି।

ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ଫାଉଣ୍ଡେସନ ଗଢ଼ି ଅଡୁଆରେ ନବୀନ; ପାଣ୍ଡିଆନ ଓ ସନ୍ତୃପ୍ତଙ୍କ ସମ୍ପୃକ୍ତି ନେଇ ଉଠିଲା ପ୍ରଶ୍ନ

କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ଲୋକସଭା ସାଂସଦ ପ୍ରଦ୍ୟୁତ୍ ବୋର୍ଡୋଲୋଇଙ୍କୁ ଦିସପୁର ଆସନ ପାଇଁ ଟିକେଟ୍ ଦିଆଯାଇଛି। ଦିସପୁରକୁ ଆସାମର ସବୁଠାରୁ ହାଇ-ପ୍ରୋଫାଇଲ୍ ଆସନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପ୍ରଦ୍ୟୁତ୍ ବୋର୍ଡୋଲୋଇ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବୁଧବାର ହିମନ୍ତ ବିଶ୍ୱ ଶର୍ମାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ ରାଜନୀତି ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assam Election: ଆସାମ ବିଧାନସଭା ନିର୍ବାଚନ: ୮୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କେଉଁଠୁ ଲଢ଼ିବେ ହିମନ୍ତ ? | Argus News